ପାକିସ୍ତାନକୁ ୧୭୧ ରନ୍‌ର ଟାର୍ଗେଟ୍ ଦେଲା ଶ୍ରୀଲଙ୍କା, ରାଜପକ୍ଷଙ୍କ ଅପରାଜିତ ୭୧

ଦୁବାଇ: ଆଜି ଏସିଆ କପ୍‌-୨୦୨୨ର ଫାଇନାଲରେ ପାକିସ୍ତାନକୁ ୧୭୧ ରନ୍‌ର ଟାର୍ଗେଟ୍ ଦେଲା ଶ୍ରୀଲଙ୍କା। ଭାନୁକା ରାଜପକ୍ଷଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଶ୍ରୀଲଙ୍କା ୨୦ ଓଭରରେ ୬ ୱିକେଟ ହରାଇ ୧୭୦  କରିପାରିଥିଲା। ଭାନୁକା ରାଜପକ୍ଷଙ୍କ ଅପରାଜିତ ୭୧,  ୱାନିନ୍ଦୁ ହାସରଙ୍ଗା ୩୬ ଓ ଧନଞ୍ଜୟ ଡି ସିଲ୍‌ଭାଙ୍କ ୨୮ ରନ୍ ଟିମ୍‌କୁ ଏକ ଭଲ ସ୍କୋର କରିବାରେ ସହାୟକ ହୋଇଥିଲା। ଅନ୍ୟପଟେ ପାକିସ୍ତାନ ପକ୍ଷରୁ ହାରିସ ରୌଫ ସର୍ବାଧିକ ୩ଟି ୱିକେଟ୍‌ ନେଇଥିବା ବେଳେ ନସିମ୍ […]

cricket

  • Published: Sunday, 11 September 2022
  • , Updated: 12 September 2022, 10:46 AM IST

ଦୁବାଇ: ଆଜି ଏସିଆ କପ୍‌-୨୦୨୨ର ଫାଇନାଲରେ ପାକିସ୍ତାନକୁ ୧୭୧ ରନ୍‌ର ଟାର୍ଗେଟ୍ ଦେଲା ଶ୍ରୀଲଙ୍କା। ଭାନୁକା ରାଜପକ୍ଷଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଶ୍ରୀଲଙ୍କା ୨୦ ଓଭରରେ ୬ ୱିକେଟ ହରାଇ ୧୭୦  କରିପାରିଥିଲା। ଭାନୁକା ରାଜପକ୍ଷଙ୍କ ଅପରାଜିତ ୭୧,  ୱାନିନ୍ଦୁ ହାସରଙ୍ଗା ୩୬ ଓ ଧନଞ୍ଜୟ ଡି ସିଲ୍‌ଭାଙ୍କ ୨୮ ରନ୍ ଟିମ୍‌କୁ ଏକ ଭଲ ସ୍କୋର କରିବାରେ ସହାୟକ ହୋଇଥିଲା।

ଅନ୍ୟପଟେ ପାକିସ୍ତାନ ପକ୍ଷରୁ ହାରିସ ରୌଫ ସର୍ବାଧିକ ୩ଟି ୱିକେଟ୍‌ ନେଇଥିବା ବେଳେ ନସିମ୍ ସାହା, ସାଦବ ଖାନ ଓ ଇଫତିକାର ଅହମ୍ମଦ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ପାକିସ୍ତାନ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ତେଣୁ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଶ୍ରୀଲଙ୍କା ଟିମ୍। ତେବେ ଶ୍ରୀଲଙ୍କାର ଦୁଇ ଓପନର ଜୋଡ଼ି ଶୀଘ୍ର ଆଉଟ ହେବା ପରେ ଧନଞ୍ଜୟ ଡିସିଲଭା କିଛି ଓଭର ପର୍ଯ୍ୟନ୍ତ ଟିମ୍‌ର ସ୍କୋର ବୋଡ଼୍‌କୁ ଆଗେଇ ନେଇଥିଲେ। ଦଳୀୟ ସ୍କୋର ୩୬ ଥିବା ବେଳେ ଟିମ୍ ୩ଟି ୱିକେଟ ହରାଇ ବିପତ୍ତିରେ ପଡ଼ିଥିଲା। ହେଲେ ରାଜପକ୍ଷଙ୍କ ଅପରାଜିତ ଅର୍ଦ୍ଧଶତକ ଶ୍ରୀଲଙ୍କାକୁ ଏକ ସମ୍ମାନଜନକ ସ୍କୋର କରିବାରେ ସହାୟକ ହୋଇଥିଲା। ସେ ୪୫ଟି ବଲ୍‌ ଖେଳି ୭୧ ରନ୍‌ ସଂଗ୍ରହ କରିଥିଲେ। ଯାହା ଭିତରେ ୬ଟି ଚୌକା ଏବଂ ୩ଟି ଛକା ରହିଥିଲା।

ତେବେ ଦେଖିବାର କଥା ଶକ୍ତିଶାଳୀ ପାକିସ୍ତାନ ବ୍ୟାଟିଂକୁ ଶ୍ରୀଲଙ୍କା ରୋକିବାରେ ସମର୍ଥ ହେଉଛି ନା ନାହିଁ।

Related story