ପାକିସ୍ତାନ ପାଇଁ ଦିନିକିଆ ସିରିଜ ଆୟୋଜନ କରିବ ଆଫଗନିସ୍ତାନ!

କାବୁଲ: ତାଲିବାନ ଦଖଲରେ ଥିବା ଆଫଗାନିସ୍ତାନର ପାକିସ୍ତାନ ପ୍ରୀତି ଦେଖିବାକୁ ମିଳିଛି। ପାକିସ୍ତାନ ସହ ଦିନିକିଆ ସିରିଜ୍ ଖେଳିବାକୁ ଆଫଗାନିସ୍ତାନ ଚାହୁଁଛି। ଆଫଗାନିସ୍ତାନ ହିଁ ଏହି ସିରିଜ୍‌ର ଆୟୋଜନ କରିବ। ପାକିସ୍ତାନକୁ ଏ ସଂକ୍ରାନ୍ତରେ ପ୍ରସ୍ତାବ ଦିଆଯିବ ବୋଲି ଆଫଗାନର ନୂଆ କ୍ରିକେଟ ବୋର୍ଡ ମୁଖ୍ୟ ଅଜିଜୁଲ୍ଲା ଫଜଲି କହିଛନ୍ତି। ଏଥିସହ ସେ ଚଳିତ ସପ୍ତାହରେ ପାକିସ୍ତାନ, ଭାରତ, ଶ୍ରୀଲଙ୍କା, ୟୁଏଇ ଓ ବାଂଲାଦେଶ ଭଳି ଦେଶକୁ ଯାଇ ସେଠାକାର ବୋର୍ଡ କର୍ତ୍ତୃପକ୍ଷଙ୍କୁ ଭେଟିବେ। ଏହି ଗସ୍ତ […]

afghan

afghan

Hemant Lenka
  • Published: Thursday, 23 September 2021
  • Updated: 23 September 2021, 11:50 AM IST

Sports

Latest News

କାବୁଲ: ତାଲିବାନ ଦଖଲରେ ଥିବା ଆଫଗାନିସ୍ତାନର ପାକିସ୍ତାନ ପ୍ରୀତି ଦେଖିବାକୁ ମିଳିଛି। ପାକିସ୍ତାନ ସହ ଦିନିକିଆ ସିରିଜ୍ ଖେଳିବାକୁ ଆଫଗାନିସ୍ତାନ ଚାହୁଁଛି। ଆଫଗାନିସ୍ତାନ ହିଁ ଏହି ସିରିଜ୍‌ର ଆୟୋଜନ କରିବ। ପାକିସ୍ତାନକୁ ଏ ସଂକ୍ରାନ୍ତରେ ପ୍ରସ୍ତାବ ଦିଆଯିବ ବୋଲି ଆଫଗାନର ନୂଆ କ୍ରିକେଟ ବୋର୍ଡ ମୁଖ୍ୟ ଅଜିଜୁଲ୍ଲା ଫଜଲି କହିଛନ୍ତି।

ଏଥିସହ ସେ ଚଳିତ ସପ୍ତାହରେ ପାକିସ୍ତାନ, ଭାରତ, ଶ୍ରୀଲଙ୍କା, ୟୁଏଇ ଓ ବାଂଲାଦେଶ ଭଳି ଦେଶକୁ ଯାଇ ସେଠାକାର ବୋର୍ଡ କର୍ତ୍ତୃପକ୍ଷଙ୍କୁ ଭେଟିବେ। ଏହି ଗସ୍ତ ବେଳେ ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ରମିଜ ରାଜାଙ୍କୁ ମଧ୍ୟ ସେ ସାକ୍ଷାତ କରିବେ ବୋଲି କହିଛନ୍ତି।

ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଏହାର ପୁରୁଷ ଟିମ୍‌ ସଦସ୍ୟଙ୍କୁ ବୟକଟ କରିବାକୁ ଚାରିଆଡ଼ୁ ଦାବି ଉଠୁଛୁ। ତାଲିବାନ ମହିଳା କ୍ରିକେଟରଙ୍କୁ ଖେଳିବାକୁ ଅନୁମତି ଦେଇ ନଥିବାରୁ ଏପରି ଦାବି କରାଯାଉଛି। ଏସବୁ ଭିତରେ ଅଜିଜୁଲ୍ଲା ପଡ଼ୋଶୀ ପାକିସ୍ତାନ, ଭାରତ ଓ ଶ୍ରୀଲଙ୍କା ଭଳି କ୍ରିକେଟିଂ ପାୱାର ରାଷ୍ଟ୍ରଗୁଡ଼ିକୁ ଗସ୍ତ କରିବେ। ଏଥିସହ ଆଉ କିଛି ଦେଶକୁ ମଧ୍ୟ ସେ ଯିବେ ବୋଲି କହିଛନ୍ତି।

ନିଜର ଗସ୍ତ ସମ୍ପର୍କରେ ସୂଚନା ଦେଇ ଅଜିଜୁଲ୍ଲା କହିଛନ୍ତି, “ସେପ୍ଟେମ୍ବର ୨୫ରୁ ମୁଁ ପାକିସ୍ତାନ ଟୁର୍‌ରେ ଯିବି। ଏହାପରେ ଭାରତ, ବାଂଲାଦେଶ ଓ ପରେ ୟୁଏଇ ଯିବ। ସେଠାରେ କ୍ରିକେଟ ବୋର୍ଡର ଅଧିକାରୀଙ୍କୁ ଭେଟିବି। ପାକିସ୍ତାନ ଗସ୍ତ ସମୟରେ ମୁଁ ରମିଜ ରାଜାଙ୍କୁ ଭେଟିବି।

ସେପ୍ଟେମ୍ବରରେ ଶ୍ରୀଲଙ୍କା ଠାରେ ଆଫଗାନ ଓ ପାକିସ୍ତାନ ମଧ୍ୟରେ ଦିନିକିଆ ସିରିଜ ହେବାର ଥିଲା। ହେଲେ ଏହି ସିରିଜ ସମ୍ଭବ ହୋଇପାରିନି। ଏବେ ଆଫଗାନିସ୍ତାନ ପଡ଼ୋଶୀ ପାକିସ୍ତାନ ପାଇଁ ଦିନିକିଆ ସିରିଜ୍‌ର ଆୟୋଜନ କରିବାକୁ ଚାହୁଁଛି। ଏ ସମ୍ପର୍କରେ ମୁଁ ରାଜାଙ୍କ ସହ କଥା ହେବି। ଆମେ ଆଫଗାନ କ୍ରିକେଟର ବିକାଶ କରିବାକୁ ଚାହୁଁଛୁ। ଏଥିପାଇଁ ଅନ୍ୟ ଦେଶର ସହଯୋଗ ମଧ୍ୟ ଦରକାର।”

ସୂଚନାଯୋଗ୍ୟ, ଚଳିତ ମାସରେ ଶ୍ରୀଲଙ୍କାରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ୩ଟିକିଆ ଦିନିକିଆ ସିରିଜ ହେବାର ଥିଲା। କିନ୍ତୁ ଲଜିଷ୍ଟ ସମସ୍ୟା ଯୋଗୁ ଏହି ସିରିଜକୁ ବାତିଲ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story