ଆଇପିଏଲ୍ ପାଇଁ ନୂଆ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ, ଏଥର ମେଗା ଅକ୍ସନ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଆଇପିଏଲ୍ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିସାରିଛି। ପରବର୍ତ୍ତୀ ଆଇପିଏଲରେ ଦୁଇ ନୂଆ ଟିମ୍, ଖେଳାଳିଙ୍କୁ ରିଟେନ୍ କରିବା, ଏକ ମେଗା ଅକ୍ସନ୍, ସାଲାରୀ ପର୍ସ ବଢ଼ାଇବା, ମିଡିଆ ରାଇଟ୍ ପାଇଁ ନୂଆ ଟେଣ୍ଡର୍ ବାହାର କରାଯିବ। ଏସବୁ ପ୍ରକ୍ରିୟା ଅଗଷ୍ଟ ୨୦୨୧ରୁ ଜାନୁଆରୀ ୨୦୨୨ ମଧ୍ୟରେ ହେବ। ଆଇପିଏଲରେ ଏଥର ଦୁଇ ନୂଆ ଫ୍ରାଞ୍ଚାଇଜିକୁ ସାମିଲ କରିବା ନେଇ ବୋର୍ଡ ମନସ୍ଥ କରିସାରିଛି। ଏଥିପାଇଁ ଟେଣ୍ଡର ଅଗଷ୍ଟ […]

IPL-2022

IPL-2022

Ranjit Kumar Jena
  • Published: Monday, 05 July 2021
  • Updated: 05 July 2021, 04:22 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଆଇପିଏଲ୍ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିସାରିଛି। ପରବର୍ତ୍ତୀ ଆଇପିଏଲରେ ଦୁଇ ନୂଆ ଟିମ୍, ଖେଳାଳିଙ୍କୁ ରିଟେନ୍ କରିବା, ଏକ ମେଗା ଅକ୍ସନ୍, ସାଲାରୀ ପର୍ସ ବଢ଼ାଇବା, ମିଡିଆ ରାଇଟ୍ ପାଇଁ ନୂଆ ଟେଣ୍ଡର୍ ବାହାର କରାଯିବ। ଏସବୁ ପ୍ରକ୍ରିୟା ଅଗଷ୍ଟ ୨୦୨୧ରୁ ଜାନୁଆରୀ ୨୦୨୨ ମଧ୍ୟରେ ହେବ। ଆଇପିଏଲରେ ଏଥର ଦୁଇ ନୂଆ ଫ୍ରାଞ୍ଚାଇଜିକୁ ସାମିଲ କରିବା ନେଇ ବୋର୍ଡ ମନସ୍ଥ କରିସାରିଛି। ଏଥିପାଇଁ ଟେଣ୍ଡର ଅଗଷ୍ଟ ମଧ୍ୟଭାଗରୁ ବାହାର କରାଯିବ ଏବଂ ଆବଶ୍ୟକ ଯାଞ୍ଚ ପରେ ଅକ୍ଟୋବର ମଧ୍ୟଭାଗରେ ନୂଆ ଫ୍ରାଞ୍ଚାଇଜିର ଘୋଷଣା କରାଯିବ। କରୋନା ଭାଇରସ୍ ମହାମାରୀ କାରଣରୁ ଆଇପିଏଲର ୧୪ଶ ସଂସ୍କରଣର ଦ୍ୱିତୀୟ ପର୍ଯ୍ୟାୟ ୟୁଏଇରେ ହେବ।

ଆଇପିଏଲର ୨୦୨୨ ସଂସ୍କରଣ ପାଇଁ କୋଲକାତାର ଆରପି-ସଞ୍ଜୟ ଗୋଏଙ୍କା ଗ୍ରୁପ, ଅହମ୍ମଦାବାଦରେ ଥିବା ଆଦାନୀ ଗ୍ରୁପର ହେଡକ୍ୱାର୍ଟର, ହାଇଦ୍ରାବାଦର ଅରବିନ୍ଦ ଫାର୍ମା ଲିମିଟେଡ ଓ ଗୁଜରାଟର ଅପରେଟ୍ ହେଉଥିବା ଟରେଣ୍ଟ ଗ୍ରୁପ୍ ଭଳି ବଡ଼ ବଡ଼ କମ୍ପାନୀ ଆଗ୍ରହ ଦେଖାଇଛନ୍ତି। ଏହାବ୍ୟତୀତ ଅନ୍ୟ କିଛି କମ୍ପାନୀ ମଧ୍ୟ ଏହା ଉପରେ ନଜର ରଖିଛନ୍ତି।

ବିସିସିଆଇ ମଧ୍ୟ ପରବର୍ତ୍ତୀ ସଂସ୍କରଣ ପାଇଁ ପ୍ରତି ଫ୍ରାଞ୍ଚାଇଜିର ସାଲାରୀ ପର୍ସକୁ ୮୫ କୋଟିରୁ ୯୦ କୋଟି ଟଙ୍କାଙ୍କୁ ବଢ଼ାଇ ଦେଇଛି। ଏହାର ଅର୍ଥ ସମସ୍ତ ୧୦ଟି ଯାକ ଫ୍ରାଞ୍ଚାଇଜିଙ୍କ ପର୍ସକୁ ମୋଟ ୫୦ କୋଟି ଟଙ୍କା ଅଧିକ ଆସିବ। ଫ୍ରାଞ୍ଚାଇଜିଙ୍କୁ ଅତି କମରେ ପର୍ସରୁ ୭୫ ପ୍ରତିଶତ ଖର୍ଚ୍ଚ କରିବାକୁ ପଡ଼ିବ। ଆଗାମୀ ତିନି ବର୍ଷ ପର୍ଯ୍ୟନ୍ତ ଏହି ବୃଦ୍ଧି ଜାରି ରହିବ। ଅର୍ଥାତ୍ ଆଗାମୀ ଦୁଇ ବର୍ଷ ପାଇଁ ଫ୍ରାଞ୍ଚାଇଜିଙ୍କୁ ନିଲାମ ପାଇଁ ଯଥାକ୍ରମେ ୯୫ ଓ ୧୦୦ କୋଟି ଟଙ୍କା ମିଳିବ।

ଆଇପିଏଲରେ ଖେଳାଳିଙ୍କୁ ରିଟେନ୍ କରିବାର ରଣନୀତି ମଧ୍ୟ ଫାଇନାଲ୍ ହୋଇଛି। ପ୍ରତି ଫ୍ରାଞ୍ଚାଇଜିଙ୍କ ପାଖରେ ଚାରିଜଣ ଖେଳାଳିଙ୍କୁ ରିଟେନ୍ କରିବା ପାଇଁ ଅଧିକାର ରହିବ। ହେଲେ ଏଥି ପାଇଁ କିଛି ସର୍ତ୍ତ ରହିବ, ଯେପରି ସେମାନେ ତିନି ଭାରତୀୟ କିମ୍ବା ଜଣେ ବିଦେଶୀ ଖେଳାଳିଙ୍କୁ ରିଟେନ୍ କରିବେ। ନଚେତ୍ ଦୁଇ ଭାରତୀୟ ଓ ଦୁଇ ବିଦେଶୀ ଖେଳାଳିଙ୍କୁ ରିଟେନ୍ କରିପାରିବେ।

ଫ୍ରାଞ୍ଚାଇଜିଙ୍କ ପର୍ସରେ ମଧ୍ୟ ରିଟେନ୍ କରାଯାଇଥିବା ଖେଳାଳିଙ୍କ ଟଙ୍କା ନିଲାମକୁ ଯିବା ପୂର୍ବରୁ କଟିଯିବ। ବର୍ତ୍ତମାନ ଢାଞ୍ଚାରେ ସାଲାରୀ କାଟିବା ନେଇ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି। ଯଦି ତିନି ଜଣ ଖେଳାଳିଙ୍କୁ ରିଟେନ୍ କରାଯାଏ, ତାହେଲେ ଯଥାକ୍ରମେ ୧୫ କୋଟି, ୧୧ କୋଟି ଓ ୭ କୋଟି ଟଙ୍କା କଟିବ। ଯଦି ଦୁଇ ଖେଳାଳିଙ୍କୁ ରିଟେନ୍ କରାଯିବ, ତାହେଲେ ୧୨.୫ କୋଟି ଓ ୮.୫ କୋଟି ଟଙ୍କା କଟିବ। କେବଳ ଜଣେ ଖେଳାଳିଙ୍କୁ ରିଟେନ୍ କଲେ, ପର୍ସରୁ ୧୨.୫ କୋଟି ଟଙ୍କା କଟିବ।

ଏବେ ଗୋଟିଏ ଆଇପିଏଲ୍ ଟିମରେ ସର୍ବାଧିକ ୨୫ ଖେଳାଳିଙ୍କୁ ରଖାଯାଇପାରିବ। ଏଭଳି ସ୍ଥିତିରେ ନୂଆ ଦଳ ସାମିଲ୍ ହେବା ପରେ ସର୍ବାଧିକ ୫୦ ନୂଆ ଖେଳାଳିଙ୍କୁ ଟି-୨୦ ଲିଗରେ ଖେଳିବାକୁ ସୁଯୋଗ ମିଳିବ। ଗୋଟିଏ ଟିମରେ ସର୍ବାଧିକ ୮ ବିଦେଶୀ ଖେଳାଳି ରହିପାରିବେ। ଏଭଳି ସ୍ଥିତିରେ ୩୪ ସ୍ୱଦେଶୀ ଓ ୧୬ ବିଦେଶୀ ଖେଳାଳି ନୂଆ ଫ୍ରାଞ୍ଚାଇଜିରେ ସାମିଲ୍ ହୋଇପାରରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story