ମହିଳା କ୍ରିକେଟରଙ୍କ ବାର୍ଷିକ ଚୁକ୍ତି ଘୋଷଣା କଲା ବିସିସିଆଇ, ଏ’ ଗ୍ରେଡରେ ଏହି ୩ ଖେଳାଳି

ନୂଆଦିଲ୍ଲୀ: ପୁରୁଷ କ୍ରିକେଟରଙ୍କ ଭଳି ମହିଳା କ୍ରିକେଟରଙ୍କ ବାର୍ଷିକ ଚୁକ୍ତି ତାଲିକା ଘୋଷଣା କରିଛି ବିସିସିଆଇ। ଏହି ଚୁକ୍ତି ତାଲିକାରେ ମୋଟ ୧୯ ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି। ଏ’ ଗ୍ରେଡରେ ୩ ଜଣ ଖେଳାଳି ସ୍ଥାନ ପାଇଥିବା ବେଳେ ବି’ ଗ୍ରେଡରେ ୧୦ ଜଣ ଓ ସି ଗ୍ରେଡରେ ୬ ଜଣ ଖେଳାଳି ରହିଛନ୍ତି। ଅକ୍ଟୋବର ୨୦୨୦ରୁ ସେପ୍ଟେମ୍ବର ୨୦୨୧ ଯାଏ ଚୁକ୍ତି ବଳବତ୍ତର ରହିବ। ଏ’ ଗ୍ରେଡରେ ଥିବା ମହିଳା ଖେଳାଳିମାନଙ୍କୁ ୫୦ ଲକ୍ଷ, […]

Smriti

Hemant Lenka
  • Published: Thursday, 20 May 2021
  • , Updated: 20 May 2021, 08:11 AM IST

ନୂଆଦିଲ୍ଲୀ: ପୁରୁଷ କ୍ରିକେଟରଙ୍କ ଭଳି ମହିଳା କ୍ରିକେଟରଙ୍କ ବାର୍ଷିକ ଚୁକ୍ତି ତାଲିକା ଘୋଷଣା କରିଛି ବିସିସିଆଇ। ଏହି ଚୁକ୍ତି ତାଲିକାରେ ମୋଟ ୧୯ ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି। ଏ’ ଗ୍ରେଡରେ ୩ ଜଣ ଖେଳାଳି ସ୍ଥାନ ପାଇଥିବା ବେଳେ ବି’ ଗ୍ରେଡରେ ୧୦ ଜଣ ଓ ସି ଗ୍ରେଡରେ ୬ ଜଣ ଖେଳାଳି ରହିଛନ୍ତି। ଅକ୍ଟୋବର ୨୦୨୦ରୁ ସେପ୍ଟେମ୍ବର ୨୦୨୧ ଯାଏ ଚୁକ୍ତି ବଳବତ୍ତର ରହିବ।

ଏ’ ଗ୍ରେଡରେ ଥିବା ମହିଳା ଖେଳାଳିମାନଙ୍କୁ ୫୦ ଲକ୍ଷ, ବି ଗ୍ରେଡ ଖେଳାଳିଙ୍କୁ ୩୦ ଲକ୍ଷ ଓ ସି ଗ୍ରେଡ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏ ମିଳିବ। ବିସିସିଆଇ ୩ ଖେଳାଳି ସ୍ମୃତି ମନ୍ଧାନା, ଦଳର ଟି-୨୦ ଅଧିନାୟକ ହରମନପ୍ରୀତ କୌର ଓ ପୁନମ ଯାଦବଙ୍କୁ ଏ’ ଗ୍ରେଡରେ ରଖିଛି।


ଭାରତୀୟ ମହିଳା ଦଳର ଟେଷ୍ଟ ଓ ଦିନିକିଆ କ୍ୟାପ୍ଟେନ ମିତାଲୀ ରାଜଙ୍କ ସମେତ ଅଭିଜ୍ଞ ଝୁଲଣ ଗୋସ୍ୱାମୀ, ଦୀପ୍ତି ଶର୍ମା, ପୁନମ ରାଉତ, ରାଜେଶ୍ୱରୀ ଗାଏକ୍ୱାଡ, ରାଧା ଯାଦବ, ଶିଖା ପାଣ୍ଡେ, ତାନିୟା ଭାଟିଆ ଓ ଜେମିମା ରୋଡ୍ରିଗସ ବି’ ଗ୍ରେଡରେ ରହିଛନ୍ତି। ପୂର୍ବରୁ ସି ଗ୍ରେଡରେ ଥିବା ଶେଫାଲୀ ବର୍ମା ଏବେ ବି’ ଗ୍ରେଡକୁ ଚାଲି ଆସିଛନ୍ତି।

ସି ଗ୍ରେଡରେ ଥିବା ୬ ଖେଳାଳି ହେଲେ, ମାନସୀ ଯୋଶୀ, ଅରୁନ୍ଧତି ରେଡ୍ଡୀ, ପୂଜା ଭସ୍ତ୍ରାକର, ହାରଲୀନ ଦେଓଲ, ପ୍ରିୟା ପୁନିଆ ଓ ରିଚା ଘୋଷ। ନିକଟରେ ଭାରତୀୟ ମହିଳା ଟିମ୍‌ ଇଂଲଣ୍ଡ ଗସ୍ତରେ ଯିବ। ସେଠାରେ ଦଳ ଗୋଟିଏ ଟେଷ୍ଟ ସହ ୩ଟି ଦିନିଆ ଓ ୩ ଟି-୨୦ ମ୍ୟାଚ୍‌ ଖେଳିବ।

Related story