ବାଂଲାଦେଶ ୨୩୧ରେ ଅଲଆଉଟ, ଭାରତକୁ ମ୍ୟାଚ୍‌ ଜିତିବା ପାଇଁ ୧୪୫ ରନର ଟାର୍ଗେଟ

ଢାକା: ପ୍ରଥମ ଟେଷ୍ଟ ଭଳି ଦ୍ୱିତୀୟ ଟେଷ୍ଟକୁ ମଧ୍ୟ ଜିତିବା ଦ୍ୱାରଦେଶରେ ପହଞ୍ଚି ଯାଇଛି ଟିମ ଇଣ୍ଡିଆ। ପ୍ରଥମ ଇନିଂସରେ ୮୭ ରନର ଲିଡ୍‌ ହାସଲ କରିଥିବା କେଏଲ ରାହୁଲଙ୍କ ଭାରତ ଦ୍ୱିତୀୟ ଟେଷ୍ଟକୁ ଜିତିବା ପାଇଁ ମାତ୍ର ୧୪୫ ରନର ଟାର୍ଗେଟ ପାଇଛି। ଘରୋଇ ବାଂଲାଦେଶ ଦ୍ୱିତୀୟ ଇନିଂସରେ ୨୩୧ ରନ କରିବାକୁ ସକ୍ଷମ ହୋଇଛି। ଫଳରେ ଭାରତ ୨-୦ରେ ସିରିଜ୍‌କୁ କ୍ଲିନ ସୁଇପ କରିବା ପାଇଁ ୧୪୫ ରନର ଟାର୍ଗେଟ ପାଇଛି। ଦ୍ୱିତୀୟ ଇନିଂସରେ […]

liton-das

liton-das

Hemant Lenka
  • Published: Saturday, 24 December 2022
  • Updated: 24 December 2022, 03:17 PM IST

Sports

Latest News

ଢାକା: ପ୍ରଥମ ଟେଷ୍ଟ ଭଳି ଦ୍ୱିତୀୟ ଟେଷ୍ଟକୁ ମଧ୍ୟ ଜିତିବା ଦ୍ୱାରଦେଶରେ ପହଞ୍ଚି ଯାଇଛି ଟିମ ଇଣ୍ଡିଆ। ପ୍ରଥମ ଇନିଂସରେ ୮୭ ରନର ଲିଡ୍‌ ହାସଲ କରିଥିବା କେଏଲ ରାହୁଲଙ୍କ ଭାରତ ଦ୍ୱିତୀୟ ଟେଷ୍ଟକୁ ଜିତିବା ପାଇଁ ମାତ୍ର ୧୪୫ ରନର ଟାର୍ଗେଟ ପାଇଛି। ଘରୋଇ ବାଂଲାଦେଶ ଦ୍ୱିତୀୟ ଇନିଂସରେ ୨୩୧ ରନ କରିବାକୁ ସକ୍ଷମ ହୋଇଛି। ଫଳରେ ଭାରତ ୨-୦ରେ ସିରିଜ୍‌କୁ କ୍ଲିନ ସୁଇପ କରିବା ପାଇଁ ୧୪୫ ରନର ଟାର୍ଗେଟ ପାଇଛି।

ଦ୍ୱିତୀୟ ଇନିଂସରେ ବାଂଲାଦେଶ ପକ୍ଷରୁ ଲିଟନ କୁମାର ଦାସ ଲଢ଼ୁଆ ୭୩ ଓ ତସ୍କିନ ଅହମଦ ଅପରାଜିତ ୩୧ ରନ କରିଥିଲେ ମଧ୍ୟ ଭାରତକୁ ବଡ଼ ଟାର୍ଗେଟ ଦେବାକୁ ସକ୍ଷମ ହୋଇନାହାନ୍ତି। ଆଜି ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନ। ତେଣୁ ଆଜି କିମ୍ବା ଆସନ୍ତାକାଲି ଭାରତ ମ୍ୟାଚ୍‌ ଜିତି ନେବାର ଯଥେଷ୍ଟ ସମ୍ଭାବନା ରହିଛି।

ଦ୍ୱିତୀୟ ଇନିଂସରେ ଭାରତ ପକ୍ଷରୁ ଅକ୍ଷର ପଟେଲ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ରବି ଅଶ୍ୱିନ ଓ ମହମ୍ମଦ ସିରାଜ ୨ଟି ଲେଖାଏ ସଫଳତା ପାଇଛନ୍ତି। ସେହିପରି ଉମେଶ ଯାଦବ ଓ ଜୟଦେବ ଉନାଦକତଙ୍କ ଖାତାକୁ ଗୋଟିଏ ଲେଖାଏ ୱିକେଟ ଯାଇଛି।

ବାଂଲାଦେଶ ତା’ର ପ୍ରଥମ ଇନିଂସରେ ୨୨୭ ରନ କରିଥିଲା। ଏହାର ଜବାବରେ ଭାରତ ଋଷଭ ପନ୍ତଙ୍କ ୯୩ ଓ ଶ୍ରେୟସ ଆୟରଙ୍କ ୮୭ ରନ ବଳରେ ୩୧୪ ରନ କରିଥିଲା। ଏଥିସହ ବାଂଲାଦେଶ ଠାରୁ ପ୍ରଥମ ଇନିଂସରେ ୮୭ ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରି ନେଇଥିଲା।

ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ବାଂଲାଦେଶ ତା’ର ଦ୍ୱିତୀୟ ଇନିଂସରେ ବିନା କୌଣସି ୱିକେଟ ହରାଇ ୭ ରନ କରିଥିଲା। ଆଜି ଖେଳ ଆରମ୍ଭ ହେବା ମାତ୍ରେ ଭାରତୀୟ ବୋଲରମାନେ ନିୟମିତ ୱିକେଟ ନେଇ ଚାଲିଥିଲେ। କିଛି ସମୟ ପାଇଁ ଜାକିର ହାସନ ଓ ପରେ ଲିଟନ ଦାସ ଏବଂ ତସ୍କିନ ଲଢ଼େଇ କରିଥିଲେ ହେଁ ଏହା ଭାରତ ଭଳି ଶକ୍ତିଶାଳୀ ଦଳକୁ ବଡ଼ ଚ୍ୟାଲେଞ୍ଜ ଦେବାକୁ ସକ୍ଷମ ହୋଇ ନଥିଲା।

ଜାକିରଙ୍କ ୫୧, ଲିଟନ ଦାସଙ୍କ ୭୩ ଓ ତସ୍କିନ ଅହମଦଙ୍କ ଅପରାଜିତ ୩୧ ରନକୁ ଛାଡ଼ି ବାଂଲାଦେଶର ଅନ୍ୟ ବ୍ୟାଟରମାନେ ବଡ଼ ସ୍କୋର କରି ପାରିନାହାନ୍ତି। ଓପନର ନଜମୁଲ ହୁସେନ ସାଣ୍ଟୋ ୫, ମୋମିନୁଲ ହକ ୫, ସାକିବ ଅଲ ହାସନ ୧୩, ମୁସଫିକର ରହିମ ୯, ମେହଦୀ ହାସନ ମିରଜା ୦, ନୁରୁଲ ହାସନ ୩୧, ତାଇଜୁଲ ଇସଲାମ ୧ ଓ ଖାଲେଦ ଅହମଦ ୪ ରନ କରିବାକୁ ସକ୍ଷମ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story