ପ୍ରଥମ ଅଧିନାୟକ ଭାବେ ଏମିତି ରେକର୍ଡ କଲେ ବାବର ଆଜମ

ଦୁବାଇ: ପାକିସ୍ତାନର ଅଧିନାୟକ ବାବର ଆଜମ ଟି-୨୦ ବିଶ୍ୱକପରେ ନୂଆ ରେକର୍ଡ କରିଛନ୍ତି। ସେ ବିଶ୍ୱର ପ୍ରଥମ ଅଧିନାୟକ ଭାବେ ପୁରୁଷ ଟି-୨୦ ବିଶ୍ୱକପରେ ୩ଟି ଅର୍ଦ୍ଧଶତକ ହାସଲ କରିବାର କୀର୍ତ୍ତିମାନ ନିଜ ନାଁରେ କରିଛନ୍ତି। ଚଳିତ ବିଶ୍ୱକପରେ ବାବର ଟପ୍‌ ଫର୍ମରେ ଅଛନ୍ତି। ଆଜି ଅବୁଧାବିରେ ଖେଳା ଯାଇଥିବା ନାମିବ୍ୟା ବିପକ୍ଷ ମ୍ୟାଚ୍‌ରେ ସେ ୪୯ ବଲ୍‌ରେ ୭୦ ରନ୍‌ର ଇନିଂସ ଖେଳିଛନ୍ତି। ବାରବଙ୍କ ସହ ତାଙ୍କ ଓପନିଂ ପାର୍ଟନର ମହମ୍ମଦ ରିଜୱାନ ମଧ୍ୟ ଜବରଦସ୍ତ […]

Babar

Babar

Hemant Lenka
  • Published: Tuesday, 02 November 2021
  • Updated: 02 November 2021, 10:19 PM IST

Sports

Latest News

ଦୁବାଇ: ପାକିସ୍ତାନର ଅଧିନାୟକ ବାବର ଆଜମ ଟି-୨୦ ବିଶ୍ୱକପରେ ନୂଆ ରେକର୍ଡ କରିଛନ୍ତି। ସେ ବିଶ୍ୱର ପ୍ରଥମ ଅଧିନାୟକ ଭାବେ ପୁରୁଷ ଟି-୨୦ ବିଶ୍ୱକପରେ ୩ଟି ଅର୍ଦ୍ଧଶତକ ହାସଲ କରିବାର କୀର୍ତ୍ତିମାନ ନିଜ ନାଁରେ କରିଛନ୍ତି। ଚଳିତ ବିଶ୍ୱକପରେ ବାବର ଟପ୍‌ ଫର୍ମରେ ଅଛନ୍ତି।

ଆଜି ଅବୁଧାବିରେ ଖେଳା ଯାଇଥିବା ନାମିବ୍ୟା ବିପକ୍ଷ ମ୍ୟାଚ୍‌ରେ ସେ ୪୯ ବଲ୍‌ରେ ୭୦ ରନ୍‌ର ଇନିଂସ ଖେଳିଛନ୍ତି। ବାରବଙ୍କ ସହ ତାଙ୍କ ଓପନିଂ ପାର୍ଟନର ମହମ୍ମଦ ରିଜୱାନ ମଧ୍ୟ ଜବରଦସ୍ତ ବ୍ୟାଟିଂ କରିଛନ୍ତି। ଉଭୟ ପ୍ରଥମ ୱିକେଟ ପାଇଁ ୧୧୩ ରନ୍‌ ଯୋଡ଼ିଥିଲେ। ଫଳରେ ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭର୍‌ରେ ୨ ୱିକେଟ ହରାଇ ବିଶାଳ ୧୮୯ ରନ୍‌ କରିବାକୁ ସକ୍ଷମ ହୋଇଛି। ବାବର ୭୦ ରନ୍‌ରେ ଆଉଟ ହୋଇଥିବା ବେଳେ ରିଜୱାନ ୭୯ ରନ୍‌ର ଅପରାଜିତ ଇନିଂସ ଖେଳିଛନ୍ତି।

ଏହା ପୂର୍ବରୁ ବାବର ଚୀର ପ୍ରତିଦ୍ୱନ୍ଦ୍ୱୀ ଭାରତ ବିପକ୍ଷରେ ଅପରାଜିତ ୬୮ ରନ୍‌ର ଇନିଂସ ଖେଳିଥିଲେ। ଏହି ମ୍ୟାଚ୍‌ରେ ପାକିସ୍ତାନ ୧୦ ୱିକେଟରେ ଭାରତକୁ ପରାସ୍ତ କରିଥିଲା। ଭାରତ ୨୦୦୭ରେ ଟି-୨୦ ବିଶ୍ୱକପର ପ୍ରଥମ ସଂସ୍କରଣ ଜିତିଥିବା ବେଳେ ୨୦୦୯ରେ ପାକିସ୍ତାନ ଟ୍ରଫି ଜିତିଥିଲା।

ଭାରତ ଓ ନାମିବ୍ୟା ବ୍ୟତୀତ ବାବର ଆଫଗାନିସ୍ତାନ ବିପକ୍ଷରେ ୫୧ ରନ୍‌ କରିଥିଲେ। ଏହି ମ୍ୟାଚ୍‌ରେ ଆସିଫ ଅଲୀ ଗୋଟିଏ ଓଭର୍‌ର ୪ ଛକା ମାରି ପାକିସ୍ତାନକୁ ଅପ୍ରତ୍ୟାଶିତ ବିଜୟ ଭେଟି ଦେଇଥିଲେ।

ଅନ୍ୟପକ୍ଷରେ ବାବର ଓ ରିଜୱାନ ଯୋଡ଼ି ଟି-୨୦ର ଗୋଟିଏ କ୍ୟାଲେଣ୍ଡର ବର୍ଷରେ ପାକିସ୍ତାନ ପାଇଁ ମିଳିତ ଭାବେ ୧ ହଜାର ରନ୍‌ କରିଛନ୍ତି। ଏହି ଯୋଡ଼ି ୨୦୨୧ରେ ମଧ୍ୟ ୪ ଥର ୧୦୦ରୁ ଅଧିକ ଭାଗିଦାରୀ କରିଛନ୍ତି। ଏହା ମଧ୍ୟରେ ୩ଟି ୧୫୦ରୁ ଅଧିକ ରନ୍‌ର ଭାଗିଦାରୀ ରହିଛି।

ଚଳିତ ବିଶ୍ୱକପ କଥା ବିଚାରକୁ ନେଲେ ପାକିସ୍ତାନ ଏଯାଏ ଖେଳିଥିବା ୩ଟି ଯାକ ମ୍ୟାଚ୍‌ରେ ବିଜୟ ହୋଇଛି। ଆଜି ନାମିବ୍ୟା ବିପକ୍ଷରେ ମଧ୍ୟ ଦଳ ଜିତିବା ଏକ ପ୍ରକାରର ନିଶ୍ଚିତ ରହିଛି। ଯଦି ଆଜି ଦଳ ଜିତିବ, ତା’ହେଲେ ସେମି ଫାଇନାଲ ଟିକେଟ ପକ୍କା କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos