ରବିବାର ଫାଇନାଲ, ଏଯାଏ ଟି-୨୦ ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ପାରିନି ଅଷ୍ଟ୍ରେଲିଆ

ଦୁବାଇ: ଆସନ୍ତାକାଲି ଚଳିତ ଟି-୨୦ ବିଶ୍ୱକପରର ଟ୍ରଫି ଟକ୍କର ହେବ। ଗୋଟିଏ ପଟେ ପ୍ରଥମଥର ପାଇଁ ଟି-୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଥିବା ନ୍ୟୁଜିଲ୍ୟାଣ୍ଡ ରହିଥିବା ବେଳେ ଅନ୍ୟପଟେ ରହିଛି ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆ ଶେଷଥର ପାଇଁ ୨୦୧୦ରେ ଟି-୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଥିଲା। ଚଳିତ ବର୍ଷ ମଧ୍ୟ ଅଷ୍ଟ୍ରେଲିଆ ଫାଇନାଲରେ ପ୍ରବେଶ କରିବ ବୋଲି କେହି ଆଶା କରି ନଥିଲେ। ହେଲେ ଦଳ ସେମିରେ ଶକ୍ତିଶାଳୀ ପାକିସ୍ତାନକୁ ରୋମାଞ୍ଚକର ଢଙ୍ଗରେ ପରାସ୍ତ କରି ଫାଇନାଲ ଟିକେଟ […]

Newzeland

Newzeland

Hemant Lenka
  • Published: Saturday, 13 November 2021
  • Updated: 13 November 2021, 05:55 PM IST

Sports

Latest News

ଦୁବାଇ: ଆସନ୍ତାକାଲି ଚଳିତ ଟି-୨୦ ବିଶ୍ୱକପରର ଟ୍ରଫି ଟକ୍କର ହେବ। ଗୋଟିଏ ପଟେ ପ୍ରଥମଥର ପାଇଁ ଟି-୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଥିବା ନ୍ୟୁଜିଲ୍ୟାଣ୍ଡ ରହିଥିବା ବେଳେ ଅନ୍ୟପଟେ ରହିଛି ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆ ଶେଷଥର ପାଇଁ ୨୦୧୦ରେ ଟି-୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଥିଲା।

ଚଳିତ ବର୍ଷ ମଧ୍ୟ ଅଷ୍ଟ୍ରେଲିଆ ଫାଇନାଲରେ ପ୍ରବେଶ କରିବ ବୋଲି କେହି ଆଶା କରି ନଥିଲେ। ହେଲେ ଦଳ ସେମିରେ ଶକ୍ତିଶାଳୀ ପାକିସ୍ତାନକୁ ରୋମାଞ୍ଚକର ଢଙ୍ଗରେ ପରାସ୍ତ କରି ଫାଇନାଲ ଟିକେଟ ହାସଲ କରିଛି। ଆସନ୍ତାକାଲି ଭାରତୀୟ ସମୟ ସନ୍ଧ୍ୟା ୭.୩୦ରେ ଏହି ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏଥିପାଇଁ ଦୁଇ ଦଳ ବେଶ ଝାଳ ବୁହାଇଛନ୍ତି।

କିନ୍ତୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ମ୍ୟାଚ୍‌ ଜିତିବା ଅଷ୍ଟ୍ରେଲିଆ ପାଇଁ ସହଜ ହେବନି। କାରଣ ଏଯାଏ କଙ୍ଗାରୁ ଟିମ ଟି-୨୦ ବିଶ୍ୱକପରେ କ୍ୱିୱି ବାହିନୀକୁ ହରାଇ ପାରିନି। ଉଭୟ ଦଳ ୨୦୦୭ରୁ ଟି-୨୦ ବିଶ୍ୱକପ ଆରମ୍ଭ ହୋଇଥିଲେ ହେଁ ଗୋଟିଏ ଥର ମୁହାଁମୁହିଁ ହେବାର ସୁଯୋଗ ପାଇଥିଲେ। ଆଉ ଏଥିରେ ନ୍ୟୁଜିଲ୍ୟାଣ୍ଡ ହିଁ ବାଜିମାତ କରିଥିଲା। ୨୦୧୬ ଟି-୨୦ ବିଶ୍ୱକପ ମୁକାବିଲାରେ ନ୍ୟୁଜିଲ୍ୟାଣ୍ଡ ଦମଦାର ଷ୍ଟାଇଲରେ ଅଷ୍ଟ୍ରେଲିଆକୁ ହରାଇଥିଲା।

ଅନ୍ୟପକ୍ଷରେ ୨୦୨୧ରେ ଭାରତକୁ ହରାଇ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଜିତିଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆର ଓଭରଅଲ ଟି-୨୦ ରେକର୍ଡ ବେଶ ଭଲ। ସେହିପରି ଶେଷଥର ପାଇଁ ଉଭୟ ଦଳ ୨୦୧୫ରେ ଆଇସିସି ଦିନିକିଆ ବିଶ୍ୱକପ ଫାଇନାଲରେ ଲଢ଼େଇ କରିଥିଲେ।

ଏଥିରେ ଅଷ୍ଟ୍ରେଲିଆ ଏକତରଫା ବିଜୟ ହାସଲ କରିଥିଲା। ସେବେଠାରୁ ଆଉ କୌଣସି ଆଇସିସି ଇଭେଣ୍ଟର ଫାଇନାଲରେ ଦୁଇ ଦଳ ମୁହାଁମୁହିଁ ହୋଇ ନଥିଲେ। ଆସନ୍ତାକାଲି ପୂରା ବିଶ୍ୱ ପୁଣିଥରେ ଫାଇନାଲରେ ଦୁଇ ଦଳ ମଧ୍ୟରେ ହେବାକୁ ଥିବା ଲଢ଼େଇକୁ ଦେଖିବ।

ଏଯାଏ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମୋଟ ୧୪ଟି ଟି-୨୦ ମ୍ୟାଚ୍‌ ଖେଳାଯାଇଛି। ଏହା ମଧ୍ୟରୁ ଅଷ୍ଟ୍ରେଲିଆ ୯ଟିରେ ଜିତିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ସପକ୍ଷରେ ୫ଟି ମ୍ୟାଚ୍‌ ଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ ଚଳିତ ବିଶ୍ୱକପରେ ନିଜ ନିଜ ଗ୍ରୁପ୍‌ର ଦ୍ୱିତୀୟ ସ୍ଥାନରେ ରହି ସେମିରେ ପ୍ରବେଶ କରିଥିଲେ। କିନ୍ତୁ ଟ୍ରଫି ଜିତିଥିବାର ପ୍ରବଳ ଦାବିଦାର ଥିବା ଇଂଲଣ୍ଡ ଓ ପାକିସ୍ତାନକୁ ଏମାନେ ହରାଇ ଫାଇନାଲ ଟିକେଟ ପାଇଛନ୍ତି।

ଯଦି ଆମେ ୨୦୧୬ ଟି-୨୦ ବିଶ୍ୱକପ କଥା ବିଚାରକୁ ନେବା, ତା’ହେଲେ ଏହି ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ୮ ୱିକେଟରେ ୧୪୨ ରନ୍‌ କରିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ୯ ୱିକେଟ ହରାଇ ୧୩୪ ରନ୍‌ କରିପାରିଥିଲା। ମିଚେଲ ମ୍ୟାଘ୍ଲେନ ୧୭ ରନ୍‌ ଦେଇ ୩ ୱିକେଟ ନେବା ସହ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ପାଇଥିଲେ। ଏହାବାଦ କୋରି ଆଣ୍ଡରସନ ଓ ମିଚେଲ ସାଣ୍ଟନର ୨ଟି ଲେଖାଏ ସଫଳତା ପାଇଥିଲେ।

୨୦୧୫ରେ ଦିନିକିଆ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ୭ ୱିକେଟରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଚାମ୍ପିୟନ ହୋଇଥିଲା। ତେଣୁ ଆସନ୍ତାକାଲି ନ୍ୟୁଜିଲ୍ୟାଣ୍ଡ ୨୦୧୫ ଫାଇନାଲର ବଦଲା ନେବାକୁ ପ୍ରୟାସ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story