ଶେଷ ଦିନରେ ବିଜୟ ପାଇଁ ଭାରତକୁ ୪ ୱିକେଟ, ବାଂଲାଦେଶକୁ ୨୪୧ ରନ

ଚଟ୍ଟୋଗ୍ରାମ: ବାଂଲାଦେଶ ଓ ଭାରତ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ରୋମାଞ୍ଚକର ସ୍ଥିତିରେ ପହଞ୍ଚି ଯାଇଛି। ପ୍ରଥମ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବାଂଲାଦେଶ ଦ୍ୱିତୀୟ ଇନିଂସରେ ଦମଦାର ବ୍ୟାଟିଂ କରିଛି। ଫଳରେ ମ୍ୟାଚ୍‌ ୫ମ ଦିନରେ ପ୍ରବେଶ କରିଛି। ଆସନ୍ତାକାଲି ଶେଷ ଦିନରେ ଭାରତକୁ ବିଜୟ ପାଇଁ ୪ ୱିକେଟ ଦରକାର ଥିବା ବେଳେ ବାଂଲାଦେଶ ଐତିହାସିକ ବିଜୟ ଠାରୁ ୨୪୧ ରନ ପଛରେ ରହିଛି। ଭାରତ ଦେଇଥିବା ବିଶାଳ ୫୭୩ ରନର ଟାର୍ଗେଟ […]

India

India

Hemant Lenka
  • Published: Saturday, 17 December 2022
  • Updated: 17 December 2022, 04:42 PM IST

Sports

Latest News

ଚଟ୍ଟୋଗ୍ରାମ: ବାଂଲାଦେଶ ଓ ଭାରତ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ରୋମାଞ୍ଚକର ସ୍ଥିତିରେ ପହଞ୍ଚି ଯାଇଛି। ପ୍ରଥମ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବାଂଲାଦେଶ ଦ୍ୱିତୀୟ ଇନିଂସରେ ଦମଦାର ବ୍ୟାଟିଂ କରିଛି। ଫଳରେ ମ୍ୟାଚ୍‌ ୫ମ ଦିନରେ ପ୍ରବେଶ କରିଛି।

ଆସନ୍ତାକାଲି ଶେଷ ଦିନରେ ଭାରତକୁ ବିଜୟ ପାଇଁ ୪ ୱିକେଟ ଦରକାର ଥିବା ବେଳେ ବାଂଲାଦେଶ ଐତିହାସିକ ବିଜୟ ଠାରୁ ୨୪୧ ରନ ପଛରେ ରହିଛି।

Axar Patel got rid of Mushfiqur Rahim and Nurul Hasan in one over, Bangladesh vs India, 1st Test, Chattogram, 4th day, December 17, 2022
ଭାରତ ଦେଇଥିବା ବିଶାଳ ୫୭୩ ରନର ଟାର୍ଗେଟ ପିଛା କରୁଥିବା ବାଂଲାଦେଶ ୪ର୍ଥ ଦିନରେ ଲଢ଼ୁଆ ବ୍ୟାଟିଂ କରିଛି। ଦଳର ଦୁଇ ଓପନର ନଜମୁଲ ହୁସେନ ସାଣ୍ଟୋ ଓ ଡେବ୍ୟୁଟାଣ୍ଟ ଜାକିର ହାସନ ଦମଦାର ବ୍ୟାଟିଂ କରିଛନ୍ତି। ଉଭୟ ପ୍ରଥମ ୱିକେଟ ପାଇଁ ୧୨୪ ରନର ଭାଗିଦାରୀ କରି ଦଳ ପାଇଁ ବିଜୟ ଆଶା ସୃଷ୍ଟି କରିଛନ୍ତି।

ତଥାପି ବାଂଲାଦେଶର ବିଜୟ ଏତେଟା ସହଜ ଲାଗୁନି। ସାଣ୍ଟୋ ୬୭ ଓ ଜାକିର ୧୦୦ ରନ କରି ଆଉଟ ହୋଇ ଯାଇଛନ୍ତି। ଏହି ଦୁଇ ଖେଳାଳିଙ୍କ ବ୍ୟତୀତ କେହି ଆଖି ଦୃଶିଆ ବ୍ୟାଟିଂ କରି ନାହାନ୍ତି। ହେଲେ କ୍ରିଜରେ ଅଧିନାୟକ ସାକିବ ଅଲ ହାସନ ଓ ଇନ ଫର୍ମ ମେହଦୀ ହାସନ ମିରଜା ଥିବାରୁ ମ୍ୟାଚର ମୋଡ଼ ବଦଳିବାର ସମ୍ଭାବନା ରହିଛି।

R Ashwin ended century-maker Zakir Hasan's vigil, Bangladesh vs India, 1st Test, Chattogram, 4th day, December 17, 2022
୪ର୍ଥ ଦିନର ଖେଳ ଶେଷ ହେବା ବେଳକୁ ବାଂଲାଦେଶ ୬ ୱିକେଟ ହରାଇ ୨୭୨ ରନ କରି ନେଇଛି। କ୍ରିଜରେ ସାକିବ ୪୦ ଓ ମିରଜା ୯ ରନ କରି ଅପରାଜିତ ରହିଛନ୍ତି। କାଲି ଏହି ଦୁଇ ବ୍ୟାଟର ବ୍ୟାଟିଂ କରିବେ। ବିଜୟ ଠାରୁ ଦଳ ୨୪୧ ରନ ଦୂରରେ ଥିବାରୁ ଏମାନଙ୍କ ଉପରେ ମ୍ୟାଚ୍‌ ବଞ୍ଚାଇବାର ସବୁ ଦାୟିତ୍ୱ ରହିବ।

ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ବାଂଲାଦେଶ ବିନା କୌଣସି ୱିକେଟ ହରାଇ ୪୨ ରନ କରି ନେଇଥିଲା। ଆଜି ୪ର୍ଥ ଦିବସ ଆରମ୍ଭରୁ ଦୁଇ ଅପରାଜିତ ବ୍ୟାଟର ସାଣ୍ଟୋ ଓ ଜାକିର ଲଢ଼ୁଆ ବ୍ୟାଟିଂ କରିଥିଲେ। ସେମାନେ ଲଞ୍ଚ ସୁଦ୍ଧା କୌଣସି ପ୍ରକାରର କ୍ଷତି ଘଟାଇବାକୁ ଦେଇଥିଲେ। ଏଥିସହ ସାଣ୍ଟୋ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ଲଞ୍ଚ ପରେ ଭାରତ ରଣନୀତି ବଦଳାଇ ଉମେଶ ଯାଦବ ଓ ଅକ୍ଷର ପଟେଲଙ୍କ ଦ୍ୱାରା ଆଟାକ କରାଇଥିଲା।

ଏହାର ଫାଇଦା ମଧ୍ୟ ଦଳକୁ ମିଳିଥିଲା। ଉମେଶ ଯାଦବ ପ୍ରଥମେ ୬୭ ରନ କରିଥିବା ସାଣ୍ଟୋଙ୍କୁ ଆଉଟ କରି ଭାରତକୁ ଦ୍ୱିତୀୟ ଇନିଂସରେ ପ୍ରଥମ ସଫଳତା ଦେଇଥିଲେ। ଏହାପରେ ଅକ୍ଷର ପଟେଲ ୟାସିର ଅଲୀ(୫)ଙ୍କୁ ବୋଲ୍ଟ କରିଥିଲେ। ଚା’ ପାନ ବିରତିର ଠିକ୍‌ ପୂର୍ବରୁ ଉମେଶ ଯାଦବ ଅଭିଜ୍ଞ ଲିଟନ ଦାସ(୧୯)ଙ୍କୁ ପ୍ୟାଭିଲିୟନ ପଠାଇ ଭାରତକୁ ତୃତୀୟ ସଫଳତା ଦେଇଥିଲେ।

Zakir Hasan celebrates with Mushfiqur Rahim after getting to his century, Bangladesh vs India, 1st Test, Chattogram, 4th day, December 17, 2022
ତଥାପି କ୍ରିଜରେ ଜାକିର ଖୁଣ୍ଟ ଭଳି ଛିଡ଼ା ହୋଇଥିଲେ। ଏଥିସହ ଡେବ୍ୟୁ ମ୍ୟାଚ୍‌ରେ ଶତକ ହାସଲ ମଧ୍ୟ କରିଥିଲେ। ତେବେ ସେ ଏହି ଇନିଂସକୁ ଆଉ ଆଗକୁ ନେଇ ପାରିନଥିଲେ। ରବିଚନ୍ଦ୍ରନ ଅଶ୍ୱିନଙ୍କ ବଲକୁ ବୁଝି ନ ପାରି ଜାକିର(୧୦୦) ବିରାଟ କୋହଲିଙ୍କ ହାତରେ ଆଉଟ ହୋଇଯାଇଥିଲେ।

ଜାକିରଙ୍କୁ ହରାଇ ବ୍ୟାକଫୁଟରେ ଥିବା ବାଂଲାଦେଶକୁ ପୁଣିଥରେ ଡବଲ ଝଟକା ଦେଇଥିଲେ ଅକ୍ଷର ପଟେଲ। ସେ ପ୍ରଥମେ ମୁସଫିକର ରହିମ(୨୩)ଙ୍କୁ କ୍ଲିନବୋଲ୍ଡ କରିଥିଲେ। ଏହାପରେ ୱିକେଟ କିପର ଋଷଭ ପନ୍ତଙ୍କ ଦ୍ୱାରା ନୁରୁଲ ହାସନ(୩)ଙ୍କୁ ଷ୍ଟମ୍ପିଂ କରାଇ ଦେଇଥିଲେ।

India players celebrate the wicket of Yasir Ali, Bangladesh vs India, 1st Test, Chattogram, 4th day, December 17, 2022
ଲଗାତର ୩ ୱିକେଟ ହରାଇ ବାଂଲାଦେଶ ସଙ୍କଟରେ ପଡ଼ିଥିବା ବେଳେ ଅଭିଜ୍ଞ ସାକିବ କିଛି ବଡ଼ ଶଟ ଖେଳିଥିଲେ। ସେ କାଉଣ୍ଟର ଆଟାକ କରିବା ସହ ଭାରତୀୟ ବୋଲରଙ୍କୁ ୪ର୍ଥ ଦିନର ଖେଳ ଶେଷ ସୁଦ୍ଧା ଆଉ କୌଣସି ବିପର୍ଯ୍ୟୟ ଘଟାଇବାକୁ ଦେଇ ନଥିଲେ। ତାଙ୍କୁ ମିରଜା ମଧ୍ୟ ସାଥ ଦେଇଥିଲେ। ୪ର୍ଥ ଦିନର ଖେଳ ଶେଷ ବେଳକୁ ବାଂଲାଦେଶ ୬ ୱିକେଟ ହରାଇ ୨୭୨ ରନ କରିବାକୁ ସକ୍ଷମ ହୋଇଛି।

ଏଯାଏ ଭାରତ ପକ୍ଷରୁ ଅକ୍ଷର ପଟେଲ ୩ଟି ୱିକେଟ ନେଇଥିବା ବେଳେ କୁଲଦୀପ, ଅଶ୍ୱିନ ଓ ଉମେଶ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

The Indians wait for the third-umpire's verdict, Bangladesh vs India, 1st Test, Chattogram, 4th day, December 17, 2022

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story