ବିରାଟ କୋହଲିଙ୍କ ସମକକ୍ଷ ହେଲେ ବାବର ଆଜମ

ଇସଲାମାବାଦ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି ପାକିସ୍ତାନର ଅଧିନାୟକ ବାବର ଆଜମ। ଏସିଆ କପରେ ବାବରଙ୍କ ବ୍ୟାଟ ଚାଲି ନଥିବା ବେଳେ ଗୁରୁବାର ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ରେ ସେ ଶତକ ହାସଲ କରି ନିଜ ଜଲୱା ଦେଖାଇଛନ୍ତି। ତାଙ୍କର ବିସ୍ଫୋରକ ଶତକ ଯୋଗୁ ପାକିସ୍ତାନ ଭ୍ରମଣକାରୀ ଇଂଲଣ୍ଡକୁ ରେକର୍ଡ ୧୦ ୱିକେଟରେ ମଧ୍ୟ ହରାଇ ଦେଇଛି। ଏଥିସହ ୭ ମ୍ୟାଚ ବିଶିଷ୍ଟ ସିରିଜ୍‌କୁ ୧-୧ ସ୍ଥିତିକୁ ଆଣିଛି। ବାବରଙ୍କ […]

babar

babar

Hemant Lenka
  • Published: Friday, 23 September 2022
  • Updated: 23 September 2022, 09:23 PM IST

Sports

Latest News

ଇସଲାମାବାଦ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି ପାକିସ୍ତାନର ଅଧିନାୟକ ବାବର ଆଜମ। ଏସିଆ କପରେ ବାବରଙ୍କ ବ୍ୟାଟ ଚାଲି ନଥିବା ବେଳେ ଗୁରୁବାର ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ରେ ସେ ଶତକ ହାସଲ କରି ନିଜ ଜଲୱା ଦେଖାଇଛନ୍ତି। ତାଙ୍କର ବିସ୍ଫୋରକ ଶତକ ଯୋଗୁ ପାକିସ୍ତାନ ଭ୍ରମଣକାରୀ ଇଂଲଣ୍ଡକୁ ରେକର୍ଡ ୧୦ ୱିକେଟରେ ମଧ୍ୟ ହରାଇ ଦେଇଛି। ଏଥିସହ ୭ ମ୍ୟାଚ ବିଶିଷ୍ଟ ସିରିଜ୍‌କୁ ୧-୧ ସ୍ଥିତିକୁ ଆଣିଛି। ବାବରଙ୍କ ନେତୃତ୍ୱରେ ପାକିସ୍ତାନ ଜିତିବା ପରେ ସେ ବିରାଟଙ୍କ କ୍ୟାପ୍ଟେନ୍ସି ରେକର୍ଡର ସମକକ୍ଷ ହୋଇଛନ୍ତି। ସେହିପରି ବାବର ପାକିସ୍ତାନର ସବୁ କ୍ୟାପ୍ଟେନଙ୍କ ଟି-୨୦ ବିଜୟ ରେକର୍ଡକୁ ମଧ୍ୟ ଭାଙ୍ଗି ଦେଇଛନ୍ତି।

ବାବର ଆଜମ ଗୁରୁବାର ପାକିସ୍ତାନ ପାଇଁ ଚାମ୍ପିୟନ୍ସ ଟ୍ରଫି ଜିତିଥିବା ପୂର୍ବତନ ଅଧିନାୟକ ସର୍ଫରାଜ ଅହମଦଙ୍କୁ ପଛରେ ପକାଇ ଦେଇଛନ୍ତି। ବାବରଙ୍କ ନେତୃତ୍ୱରେ ପାକିସ୍ତାନ ଏଯାଏ ୩୦ଟି ଟି-୨୦ ମ୍ୟାଚ୍‌ ଜିତିଲାଣି। ସେ ୪୯ଟି ମ୍ୟାଚ୍‌ରେ କ୍ୟାପ୍ଟେନ୍ସି କରି ପାକିସ୍ତାନ ପାଇଁ ଏପରି ସଫଳତା ଆଣିଛନ୍ତି।

ସର୍ଫରାଜ ୩୭ଟି ଟି-୨୦ର ନେତୃତ୍ୱ ନେଇଥିବା ବେଳେ ପାକିସ୍ତାନ ୨୯ଟି ମ୍ୟାଚ୍‌ରେ ଜିତିଥିଲା। ୨୦୧୬ରୁ ୨୦୧୯ ମଧ୍ୟରେ ସର୍ଫରାଜ ପାକିସ୍ତାନର କମାଣ ସମ୍ଭାଳିଥିଲେ।

ତେବେ ସର୍ଫରାଜଙ୍କୁ ପଛରେ ପକାଇଥିବା ବାବର ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ସମକକ୍ଷ ହୋଇଛି। ବିରାଟ ୫୦ଟି ଟି-୨୦ ମ୍ୟାଚ୍‌ର ନେତୃତ୍ୱ ନେଇଥିବା ବେଳେ ଭାରତ ୩୦ଟିରେ ଜିତିଥିଲା। ଏବେ ବାବର ୪୯ଟି ମ୍ୟାଚ୍‌ର ନେତୃତ୍ୱ ନେଇ ଉକ୍ତ ରେକର୍ଡର ସମକକ୍ଷ ହୋଇଛନ୍ତି।

ଏବେ ବି ଭାରତର ସବୁଠାରୁ ସଫଳତମ ଟି-୨୦ କ୍ୟାପ୍ଟେନ ହେବାର ରେକର୍ଡ ମହେନ୍ଦ୍ର ସିଂହ ଧୋନିଙ୍କ ନାଁରେ ରହିଛି। ଧୋନି ୭୨ଟି ମ୍ୟାଚ୍‌ରୁ ୪୧ଟିରେ ଜିତିଛନ୍ତି। ତାଙ୍କ ପଛକୁ ରୋହିତ ଶର୍ମା ୪୦ଟି ମ୍ୟାଚ୍‌ର କ୍ୟାପ୍ଟେନ୍ସି କରିଥିବା ବେଳେ ଭାରତ ୩୧ଟିରେ ଜିତିଛି।

ବାବର ୨୦୧୯ରେ ଟି-୨୦ରେ ପାକିସ୍ତାନର ଅଧିନାୟକ ହୋଇଥିଲେ। ତାଙ୍କ ନେତୃତ୍ୱରେ ପାକିସ୍ତାନ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରି ଆସୁଛି। ବାବରଙ୍କ କ୍ୟାପ୍ଟେନ୍ସିରେ ପାକିସ୍ତାନ କୌଣସି ବିଶ୍ୱକପ ମ୍ୟାଚ୍‌ରେ ଭାରତକୁ ହରାଇବାର ରେକର୍ଡ ମଧ୍ୟ କରିଥିଲା। ଗତବର୍ଷ ୟୁଏଇରେ ହୋଇଥିବା ଟି-୨୦ ବିଶ୍ୱକପ ବେଳେ ଏହା ଘଟିଥିଲା। ସେହିପରି ଏସିଆ କପ ଫାଇନାଲରେ ମଧ୍ୟ ପାକିସ୍ତାନ ବାବରଙ୍କ ନେତୃତ୍ୱରେ ପ୍ରବେଶ କରିଥିଲା।

ବାବର ଓ ସର୍ଫରାଜଙ୍କ ଛାଡ଼ି ଦେଲେ ପାକିସ୍ତାନ ପାଇଁ ଅଧିକ ମ୍ୟାଚ୍‌ ଜିତିଥିବା ଅଧିନାୟକ ତାଲିକାର ତୃତୀୟ ସ୍ଥାନରେ ଭେଟରାନ ଶାହିଦ ଆଫ୍ରିଦି ରହିଛନ୍ତି। ସେ ୪୩ଟି ମ୍ୟାଚ୍‌ରେ ପାକିସ୍ତାନର ନେତୃତ୍ୱ ନେଇଥିବା ବେଳେ ୧୯ଟିରେ ଦେଶ ଜିତିଥିଲା। ତାଙ୍କ ପଛକୁ ମହମ୍ମଦ ହାଫିଜ ୨୯ ମ୍ୟାଚ୍‌ ୧୮ ବିଜୟ ଓ ସୋହେବ ମାଲିକ ୨୦ ମ୍ୟାଚ୍‌ ୧୩ ବିଜୟ ରହିଛନ୍ତି।

ଏହି ରେକର୍ଡ ବ୍ୟତୀତ ବାବାର ପାକିସ୍ତାନର ପ୍ରଥମ ବ୍ୟାଟର ଭାବେ ଟି-୨୦ରେ ଏକରୁ ଅଧିକ ଶତକ ହାସଲ କରିଛନ୍ତି। ୨୦୨୧ରେ ବାବର ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୨୨ ରନର ଇନିଂସ ଖେଳିଥିଲେ। ଗତକାଲି ସେ ଇଂଲଣ୍ଡ ବିପକ୍ଷରେ ଅପରାଜିତ ୧୧୦ ରନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story