ମହିଳା ବିଶ୍ୱକପରେ ପୁଣି ହାରିଲା ଭାରତ

ଅକଲ୍ୟାଣ୍ଡ: ଦିନିକିଆ ମହିଳା ବିଶ୍ୱକପରେ ପୁଣି ହାରିଛି ଭାରତ। ଭାରତୀୟ ମହିଳା ଟିମ୍‌ ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ଚ୍ୟାଲେଞ୍ଜିଂ ୨୭୭ ରନ୍‌ କରିଥିଲେ ମଧ୍ୟ ଶେଷ ଓଭରରେ ହାରି ଯାଇଛି। ଭାରତ ଦେଇଥିବା ୨୭୮ ରନ୍‌ର ଟାର୍ଗେଟକୁ ଅଷ୍ଟ୍ରେଲିଆ ୪ ୱିକେଟ ହରାଇ ୩ ବଲ ପୂର୍ବରୁ ହାସଲ କରି ନେଇଛି। ଚଳିତ ବିଶ୍ୱକପରେ ଏହା ଅଷ୍ଟ୍ରେଲିଆର ୫ମ ବିଜୟ। ଦଳ ଏଯାଏ ଗୋଟିଏ ହେଲେ ମ୍ୟାଚ୍‌ ହାରିନାହିଁ। ତେବେ ଭାରତ ଚଳିତ ବଶ୍ୱକପର ୫ଟି ମ୍ୟାଚ୍‌ରୁ […]

women

women

Hemant Lenka
  • Published: Saturday, 19 March 2022
  • Updated: 19 March 2022, 03:16 PM IST

Sports

Latest News

ଅକଲ୍ୟାଣ୍ଡ: ଦିନିକିଆ ମହିଳା ବିଶ୍ୱକପରେ ପୁଣି ହାରିଛି ଭାରତ। ଭାରତୀୟ ମହିଳା ଟିମ୍‌ ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ଚ୍ୟାଲେଞ୍ଜିଂ ୨୭୭ ରନ୍‌ କରିଥିଲେ ମଧ୍ୟ ଶେଷ ଓଭରରେ ହାରି ଯାଇଛି। ଭାରତ ଦେଇଥିବା ୨୭୮ ରନ୍‌ର ଟାର୍ଗେଟକୁ ଅଷ୍ଟ୍ରେଲିଆ ୪ ୱିକେଟ ହରାଇ ୩ ବଲ ପୂର୍ବରୁ ହାସଲ କରି ନେଇଛି।

ଚଳିତ ବିଶ୍ୱକପରେ ଏହା ଅଷ୍ଟ୍ରେଲିଆର ୫ମ ବିଜୟ। ଦଳ ଏଯାଏ ଗୋଟିଏ ହେଲେ ମ୍ୟାଚ୍‌ ହାରିନାହିଁ। ତେବେ ଭାରତ ଚଳିତ ବଶ୍ୱକପର ୫ଟି ମ୍ୟାଚ୍‌ରୁ ୨ଟିରେ ଜିତିଛି ଓ ୩ଟିରେ ହାରିଛି। ଗତ ମ୍ୟାଚ୍‌ରେ ଦଳ ଇଂଲଣ୍ଡ ଠାରୁ ପରାସ୍ତ ହୋଇଥିଲା। ଆଜି ଅଷ୍ଟ୍ରେଲିଆ ମିତାଲି ରାଜଙ୍କ ଟିମ୍‌ଙ୍କୁ ପରାସ୍ତ କରିଛି। ଅଷ୍ଟ୍ରେଲିଆର ଏହି ବିଜୟରେ ଅଧିନାୟକ ମେଗ ଲାନ୍ନିଂ କର୍ଣ୍ଣଧାର ସାଜିଥିଲେ। ସେ ୧୦୭ ବଲ୍‌ରେ ୯୭ ରନ୍‌ର ଇନିଂସ ଖେଳି ଭାରତ ହାତରୁ ମ୍ୟାଚ୍‌ ଛଡ଼ାଇ ନେଇଛନ୍ତି।

ନ୍ୟୁଜିଲ୍ୟାଣ୍ଡର ଅକଲ୍ୟାଣ୍ଡରେ ଖେଳାଯାଉଥିବା ଆଜିର ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଅଧିନାୟକ ଲାନ୍ନିଂ ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲେ। ଭାରତ ପାଇଁ ସ୍ମୃତି ମନ୍ଧାନାଙ୍କ ସହ ଶେଫାଲି ବର୍ମା ଇନିଂସ ଆରମ୍ଭ କରିଥିଲେ। ତେବେ ଦଳୀୟ ସ୍କୋର ୨୮ ଥିବା ବେଳେ ଉଭୟ ପ୍ୟାଭିଲିୟନ ଫେରିଥିଲେ।

ତୃତୀୟ ୱିକେଟ ପାଇଁ ଅଧିନାୟକ ମିତାଲି ରାଜ ଓ ଯୁବ ତାରକା ୟାସ୍ତିକା ଭାଟିଆ ଦମଦାର ବ୍ୟାଟିଂ କରିଥିଲେ। ଏଥିସହ ନିଜ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ଉଭୟ ୩ୟ ୱିକେଟ ପାଇଁ ୧୩୮ ରନ୍‌ ଯୋଡ଼ି ଅଷ୍ଟ୍ରେଲିଆ ବୋଲରଙ୍କୁ ନିରାଶ କରିଥିଲେ।

କିନ୍ତୁ ବଡ଼ ଶଟ ଖେଳିବା ଲୋଭରେ ପ୍ରଥମେ ୟାସ୍ତିକା(୫୯) ଓ ପରେ ମିତାଲି(୬୭) ଆଉଟ ହୋଇ ଯାଇଥିଲେ। ଶେଷ ଭାଗରେ ହରମନପ୍ରୀତ କୌର ୪୭ ବଲରେ ଅପରାଜିତ ୫୭ ଓ ପୂଜା ଭସ୍ତ୍ରକର ୨୮ ବଲ୍‌ରେ ୩୪ ରନ୍‌ କରିବାରୁ ଭାରତ ୭ ୱିକେଟ ହରାଇ ୨୭୭ ରନ୍‌ କରିଥିଲା।

୨୭୮ ରନ୍‌ର ପିଛା କରୁଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ହିଁ ଦମଦାର ବ୍ୟାଟିଂ କରିଥିଲା। ଦଳର ଦୁଇ ଓପନର ରାଚେଲ ହାୟନେସ ଓ ଏଲିସା ହେଲୀ ପ୍ରଥମ ୱିକେଟ ପାଇଁ ୧୨୧ ରନ୍‌ ଯୋଡ଼ିଥିଲେ। ହେଲୀ ମଧ୍ୟ ୬୫ ବଲରେ ୭୨ ରନର ଇନିଂସ ଖେଳିଥିଲେ। ଏହି ସମୟରେ ତାଙ୍କୁ ସ୍ନେହା ରାଣା ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହାପରେ ପୂଜା ଭସ୍ତ୍ରକର ୪୩ ରନ୍‌ କରିଥିବା ରାଚେଲଙ୍କୁ ପ୍ୟାଭିଲିୟନ ପଠାଇଥିଲେ।

୨ ରନ୍ ଭିତରେ ଅଷ୍ଟ୍ରେଲିଆ ଦୁଇଟି ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ହେଲେ ଅଧିନାୟକ ଲାନ୍ନିଂ ଓ ଅଭିଜ୍ଞ ଏଲିସ ପେରୀ ଭାରତର ସବୁ ଯୋଜନାରେ ପାଣି ପକାଇ ଦେଇଥିଲେ। ଉଭୟ ୩ୟ ୱିକେଟ ପାଇଁ ୧୦୩ ରନ୍ ଯୋଡ଼ି ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ।

ଅଷ୍ଟ୍ରେଲିଆ ଜିତିବା ପାଇଁ ୫୪ ବଲରେ ୫୩ ରନ୍ ଆବଶ୍ୟକ କରୁଥିବା ବେଳେ ହଠାତ୍ ବର୍ଷା ହୋଇଥିଲେ। ଫଳରେ ମ୍ୟାଚକୁ କିଛି ସମୟ ପାଇଁ ସ୍ଥଗିତ କରାଯାଇଥିଲା। ବର୍ଷା ଛାଡ଼ିବା ପରେ ୫୧ ବଲ୍‌ରେ ୨୮ ରନ୍‌ କରିଥିବା ପେରୀଙ୍କୁ ପୂଜା ଆଉଟ କରି ଭାରତକୁ ୩ୟ ସଫଳତା ଦେଇଥିଲେ।

କିନ୍ତୁ ଏହାର ପ୍ରଭାବ ଲାନ୍ନିଂଙ୍କ ଉପରେ ପଡ଼ି ନଥିଲା। ସେ ୫ମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ବେଥ ମୋନୀଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ୪୯ ତମ ଓଭର୍‌ରେ ଲାନ୍ନିଂ ୯୭ ରନ୍‌ କରି ଆଉଟ ହୋଇଯିବାରୁ ଭାରତୀୟ ଶିବିରରେ ବିଜୟ ଆଶା ସଞ୍ଚାର ହୋଇଥିଲା।

ଆଉଟ ହେବା ପୂର୍ବରୁ ସେ ୧୩ ଚୌକା ବଳରେ ୯୭ ରନର ଇନିଂସ ଖେଳିଥିଲେ। ଶେଷ ଓଭରରେ ଅଷ୍ଟ୍ରେଲିଆକୁ ଜିତିବା ପାଇଁ ୮ ରନ୍ ଦରକାର ଥିଲା। ସାମ୍ନାରେ ଥିଲେ ଭାରତର ଅଭିଜ୍ଞ ଝୁଲଣ ଗୋସ୍ୱାମୀ। ତେବେ ମୋନୀ ତାଙ୍କର ପ୍ରଥମ ବଲରେ ଚୌକା ଓ ଦ୍ୱିତୀୟ ବଲରେ ୨ ରନ୍ ହାସ କରିନେଇଥିଲେ।

ଜିତିବାକୁ ୨ ରନ୍ ଆବଶ୍ୟକ ଥିବା ବେଳେ ସେ ଚୌକା ମାରି ଅଷ୍ଟ୍ରେଲିଆକୁ ଚଳିତ ବିଶ୍ୱକପରେ ୫ମ ବିଜୟ ଭେଟି ଦେଇଥିଲେ। ଶେଷ ଯାଏ ମୋନୀ ୨୦ ବଲ୍‌ରେ ୩୦ ରନ୍‌ କରି ଅପରାଜିତ ରହିଥିଲେ। ମ୍ୟାଚ୍‌ରେ ୯୭ ରନ୍‌ର ଇନିଂସ ଖେଳିଥିବା ଲାନ୍ନିଂ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story