ଇତିହାସ ରଚିଲା ବାଂଲାଦେଶ, ପ୍ରଥମଥର ପାଇଁ ଦକ୍ଷିଣ ଆଫ୍ରିକାରେ ମ୍ୟାଚ୍‌ ଜିତିଲା

ଜୋହାନ୍ସବର୍ଗ: ଇତିହାସ ରଚିଛି ବାଂଲାଦେଶ। ଆଜି ଯାଏ ବାଂଲାଦେଶ କ୍ରିକେଟ ଟିମ୍‌ ଯାହା  କରି ପାରି ନଥିଲା, ତାହା ଏବେ କରି ଦେଖାଇଛି। ପ୍ରଥମ ଥର ଦକ୍ଷିଣ ଆଫ୍ରିକା ମାଟିରେ ବାଂଲାଦେଶ କୌଣସି ଦିନିକିଆ ମ୍ୟାଚ୍‌ ଜିତିବାକୁ ସକ୍ଷମ ହୋଇଛି। ବାଂଲାଦେଶର ଏହି ବିଜୟ ପଛରେ ଉଭୟ ବ୍ୟାଟର ଓ ବୋଲରଙ୍କ ମିଳିତ ଭାଗିଦାରୀ ରହିଛି। ଶୁକ୍ରବାର ଖେଳାଯାଇଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାରେ ବାଂଲାଦେଶ ପ୍ରତିପକ୍ଷ ଦକ୍ଷିଣ ଆଫ୍ରିକାକୁ ୩୮ ରନ୍‌ରେ ହରାଇ ଦେଇଛି। ଏଥିସହ […]

Bangladesh

Bangladesh

Hemant Lenka
  • Published: Saturday, 19 March 2022
  • Updated: 19 March 2022, 04:01 PM IST

Sports

Latest News

ଜୋହାନ୍ସବର୍ଗ: ଇତିହାସ ରଚିଛି ବାଂଲାଦେଶ। ଆଜି ଯାଏ ବାଂଲାଦେଶ କ୍ରିକେଟ ଟିମ୍‌ ଯାହା  କରି ପାରି ନଥିଲା, ତାହା ଏବେ କରି ଦେଖାଇଛି। ପ୍ରଥମ ଥର ଦକ୍ଷିଣ ଆଫ୍ରିକା ମାଟିରେ ବାଂଲାଦେଶ କୌଣସି ଦିନିକିଆ ମ୍ୟାଚ୍‌ ଜିତିବାକୁ ସକ୍ଷମ ହୋଇଛି। ବାଂଲାଦେଶର ଏହି ବିଜୟ ପଛରେ ଉଭୟ ବ୍ୟାଟର ଓ ବୋଲରଙ୍କ ମିଳିତ ଭାଗିଦାରୀ ରହିଛି।

ଶୁକ୍ରବାର ଖେଳାଯାଇଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାରେ ବାଂଲାଦେଶ ପ୍ରତିପକ୍ଷ ଦକ୍ଷିଣ ଆଫ୍ରିକାକୁ ୩୮ ରନ୍‌ରେ ହରାଇ ଦେଇଛି। ଏଥିସହ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ୧-୦ରେ ଆଗୁଆ ହୋଇଯାଇଛି।

ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ସାକିବ ଅଲ ହାସନଙ୍କ ୭୭, ଲିଟନ ଦାସଙ୍କ ୫୦ ଓ ୟାସିର ଅଲୀଙ୍କ ୫୦ ରନ ବଳରେ ୭ ୱିକେଟ ହରାଇ ୩୧୪ ରନ୍‌ କରିଥିଲା। ଏହା ଦକ୍ଷିଣ ଆଫ୍ରିକା ମାଟିରେ ବାଂଲାଦେଶର ସର୍ବାଧିକ ଦିନିକିଆ ସ୍କୋର। ଦକ୍ଷିଣ ଆଫ୍ରିକା ଟସ୍ ଜିତି ଥିଲେ ମଧ୍ୟ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ବିଶାଳ ରନ୍‌ କରିଥିଲା।

ବ୍ୟାଟିଂ ପରେ ବାଂଲାଦେଶ ବୋଲର ମଧ୍ୟ ଜଲୱା ଦେଖାଇଥିଲେ। ବିଶେଷ କରି ମେହିଦ ହାସନ ମିର୍ଜାଙ୍କ ଦମଦାର ବୋଲିଂ ଯୋଗୁ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ସେ ୯ ଓଭରରେ ୬୧ ରନ୍‌ ଦେଇ ୪ ୱିକେଟ ଦଖଲ କରିଛନ୍ତି। ଏହି ଘାତକ ବୋଲିଂ ଯୋଗୁ ଘରୋଇ ଟିମ୍‌ ୪୮.୫ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୨୭୬ ରନ୍ କରିବାକୁ ସକ୍ଷମ ହୋଇଥିଲା।

ମ୍ୟାଚ୍‌ର ମୋଡ଼ ୪୬ତମ ଓଭର୍‌ରେ ବଦଳି ଥିଲା। ମିର୍ଜା ଏହି ଓଭର୍‌ରେ ୫୭ ବଲ୍‌ରେ ୭୯ ରନ କରିଥିବା ଡାଭିଡ ମିଲରଙ୍କୁ ଷ୍ଟମ୍ପ ଆଉଟ କରି ଦେଇଥିଲେ। ଫଳରେ ବିଜୟ ନେଇ ଦକ୍ଷିଣ ଆଫ୍ରିକା ରଖିଥିବା ଆଶା ମଧ୍ୟ ଏହି ୱିକେଟ ପରେ ମଉଳି ଯାଇଥିଲା। ମିର୍ଜାଙ୍କ ବ୍ୟତୀତ ତସ୍କନି ଅହମଦ ୩ଟି ଓ ଶୋରିଫୁଲ ଇସଲାମ ୨ଟି ୱିକେଟ ଦଖଲ କରିଛନ୍ତି।

ଏହି ଦୁଇ ଦ୍ରୁତ ବୋଲର ଆରମ୍ଭରୁ ଦକ୍ଷିଣ ଆଫ୍ରିକାର ବ୍ୟାଟରଙ୍କୁ ଅଡ଼ୁଆରେ ପକାଇ ଥିଲେ। ଦକ୍ଷିଣ ଆଫ୍ରିକା ୩୬ ରନରେ ୩ ୱିକେଟ ହରାଇ ଅଡ଼ୁଆରେ ପଡ଼ିଥିଲା। ତେବେ ରସେଇ ଭାନ ଡର ଡୁସେନ ଓ ମିଲର ବାଂଲାଦେଶକୁ ସାମାନ୍ୟ ବ୍ୟାକଫୁଟ ଠେଲିବାକୁ ଚେଷ୍ଟା କରିଥିଲେ।

ହେଲେ ବୋଲରଙ୍କ ଶାଣିତ ବୋଲିଂ ଯୋଗୁ ଦକ୍ଷିଣ ଆଫ୍ରିକା ବିଜୟ ସ୍ୱାଦ ଚାଖି ପାରିନି। ମିଲିରଙ୍କ ୭୯ ରନ୍ ବ୍ୟତୀତ ଡୁସେନ ୮୬ ରନର ଇନିଂସ ଖେଳିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story