ଦିନିକିଆ କ୍ରିକେଟ୍‌ରୁ ଅବସର ନେଲେ ଆରୋନ୍‌ ଫିଞ୍ଚ

ନୂଆଦିଲ୍ଲୀ: ଦିନିକିଆ କ୍ରିକେଟ୍‌କୁ ଆରୋନ୍‌ ଫିଞ୍ଚଙ୍କ ବାଏ ବାଏ। ୨୦୨୩ ଦିନିକିଆ ବିଶ୍ୱକପ୍‌ ପୂର୍ବରୁ ଅଷ୍ଟ୍ରେଲିଆକୁ ଲାଗିଲା ବଡ ଝଟ୍‌କା। ଦିନିକିଆ ଫର୍ମାଟରେ ଅଷ୍ଟ୍ରେଲିଆର ନେତୃତ୍ୱ ନେଉଥିବା ଆରୋନ ଫିଞ୍ଚ୍ ସନ୍ୟାସ ଘୋଷଣା କରିଛନ୍ତି। ସେ ଆଉ ଦିନିକିଆ ଖେଳିବେ ନାହିଁ। ଆସନ୍ତା ୧୧ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ତୃତୀୟ ଦିନିକିଆ ତାଙ୍କର ଶେଷ ମ୍ୟାଚ୍ ହେବ। ଏହାପରେ ଫିଞ୍ଚଙ୍କୁ ଆଉ ଦିନିକିଆ ମ୍ୟାଚ୍‌ରେ  ଦେଖିବାକୁ ମିଳିବନି। ଦିନିକିଆରୁ ଅବସର ନେଇଥିଲେ ମଧ୍ୟ ଟି-୨୦ ଓ […]

aaron-finch

aaron-finch

Madhupriya Mistry
  • Published: Saturday, 10 September 2022
  • Updated: 10 September 2022, 01:28 PM IST

ନୂଆଦିଲ୍ଲୀ: ଦିନିକିଆ କ୍ରିକେଟ୍‌କୁ ଆରୋନ୍‌ ଫିଞ୍ଚଙ୍କ ବାଏ ବାଏ। ୨୦୨୩ ଦିନିକିଆ ବିଶ୍ୱକପ୍‌ ପୂର୍ବରୁ ଅଷ୍ଟ୍ରେଲିଆକୁ ଲାଗିଲା ବଡ ଝଟ୍‌କା। ଦିନିକିଆ ଫର୍ମାଟରେ ଅଷ୍ଟ୍ରେଲିଆର ନେତୃତ୍ୱ ନେଉଥିବା ଆରୋନ ଫିଞ୍ଚ୍ ସନ୍ୟାସ ଘୋଷଣା କରିଛନ୍ତି। ସେ ଆଉ ଦିନିକିଆ ଖେଳିବେ ନାହିଁ। ଆସନ୍ତା ୧୧ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ତୃତୀୟ ଦିନିକିଆ ତାଙ୍କର ଶେଷ ମ୍ୟାଚ୍ ହେବ। ଏହାପରେ ଫିଞ୍ଚଙ୍କୁ ଆଉ ଦିନିକିଆ ମ୍ୟାଚ୍‌ରେ  ଦେଖିବାକୁ ମିଳିବନି। ଦିନିକିଆରୁ ଅବସର ନେଇଥିଲେ ମଧ୍ୟ ଟି-୨୦ ଓ ଫ୍ରାଞ୍ଚାଇଜ ଖେଳ ଜାରି ରଖିବେ ଆରୋନ ଫିଞ୍ଚ।

ଏବେ ଆରୋନ ଫିଞ୍ଚ ଅଷ୍ଟ୍ରେଲିଆର ଉଭୟ ଦିନିକିଆ ଓ ଟି-୨୦ ଟିମର ଅଧିନାୟକ ରହିଛନ୍ତି। ତେବେ ଶନିବାର ସକାଳୁ ଫିଞ୍ଚ ଅଚାନକ ଦିନିକିଆ କ୍ରିକେଟରୁ ଅବସର ନେଇଥିବା ନେଇ ଘୋଷଣା କରିଛନ୍ତି। ଗତ କିଛି ମ୍ୟାଚ୍‌ରେ ଖରାପ ପ୍ରଦର୍ଶନ କାରଣରୁ ସେ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।

ଏକ ବୟାନ ଜାରି କରି ଫିଞ୍ଚ କହିଛନ୍ତି ଯେ, 'ସମୟ ଆସିଯାଇଛି। ଆଉ ଜଣେ ନୂଆ ଅଧିନାୟକ ଦଳକୁ ବିଶ୍ୱକପ ଜିତାଇବାକୁ ସୁଯୋଗ ପାଇବେ। ଏହି ଯାତ୍ରା ବହୁତ ସୁନ୍ଦର ଥିଲା। ସେ କିଛି ସ୍ମରଣୀୟ ବିଜୟର ଅଂଶ ରହିଛନ୍ତି। ତାଙ୍କୁ ବହୁତ ସମର୍ଥନ ମିଳିଛି । ଧନ୍ୟବାଦ।'

ଆରୋନ ଫିଞ୍ଚ ଅଷ୍ଟ୍ରେଲିଆର ସଫଳତମ ଅଧିନାୟକଙ୍କ ମଧ୍ୟରୁ ଜଣେ। ଫିଞ୍ଚଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ୨୦୨୧ ଟି-୨୦ ବିଶ୍ୱକପ ଜିତିବାରେ ସକ୍ଷମ ହୋଇଥିଲା। ନ୍ୟୁଜିଲାଣ୍ଡକୁ ହରାଇ ଅଷ୍ଟ୍ରେଲିଆ ଟି-୨୦ ଚାମ୍ପିୟନ ହୋଇଥିଲା। ତେବେ ଦିନିକିଆରୁ ହଠାତ୍ ଫିଞ୍ଚଙ୍କ ଅବସରକୁ ସହଜରେ ଗ୍ରହଣ କରିପାରୁନାହାନ୍ତି କ୍ରିକେଟପ୍ରେମୀ। ଚଳିତବର୍ଷ ଫିଞ୍ଚ ୧୩ଟି ମ୍ୟାଚ୍ ଖେଳିଥିଲେ ମଧ୍ୟ ପ୍ରଦର୍ଶନ ସେତେଟା ଉତ୍ସାହଜନକ ନଥିଲା। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଫିଞ୍ଚ ଶୂନରେ ଆଉଟ ହୋଇଥିଲେ। ଯାହା ସମସ୍ତଙ୍କୁ ନିରାଶ କରିଥିଲା।

ସୂଚନାଯୋଗ୍ୟ, ଫିଞ୍ଚ ଅଷ୍ଟ୍ରେଲିଆ ପାଇଁ ଏବେ ସୁଦ୍ଧା ୧୪୫ଟି ଦିନିକିଆ ଖେଳିଛନ୍ତି। ଫିଞ୍ଚ ଅଷ୍ଟ୍ରେଲିଆ ପକ୍ଷରୁ ୫ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଏହାସହ ସେ ୫୪୦୧ ରନ୍ କରିଛନ୍ତି। ତାଙ୍କ ନାମରେ ୧୭ ସେଞ୍ଚୁରୀ ଓ ୩୦ଟି ହାଫ୍‌-ସେଞ୍ଚୁରୀ ମଧ୍ୟ ରହିଛି।

 

View this post on Instagram

 

A post shared by Aaron Finch (@aaronfinch5)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos