ସହାୟତାର ହାତ ବଢ଼ାଇଲା ବିସିସିଆଇ, କଲା ବଡ଼ ଘୋଷଣା

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ଲହର ଭାରତରେ ଭୟାବହ ପରିସ୍ଥିତି ସୃଷ୍ଟି କରିଛି। ଏହି ସଂକଟଜନକ ସମୟରେ ଦେଶରେ ଅକ୍ସିଜେନ୍, ମେଡିସିନ୍ ଓ ବେଡର ଅଭାବ ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ସହାୟତାର ହାତ ବଢ଼ାଇଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। ବିସିସିଆଇ ଦେଶକୁ ୧୦ଲିଟର୍ ବିଶିଷ୍ଟ ୨ହଜାର ଅକ୍ସିଜେନ୍ କନସେନଟ୍ରେଟର୍ ଦାନ କରିବାକୁ ଘୋଷଣା କରିଛି। ଆଗାମୀ କିଛି ମାସରେ ଏହି କନସେନଟ୍ରେଟର୍ ପୂରା ଦେଶରେ ଅଭାବୀ ଲୋକଙ୍କୁ ଦିଆଯିବ। ଏହା ପୂର୍ବରୁ ଟିମ୍ […]

bcci1

Ranjit Kumar Jena
  • Published: Monday, 24 May 2021
  • , Updated: 24 May 2021, 08:03 PM IST

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ଲହର ଭାରତରେ ଭୟାବହ ପରିସ୍ଥିତି ସୃଷ୍ଟି କରିଛି। ଏହି ସଂକଟଜନକ ସମୟରେ ଦେଶରେ ଅକ୍ସିଜେନ୍, ମେଡିସିନ୍ ଓ ବେଡର ଅଭାବ ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ସହାୟତାର ହାତ ବଢ଼ାଇଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। ବିସିସିଆଇ ଦେଶକୁ ୧୦ଲିଟର୍ ବିଶିଷ୍ଟ ୨ହଜାର ଅକ୍ସିଜେନ୍ କନସେନଟ୍ରେଟର୍ ଦାନ କରିବାକୁ ଘୋଷଣା କରିଛି। ଆଗାମୀ କିଛି ମାସରେ ଏହି କନସେନଟ୍ରେଟର୍ ପୂରା ଦେଶରେ ଅଭାବୀ ଲୋକଙ୍କୁ ଦିଆଯିବ।

ଏହା ପୂର୍ବରୁ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍‌ କୋହଲି, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ଶିଖର ଧୱନଙ୍କ ସମେତ ଅନେକ ଭାରତୀୟ ଖେଳାଳି କରୋନା ଲଢ଼େଇର ସହାୟତାର ହାତ ବଢ଼ାଇ ସାରିଛନ୍ତି। ଭାରତରେ ଏବେ ଦୈନିକ ୨ଲକ୍ଷରୁ ଅଧିକ କରୋନା ମାମଲା ସାମ୍ନାକୁ ଆସୁଛି।

ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଛନ୍ତି, କରୋନା ବିରୋଧରେ ଲଢ଼େଇରେ ମେଡିକାଲ ଓ ସ୍ୱାସ୍ଥ୍ୟସେବା ସହ ଜଡ଼ିତ ଲୋକେ ମହତ୍ତ୍ୱପୂର୍ଣ୍ଣ ଭୂମିକା ବହନ କରୁଛନ୍ତି ଏବଂ ଏହି ଭାଇରସ୍ ସହ ଲମ୍ବା ଯୁଦ୍ଧ ମଧ୍ୟ ଲଢ଼ୁଛନ୍ତି। ବାସ୍ତବରେ ସେମାନେ ଆଗଧାଡ଼ିର ଯୋଦ୍ଧା ଏବଂ ଆମକୁ ବଞ୍ଚାଇବା ପାଇଁ ଯଥାସମ୍ଭବ ପ୍ରୟାସ କରୁଛନ୍ତି। ବୋର୍ଡ ସର୍ବଦା ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ପ୍ରାଥମିକତା ଦେଇ ଆସିଛି ଏବଂ ଆମେ ଏହି ଉଦ୍ଦେଶ୍ୟ ପାଇଁ ପ୍ରତିଶ୍ରୁତିବଦ୍ଧ। ଅକ୍ସିଜେନ୍ କନସେନଟ୍ରେଟର୍ ଲୋକଙ୍କୁ ଅନେକ ଆଶ୍ୱସ୍ତି ଦେବ।

https://twitter.com/BCCI/status/1396745667960135681?s=20

ବିସିସିଆଇ ସମ୍ପାଦକ ଜୟ ଶାହ କହିଛନ୍ତି, କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ଆମେ ସମସ୍ତଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଛିଡ଼ା ହୋଇଛୁ। ବିସିସିଆଇ ଏହି ସଂକଟ ସମୟରେ ଚିକିତ୍ସା ଉପକରଣର ଆବଶ୍ୟକତାକୁ ଭଲଭାବେ ବୁଝୁଛି। ଆଶା କରୁଛୁ ଯେ ଏଭଳି ପ୍ରୟାସ ଦେଶରେ ଚାହିଦା-ଯୋଗାଣ ବ୍ୟବଧାନକୁ ହ୍ରାସ କରିବାରେ ସହାୟକ ହେବ। ବର୍ତ୍ତମାନ ଟିକାକରଣ ଅଭିଯାନ ଚାଲିଛି। ମୁଁ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଟିକା ନେବା ପାଇଁ ଅନୁରୋଧ କରୁଛି।

ସେହିପରି ବୋର୍ଡର କୋଷାଧ୍ୟକ୍ଷ ଅରୁଣ ଧୂମଲ କହିଛନ୍ତି ଯେ ସଙ୍କଟ ସମୟରେ ଆମେ ସବୁବେଳେ ସାହାଯ୍ୟ କରିଆସୁଛୁ। ଏହି ଲଢ଼େଇରେ ସମସ୍ତଙ୍କୁ ଏକାଠି ଦେଖିବା ଭଲ।

Related story