ବିରୁଷ୍କାଙ୍କୁ ଅମୂଲର ନିଆରା ଶୁଭେଚ୍ଛା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହିଲି ୨୭ ତାରିଖ ଦିନ ସେମାନଙ୍କ ଫ୍ୟାନ୍ସ୍ ମାନଙ୍କୁ ସରପ୍ରାଇଜ ଦେଇଥିଲେ। ଅନୁଷ୍କା ଓ ବିରାଟଙ୍କ ପରିବାରକୁ ନୂଆ ସଦସ୍ୟ ଆସିବ। ଟ୍ୱିଟରରେ ବିରାଟ ଦୁହିଁଙ୍କର ଫଟୋ ଶେୟାର କରି ଲେଖିଥିଲେ ଯେ, ଅନୁଷ୍କା ମା’ ହେବାକୁ ଯାଉଛନ୍ତି। ଆମେ ଏବେ ତିନି ଜଣ ହୋଇଯିବୁ। ୨୦୨୧ ଜାନୁଆରୀ ମାସରେ ଆମର ପ୍ରଥମ ସନ୍ତାନ ଆସିବାକୁ ଯାଉଛି। ସୋଶାଲ ମିଡିଆରେ ବିରାଟ […]

cs

Hemant Lenka
  • Published: Saturday, 29 August 2020
  • , Updated: 29 August 2020, 03:41 PM IST

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହିଲି ୨୭ ତାରିଖ ଦିନ ସେମାନଙ୍କ ଫ୍ୟାନ୍ସ୍ ମାନଙ୍କୁ ସରପ୍ରାଇଜ ଦେଇଥିଲେ। ଅନୁଷ୍କା ଓ ବିରାଟଙ୍କ ପରିବାରକୁ ନୂଆ ସଦସ୍ୟ ଆସିବ। ଟ୍ୱିଟରରେ ବିରାଟ ଦୁହିଁଙ୍କର ଫଟୋ ଶେୟାର କରି ଲେଖିଥିଲେ ଯେ, ଅନୁଷ୍କା ମା’ ହେବାକୁ ଯାଉଛନ୍ତି। ଆମେ ଏବେ ତିନି ଜଣ ହୋଇଯିବୁ। ୨୦୨୧ ଜାନୁଆରୀ ମାସରେ ଆମର ପ୍ରଥମ ସନ୍ତାନ ଆସିବାକୁ ଯାଉଛି।

ସୋଶାଲ ମିଡିଆରେ ବିରାଟ ଏହି ପୋଷ୍ଟ କରିବାପରେ ସେମାନଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ତେବେ ଗୁଣ୍ଡ ଦୁଗ୍ଧ ଉତ୍ପାଦନକାରୀ କମ୍ପାନୀ ଅମୂଲ ମଧ୍ୟ ସେମାନଙ୍କୁ ବେଶ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛି। ଅମୂଲ ଡୁଡୁଲ ମାଧ୍ୟମରେ ବିରୁଷ୍କାଙ୍କୁ ଅଭିନନ୍ଦନ ଜଣାଇଛି।

 

View this post on Instagram

 

#Amul Topical: Virat and Anushka are expecting!

A post shared by Amul - The Taste of India (@amul_india) on

ଅମୂଲ ବିରାଟ ଓ ଅନୁଷ୍କା ଛିଡ଼ାହୋଇଥିବା ଡୁଡୁଲ ଆନିମେଶନର ଏକ ଫଟୋ ପ୍ରସ୍ତୁତ କରିଛି। ଏହି ଫଟୋରେ ୱେରୁଷ୍କା ଅନ ଦି ୱେ! ବଟର ଫର ବେଟା ଅର ବେଟି ଲେଖାଯାଇଛି। ବିରାଟ ଧରିଥିବା ବ୍ୟାଟ୍‌ରେ ଏକ ଛୋଟ ଟେଡି ବିଅରର ଚିତ୍ର ଥିବା ମଧ୍ୟ ଦେଖିବାକୁ ମିଳିଛି । ଏହାକୁ ଅନେକ ଲୋକ ପସନ୍ଦ କରିବାରେ ଲାଗିଛନ୍ତି।

Related story