ପ୍ରଥମ ଟେଷ୍ଟରେ ଇଂଲଣ୍ଡର ନାଟକୀୟ ବିଜୟ, ହାରିଲା ପାକିସ୍ତାନ

ରାୱଲପିଣ୍ଡି: ପାକିସ୍ତାନକୁ ତା’ରି ମାଟିରେ ମାତ ଦେଇଛି ଇଂଲଣ୍ଡ। ରାୱଲପିଣ୍ଡିରେ ଖେଳା ଯାଇଥିବା ୩ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡ ବେଶ ନାଟକୀୟ ଢଙ୍ଗରେ ପାକିସ୍ତାନକୁ ୭୪ରେ ହରାଇ ଦେଇଛି। ଏହି ବିଜୟ ସହ ଭ୍ରମଣକାରୀ ଇଂଲଣ୍ଡ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି। ଆଜି ପଞ୍ଚମ ତଥା ଅନ୍ତିମ ଦିନରେ ଇଂଲଣ୍ଡକୁ ୮ଟି ୱିକେଟ ନେବାର ଥିଲା। ପାକିସ୍ତାନକୁ ମଧ୍ୟ ଜିତିବା ପାଇଁ ୨୬୩ ରନ ଦରକାର ଥିଲା। ତେବେ ଆରମ୍ଭରୁ ଇଂଲଣ୍ଡ ବୋଲରମାନେ […]

eng

eng

Hemant Lenka
  • Published: Monday, 05 December 2022
  • Updated: 05 December 2022, 05:42 PM IST

Sports

Latest News

ରାୱଲପିଣ୍ଡି: ପାକିସ୍ତାନକୁ ତା’ରି ମାଟିରେ ମାତ ଦେଇଛି ଇଂଲଣ୍ଡ। ରାୱଲପିଣ୍ଡିରେ ଖେଳା ଯାଇଥିବା ୩ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡ ବେଶ ନାଟକୀୟ ଢଙ୍ଗରେ ପାକିସ୍ତାନକୁ ୭୪ରେ ହରାଇ ଦେଇଛି। ଏହି ବିଜୟ ସହ ଭ୍ରମଣକାରୀ ଇଂଲଣ୍ଡ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି।
ଆଜି ପଞ୍ଚମ ତଥା ଅନ୍ତିମ ଦିନରେ ଇଂଲଣ୍ଡକୁ ୮ଟି ୱିକେଟ ନେବାର ଥିଲା। ପାକିସ୍ତାନକୁ ମଧ୍ୟ ଜିତିବା ପାଇଁ ୨୬୩ ରନ ଦରକାର ଥିଲା।

ତେବେ ଆରମ୍ଭରୁ ଇଂଲଣ୍ଡ ବୋଲରମାନେ ଦବଦବା ଦେଖାଇ ପ୍ରଥମ ଇନିଂସରେ ଶତକ ହାସଲ କରିଥିବା ଇମାମ ଉଲ ହକ(୪୮)ଙ୍କୁ ଆଉଟ କରି ଦେଇଥିଲେ। ତେବେ ଲଞ୍ଚ ସୁଦ୍ଧା ପାକିସ୍ତାନ ଆଉ କୌଣସି କ୍ଷତି ଘଟାଇ ନଥିଲା। ମହମ୍ମଦ ରିଜୱାନ(୪୬) ଓ ସଉଦ ଶକୀଲ(୭୬) ଇଂଲଣ୍ଡ ହାତରୁ ମ୍ୟାଚ୍‌ ଛଡ଼ାଇ ନେବାକୁ ବସିଥିଲେ। କିନ୍ତୁ ଉଭୟ ଆଉଟ ହେବା ପରେ ଗତକାଲି ରିଟାର୍ଡ ହଟ ହୋଇଥିବା ଆଝାର ଅଲୀ(୪୦) କିଛି ସମୟ ପାଇଁ ଲଢ଼ିଥିଲେ। କିନ୍ତୁ ଏହା ପାକିସ୍ତାନ ବିଜୟ ପାଇଁ ଯଥେଷ୍ଟ ନଥିଲା।

ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଆଝାର ଅଲୀ ଦଳୀୟ ସ୍କୋର ୨୬୦ ଥିବା ବେଳେ ୭ମ ବ୍ୟାଟର ଭାବେ ଆଉଟ ହୋଇଥିଲେ। ତାଙ୍କ ପୂର୍ବରୁ ଅଘା ସଲମାନ(୩୦) ପ୍ୟାଭିଲିୟନ ଫେରିଥିଲେ। ମ୍ୟାଚ୍ ଶେଷ ହେବାକୁ ଆଉ କିଛି ସମୟ ଥିବା ବେଳେ ଇଂଲଣ୍ଡ ବିଜୟ ଠାରୁ ମାତ୍ର ୩ ୱିକେଟ ପଛରେ ଥିଲା। ଏହି ସମୟରେ ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ରଣନୀତି ବଦଳାଇ ସବୁ ଖେଳାଳିଙ୍କୁ କ୍ୟାଚିଂ ପୋଜିସନ ଅର୍ଥାତ ବ୍ୟାଟରଙ୍କ ପାଖକୁ ନେଇ ଆସିଥିଲେ।

ଅଭିଜ୍ଞ ଜେମ୍ସ ଆଣ୍ଡରସନ ମଧ୍ୟ ଷ୍ଟୋକ୍ସଙ୍କୁ ନିରାଶ ନ କରି ପ୍ରଥମେ ଜାହିଦ ମହମ୍ମଦ(୧) ଓ ପରେ ହ୍ୟାରିଶ ରୌଫ(୦)ଙ୍କୁ ଆଉଟ କରି ଦେଇଥିଲେ। ୫ମ ତଥା ଅନ୍ତିମ ଦନିର ଖେଳ ସରି ଆସୁଥିବା ବେଳେ ଇଂଲଣ୍ଡ ବିଜୟ ରାସ୍ତାରେ ମହମ୍ମଦ ଅଲୀ ଓ ନଶିମ ଶାହ କଣ୍ଟା ସାଜିଥିଲେ। ସେମାନେ ରନ କରୁ ନଥିଲେ ମଧ୍ୟ ମ୍ୟାଚ୍ ଡ୍ର ରଖିବାକୁ ବହୁତ ଚେଷ୍ଟା କରିଥିଲେ।

ଲାଇଟ କମ ହୋଇ ଆସୁଥିବାରୁ ମ୍ୟାଚ୍ ମଧ୍ୟ ଅଧାରୁ ବନ୍ଦ ହେବାର ଆଶଙ୍କା ପ୍ରକାଶ ପାଇଥିଲା। ହେଲେ ଷ୍ଟୋକ୍ସ ବୁଦ୍ଧି ଖଟାଇ ହଠାତ୍ ସ୍ପିନ ବୋଲର ଜ୍ୟାକ ଲିଚଙ୍କୁ ବୋଲିଂ ଦେଇଥିଲେ। ସେ ୪୬ ବଲ ଖେଳି ୬ ରନ କରିଥିବା ଶାହଙ୍କୁ ଆଉଟ କରି ଇଂଲଣ୍ଡକୁ ନାଟକୀୟ ବିଜୟ ଦେଇଥିଲେ। ଅନ୍ୟ ଏଣ୍ଡରେ ଥିବା ମହମ୍ମଦ ଅଲୀ ୨୬ ବଲ ଖେଳିଥିଲେ ମଧ୍ୟ କୌଣସି ରନ କରି ନାହାନ୍ତି।

ଇଂଲଣ୍ଡ ତା’ର ପ୍ରଥମ ଇନିଂସରେ ଜ୍ୟାକ କ୍ରାଉଲି, ବେନ ଡକେଟ, ଓଲି ପପ ଓ ହ୍ୟାରୀ ବ୍ରୁକଙ୍କ ଶତକ ବଳରେ ସମସ୍ତ ୱିକେଟ ହରାଇ ୬୫୭ ରନ କରିଥିଲା। ଏହାର ଜବାବରେ ପାକିସ୍ତାନ ଅବଦୁଲ୍ଲା ଶଫିକ୍ୟୁ, ଇମାମ ଓ ଅଧିନାୟକ ବାବର ଆଜମଙ୍କ ଶତକ ବଳରେ ୫୭୯ ରନ କରିଥିଲା। ଇଂଲଣ୍ଡ ତା’ର ଦ୍ୱିତୀୟ ଇନିଂସରେ ୭ ୱିକେଟ ହରାଇ ୨୬୪ ରନ କରିଥିବା ବେଳେ ପାଳି ଘୋଷଣା କରିଥିଲା।

ଫଳରେ ପାକିସ୍ତାନକୁ ୩୪୩ ରନ ଟାର୍ଗେଟ ମିଳିଥିଲା। ପାକିସ୍ତାନ ୪ର୍ଥ ଦିନର ଖେଳ ଶେଷ ହେବା ବେଳକୁ ୨ ୱିକେଟ ହରାଇ ୮୦ ରନ କରିଥିଲା। ହେଲେ ଆଜି ଦଳ ମ୍ୟାଚ୍ ସରିବାର କିଛି ସମୟ ପୂର୍ବରୁ ୨୬୮ ରନ କରି ଅଲଆଉଟ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story