ପ୍ରାକ୍ଟିସ୍ କରୁଥିବା ବେଳେ ମଇଦାନରେ ଟଳି ପଡ଼ିଲେ ୨୪ ବର୍ଷୀୟ କ୍ରିକେଟର୍‌

ଲଣ୍ଡନ: ଯେଉଁ ବୟସରେ ଜଣେ କ୍ରିକେଟର୍ କ୍ୟାରିୟରର ଶୁଭାରମ୍ଭ କରିଥାଏ, ସେହି ବୟସରେ ଯଦି ତା’ର ଜୀବନ ଚାଲିଯିବ, ତାହେଲେ ଏହାଠାରୁ ବଡ଼ ଦୁଃଖ କିଛି ନାହିଁ । ତା’ ପୁଣି କ୍ରିକେଟ୍ ଖେଳୁଥିବା ସମୟରେ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ଇଂଲଣ୍ଡରେ, ଯେଉଁଠାରେ ଜଣେ ୨୪ ବର୍ଷୀୟ କ୍ରିକେଟରଙ୍କ ହୃଦଘାତ କାରଣରୁ ଦେହାନ୍ତ ହୋଇଛି। ଏହି କ୍ରିକେଟର ଜଣକ ହେଉଛନ୍ତି ଜୋଶୁଆ ଡାଉନୀ, ଯିଏ ଇଂଲଶି କ୍ରିକେଟ୍ କ୍ଲବ୍ ନଟ୍ଟିଂହାମଶାୟର୍ ପକ୍ଷରୁ ଖେଳନ୍ତି । […]

Josh-Downie

Ranjit Kumar Jena
  • Published: Tuesday, 11 May 2021
  • , Updated: 11 May 2021, 06:56 PM IST

ଲଣ୍ଡନ: ଯେଉଁ ବୟସରେ ଜଣେ କ୍ରିକେଟର୍ କ୍ୟାରିୟରର ଶୁଭାରମ୍ଭ କରିଥାଏ, ସେହି ବୟସରେ ଯଦି ତା’ର ଜୀବନ ଚାଲିଯିବ, ତାହେଲେ ଏହାଠାରୁ ବଡ଼ ଦୁଃଖ କିଛି ନାହିଁ । ତା’ ପୁଣି କ୍ରିକେଟ୍ ଖେଳୁଥିବା ସମୟରେ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ଇଂଲଣ୍ଡରେ, ଯେଉଁଠାରେ ଜଣେ ୨୪ ବର୍ଷୀୟ କ୍ରିକେଟରଙ୍କ ହୃଦଘାତ କାରଣରୁ ଦେହାନ୍ତ ହୋଇଛି। ଏହି କ୍ରିକେଟର ଜଣକ ହେଉଛନ୍ତି ଜୋଶୁଆ ଡାଉନୀ, ଯିଏ ଇଂଲଶି କ୍ରିକେଟ୍ କ୍ଲବ୍ ନଟ୍ଟିଂହାମଶାୟର୍ ପକ୍ଷରୁ ଖେଳନ୍ତି ।

ମେ’ ୬ ତାରିଖରେ ଜୋଶୁଆ ନେଟ୍ସରେ ଅଭ୍ୟାସ କରୁଥିଲେ । ସେତେବେଳେ ଅଚାନକ ସେ ତଳେ ପଡ଼ିଯାଇଥିଲେ ଏବଂ ଆଉ ଉଠିପାରିନଥିଲେ । ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତାଙ୍କ ପରଲୋକରେ ନଟ୍ଟିଂହାମଶାୟର କ୍ରିକେଟ୍ ବୋର୍ଡ ଶୋକ ପ୍ରକାଶ କରିଛି।

ଡାଉନୀଙ୍କ ଦେହାନ୍ତରେ ତାଙ୍କ ମା’ ମର୍ମାହତ ହୋଇଛନ୍ତି। ତାଙ୍କ ମା’ କହିଛନ୍ତି, ‘ମୋ ପୁଅ ଆଉ ଏ ଦୁନିଆରେ ନାହିଁ, ତାହା ମୁଁ ବିଶ୍ୱାସ କରିପାରୁନାହିଁ। ମୁଁ ମୋ ପୁଅ ସହ ବହୁତ ଭଲ ସମୟ ବିିତାଇଛି। ସେ ଏମିତି ଚାଲିଯିବ ବୋଲି କେବେ ଭାବିନଥିଲି।’ ସେହିପରି ଜୋଶୁଆଙ୍କ ଅଲିମ୍ପିକ୍ ଜିମ୍ନାଷ୍ଟ ଭଉଣୀ ବେକି ଡାଉନୀ ମଧ୍ୟ ନିଜ ଭାଇକୁ ହରାଇ ମର୍ମାହତ। ବେକି କହିଛନ୍ତି, ମୋ ପାଖରେ ଏବେ କୌଣସି ଶବ୍ଦ ନାହିଁ।

Related story