ଡେବ୍ୟୁରେ ପନ୍ତ ଓ ଅନ୍ୟ ସବୁ ଖେଳାଳିଙ୍କୁ ପଛରେ ପକାଇଲେ ଆଲେକ୍ସ କେରୀ

ଗାବା: ନିଜର ଡେବ୍ୟୁ ଟେଷ୍ଟରେ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି ଅଷ୍ଟ୍ରେଲିଆର ୱିକେଟ କିପର ଆଲେକ୍ସ କେରୀ। ଅଷ୍ଟ୍ରେଲିଆ ଦଳର ଟେଷ୍ଟ ଅଧିନାୟକ ଟିମ ପେନ୍‌ ବିବାଦରେ ଫସିବା ପରେ କ୍ରିକେଟରୁ ବିରତୀ ନେଇଥିଲେ। ଏଥିପାଇଁ ଆଶେସ ସିରିଜ୍‌ରେ ଆଲେକ୍ସ କେରୀଙ୍କୁ ସୁଯୋଗ ମିଳିଥିଲା। ଆଉ ସେ ଏହି ସୁଯୋଗର ଭରପୂର ଫାଇଦା ଉଠାଇ ଇତିହାସ ସୃଷ୍ଟି କରିଛନ୍ତି। ଏଥିସହ ଅଷ୍ଟ୍ରେଲିଆ ମଧ୍ୟ ଇଂଲଣ୍ଡ ବିପକ୍ଷ ଆଶେସ ସିରିଜ୍‌ର ପ୍ରଥମ ଟେଷ୍ଟକୁ ଜିତି ନେଇଛି। ଏହି ମ୍ୟାଚ୍‌ର […]

Carey

Hemant Lenka
  • Published: Saturday, 11 December 2021
  • , Updated: 11 December 2021, 12:14 PM IST

ଗାବା: ନିଜର ଡେବ୍ୟୁ ଟେଷ୍ଟରେ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି ଅଷ୍ଟ୍ରେଲିଆର ୱିକେଟ କିପର ଆଲେକ୍ସ କେରୀ। ଅଷ୍ଟ୍ରେଲିଆ ଦଳର ଟେଷ୍ଟ ଅଧିନାୟକ ଟିମ ପେନ୍‌ ବିବାଦରେ ଫସିବା ପରେ କ୍ରିକେଟରୁ ବିରତୀ ନେଇଥିଲେ। ଏଥିପାଇଁ ଆଶେସ ସିରିଜ୍‌ରେ ଆଲେକ୍ସ କେରୀଙ୍କୁ ସୁଯୋଗ ମିଳିଥିଲା। ଆଉ ସେ ଏହି ସୁଯୋଗର ଭରପୂର ଫାଇଦା ଉଠାଇ ଇତିହାସ ସୃଷ୍ଟି କରିଛନ୍ତି। ଏଥିସହ ଅଷ୍ଟ୍ରେଲିଆ ମଧ୍ୟ ଇଂଲଣ୍ଡ ବିପକ୍ଷ ଆଶେସ ସିରିଜ୍‌ର ପ୍ରଥମ ଟେଷ୍ଟକୁ ଜିତି ନେଇଛି।

ଏହି ମ୍ୟାଚ୍‌ର ଉଭୟ ଇନିଂସରେ କେରୀ ୱିକେଟ ପଛରେ ମୋଟ ୮ଟି କ୍ୟାଚ୍‌ ଧରିଛନ୍ତି। ପୂର୍ବରୁ କୌଣସି କ୍ରିକେଟର ଡେବ୍ୟୁ ମ୍ୟାଚ୍‌ରେ ଏତେ ସଂଖ୍ୟକ କ୍ୟାଚ୍‌ ଧରି ନଥିଲେ। କେରୀ ଏବେ ଭାରତର ଋଷଭ ପନ୍ତ ଓ ଅନ୍ୟ ୫ ଜଣଙ୍କୁ ପଛରେ ପକାଇ ଦେଇଛନ୍ତି। ପନ୍ତ ଓ ଅନ୍ୟ ୫ ଖେଳାଳି ସେମାନଙ୍କ ଡେବ୍ୟୁ ଟେଷ୍ଟରେ ୭ଟି ଲେଖାଏ କ୍ୟାଚ୍‌ ଧରିଥିଲେ। କେରୀ ଆଜି ମ୍ୟାଚ୍‌ରେ କ୍ରିସ ୱକ୍ସଙ୍କ କ୍ୟାଚ୍‌ ଧରିବା କ୍ଷଣି ୧ନଂ ସ୍ଥାନରେ ପହଞ୍ଚି ଯାଇଥିଲେ।

କେରୀ ଡେବ୍ୟୁ ମ୍ୟାଚ୍‌ରେ ୮ଟି କ୍ୟାଚ୍‌ ଧରିଥିବା ବେଳେ କ୍ରିସ ରିଡ୍‌, ବି ତାବେର, ଚାମାରା ଦୁନୁସିଙ୍ଘେ, ଋଷଭ ପନ୍ତ, ପିଟିର ନେଭିଲ୍ଲ ଓ ଆଲାନ ନଟ୍ଟ ନିଜ ନିଜର ଡେବ୍ୟୁ ଟେଷ୍ଟରେ ୭ଟି ଲେଖାଏ କ୍ୟାଚ୍‌ ଧରିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନ ଡି’କକ ଶ୍ରୀଲଙ୍କା ବିପକ୍ଷ ଗାଲେ ଟେଷ୍ଟରେ ୯ଟି କ୍ୟାଚ ଧରିବାର ରେକର୍ଡ କରିଛନ୍ତି। କିନ୍ତୁ ଏହା ତାଙ୍କର ଡେବ୍ୟୁ ମ୍ୟାଚ୍‌ ନଥିଲା। ଡି’କକ୍‌ ଅଷ୍ଟ୍ରେଲିଆ ବିପକ୍ଷ ପୋର୍ଟ ଏଲିଜାବେଥ ଟେଷ୍ଟରେ ଡେବ୍ୟୁ କରିଥିଲେ। କିନ୍ତୁ ସେ ଏହି ମ୍ୟାଚ୍‌ରେ ୱିକେଟ କିପିଂ କରି ନଥିଲେ। ତାଙ୍କ ବଦଳରେ ଏବି ଡିଭିଲିୟର୍ସ ୱିକେଟ କିପିଂ କରିଥିଲେ।

ଅନ୍ୟପକ୍ଷରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ କେରୀଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ସ୍ପିନର ନାଥନ ଲାୟନ ମଧ୍ୟ ବଡ଼ ଉପଲବ୍ଧି ହାସଲ କରିଛନ୍ତି। ସେ ତାଙ୍କ ଟେଷ୍ଟ କ୍ୟାରିୟର୍‌ରେ ୪୦୦ତମ ୱିକେଟ ଦଖଲ କରିଛନ୍ତି। ମ୍ୟାଚ୍‌ ୪ର୍ଥ ଦିନରେ ସେ ଇଂଲଣ୍ଡର ଡାୱିଡ ମଲାନଙ୍କୁ ଆଉଟ କରିବା ପରେ ଏହି ରେକର୍ଡ କରିଛନ୍ତି।

ଲାୟନ ଏହି ମ୍ୟାଚ୍‌ରେ ପ୍ରଥମ ୩୩ ଓଭର କୌଣସି ୱିକେଟ ପାଇ ନଥିଲେ। ସେହିପରି ଦୀର୍ଘ ଗୋଟିଏ ବର୍ଷ ହେଲା ୩୯୯ ୱିକେଟ ସହ ସେ ବଡ଼ ଉପଲବ୍ଧି ହାସଲ କରିବା ଲକ୍ଷ୍ୟରେ ରହିଥିଲେ। ଶେଷରେ ଆଜି ଇଂଲଣ୍ଡ ବିପକ୍ଷରେ ସେ ୪ ଜଣ ବ୍ୟାଟସମ୍ୟାନଙ୍କୁ ଆଉଟ କରି ୪୦୦ ୱିକେଟ ଦଖଲ କରିଥିବା କ୍ରିକେଟରଙ୍କ କ୍ଲବରେ ପ୍ରବେଶ କରିଛନ୍ତି। ତାଙ୍କ ଉପରେ ଶେନ ୱାର୍ଣ୍ଣ(୭୦୮) ଓ ଗ୍ଲେନ ମ୍ୟାଗ୍ରାଥ(୫୬୩) ରହିଛନ୍ତି।

Related story