ହସ୍ପିଟାଲରେ ଟିମ୍ ଇଣ୍ଡିଆ ଓପ୍ନର ଶିଖର ଧୱନ୍!

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଭାରତୀୟ ଦଳର ଘୋଷଣା ପୂର୍ବରୁ ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ୍ ଆହତ ହୋଇଛନ୍ତି। ସୟଦ ମୁସ୍ତାକ୍ ଅଲୀ ଟ୍ରଫିର ସୁପର୍ ଲିଗ୍ ମୁକାବିଲାରେ ଝାରଖଣ୍ଡ ବିପକ୍ଷ ମ୍ୟାଚରେ ଧୱନଙ୍କ ଆଣ୍ଠୁରେ ଆଘାତ ଲାଗିଛି। ଧୱନ ଆଣ୍ଠୁର ଉପରିଭାଗରେ ଶକ୍ତ ଆଘାତ ଲାଗିଥିବା ଦେଖିବାକୁ ମିଳିଛି ଏବଂ ଏଥିରୁ ରକ୍ତସ୍ରାବ ମଧ୍ୟ ହେଉଥିଲା। ଆହତ କାରଣରୁ ଗ୍ରାଉଣ୍ଡରେ ତାଙ୍କର ଉପଚାର କରାଯାଇଥିଲା। ଏହା ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଆହତ କାରଣରୁ ସେ ସପ୍ତାହକ […]

dhawan

Ranjit Kumar Jena
  • Published: Thursday, 21 November 2019
  • , Updated: 21 November 2019, 09:51 PM IST

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଭାରତୀୟ ଦଳର ଘୋଷଣା ପୂର୍ବରୁ ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ୍ ଆହତ ହୋଇଛନ୍ତି। ସୟଦ ମୁସ୍ତାକ୍ ଅଲୀ ଟ୍ରଫିର ସୁପର୍ ଲିଗ୍ ମୁକାବିଲାରେ ଝାରଖଣ୍ଡ ବିପକ୍ଷ ମ୍ୟାଚରେ ଧୱନଙ୍କ ଆଣ୍ଠୁରେ ଆଘାତ ଲାଗିଛି। ଧୱନ ଆଣ୍ଠୁର ଉପରିଭାଗରେ ଶକ୍ତ ଆଘାତ ଲାଗିଥିବା ଦେଖିବାକୁ ମିଳିଛି ଏବଂ ଏଥିରୁ ରକ୍ତସ୍ରାବ ମଧ୍ୟ ହେଉଥିଲା। ଆହତ କାରଣରୁ ଗ୍ରାଉଣ୍ଡରେ ତାଙ୍କର ଉପଚାର କରାଯାଇଥିଲା। ଏହା ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଆହତ କାରଣରୁ ସେ ସପ୍ତାହକ ପାଇଁ କ୍ରିକେଟ୍ ମଇଦାନରୁ ଦୂରରେ ରହିବେ। ଏଭଳି ସ୍ଥିତିରେ ସେ ସୟଦ ମୁସ୍ତାକ୍ ଅଲୀ ଟ୍ରଫିରେ ଦିଲ୍ଲୀ ପକ୍ଷରୁ ଆଉ ଖେଳିପାରିବେ ନାହିଁ।

ଟ୍ୱିଟରରେ ଧୱନ ଯେଉଁ ଫଟୋ ପୋଷ୍ଟ କରିଛନ୍ତି, ସେଥିରେ ତାଙ୍କୁ ଖୁବ୍ ହସୁଥିବାର ଦେଖିବାକୁ ମିଳିଛି। ଏଥିରେ ଆଉ ଏକ ଫଟୋରେ ସେ ନିଜର ଆଘାତକୁ ମଧ୍ୟ ଦେଖାଉଥିବା ବେଳେ ଅନ୍ୟପଟେ ତାଙ୍କୁ ଡାକ୍ତରଙ୍କ ସହ ହସୁଥିବାର ଦେଖିବାକୁ ମିଳିଛି। ସେହିପରି ଅନ୍ୟଏକ ଫଟୋରେ ଧୱନ ନିଜର ଚିରାଚରିତ ଷ୍ଟାଇଲରେ ଥାଇ ଫାଇଭ୍ କରୁଥିବାର ନଜର ଆସୁଛନ୍ତି।

ଧୱନ ଟ୍ୱିଟ୍ କରି ଏ ସମ୍ବନ୍ଧରେ ଲେଖିଛନ୍ତି, "ଆମେ ତଳେ ପଡ଼ିଯାଉ, ଆମେ ଭାଙ୍ଗିପଡ଼ୁ, କିନ୍ତୁ ପରେ… ଆମେ ଉଠୁ। ଆମେ ସୁସ୍ଥ ହେବା ଜାଣୁ ଏବଂ ଆମେ ଜିତୁ ଏବଂ ଏହାକୁ କିପରି ସାମ୍ନା କରିବ, ତାହା ଆପଣଙ୍କ ହାତରେ। ଜୀବନରେ ଯେଉଁ ପରିସ୍ଥିତି ଆସୁ, ଆମକୁ ସର୍ବଦା ଖୁସି ରହିବା ଦରକାର ଏବଂ ସକାରାତ୍ମକ ରହିବାର ଆବଶ୍ୟକତା ରହିଛି। ୪-୫ ଦିନ ଭିତରେ ମଇଦାନକୁ ପ୍ରତ୍ୟାବର୍ତ୍ତନ କରିବି।"

Related story