ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ: ହାରିଲେ ହରଭଜନ ସିଂହ

ଲକ୍ଷ୍ନୌ: ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟର ଦ୍ୱିତୀୟ ମ୍ୟାଚ୍‌ରେ ହରଭଜନ ସିଂହଙ୍କୁ ହରାଇଛନ୍ତି ଇରଫାନ ପଠାନ। ଲକ୍ଷ୍ନୌରେ ରବିବାର ରାତିରେ ଖେଳା ଯାଇଥିବା ମ୍ୟାଚ୍‌ରେ ପଠାନଙ୍କ ଭିଲୱାରା କିଙ୍ଗ୍ସ ୨ ୱିକେଟରେ ଭଜିଙ୍କ ମନିପାଲ ଟାଇଗର୍ସକୁ ହରାଇ ଦେଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ମନିପାଲ ଟାଇଗର୍ସ ବର୍ଷା ଯୋଗୁ ୧୭ ଓଭରରେ ୬ ୱିକେଟ ହରାଇ ୧୩୬ ରନ କରିଥିଲା। ବର୍ଷା ମନିପାଲ ରାସ୍ତାରେ କଣ୍ଟା ସାଜିବାରୁ ଭିଲୱାରା କିଙ୍ଗ୍ସକୁ ଡିଏଲ ମେଥଡ ଦ୍ୱାରା ୧୫୪ […]

LLC

LLC

Hemant Lenka
  • Published: Monday, 19 September 2022
  • Updated: 19 September 2022, 07:11 AM IST

Sports

Latest News

ଲକ୍ଷ୍ନୌ: ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟର ଦ୍ୱିତୀୟ ମ୍ୟାଚ୍‌ରେ ହରଭଜନ ସିଂହଙ୍କୁ ହରାଇଛନ୍ତି ଇରଫାନ ପଠାନ। ଲକ୍ଷ୍ନୌରେ ରବିବାର ରାତିରେ ଖେଳା ଯାଇଥିବା ମ୍ୟାଚ୍‌ରେ ପଠାନଙ୍କ ଭିଲୱାରା କିଙ୍ଗ୍ସ ୨ ୱିକେଟରେ ଭଜିଙ୍କ ମନିପାଲ ଟାଇଗର୍ସକୁ ହରାଇ ଦେଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ମନିପାଲ ଟାଇଗର୍ସ ବର୍ଷା ଯୋଗୁ ୧୭ ଓଭରରେ ୬ ୱିକେଟ ହରାଇ ୧୩୬ ରନ କରିଥିଲା। ବର୍ଷା ମନିପାଲ ରାସ୍ତାରେ କଣ୍ଟା ସାଜିବାରୁ ଭିଲୱାରା କିଙ୍ଗ୍ସକୁ ଡିଏଲ ମେଥଡ ଦ୍ୱାରା ୧୫୪ ରନର ଟାର୍ଗେଟ ମିଳିଥିଲା। ଏହାକୁ ଦଳ ୨ ବଲ ପୂର୍ବରୁ ୭ ୱିକାଟ ହରାଇ ହାସଲ କରି ନେଇଛି।

ପ୍ରଥମେ ବ୍ୟାଟିଂ କରୁଥିବା ମନିପାଲ ଟାଇଗର୍ସ ଆରମ୍ଭାରୁ ଫିଡେଲ ଏଡୱାର୍ଡସଙ୍କ ଘାତକ ବୋଲିଂ ଯୋଗୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏଡୱାର୍ଡସ ୪ ଓଭରରେ ୩୦ ରନ ଦେଇ ୪ ୱିକେଟ ଦଖଲ କରିବାରୁ ମନିପାଲ ବଡ଼ ସ୍କୋର କରିପାରି ନଥିଲା। ଦଳ ପକ୍ଷରୁ ମହମ୍ମଦ କୈଫ ସର୍ବାଧିକ ୭୩ ରନ କରିଥିବା ବେଳେ ପ୍ରଦୀପ ସାହୁ ୩୦ ଓ ଶେଷ ଭାଗରେ ଶିବକ୍ତାନ୍ତ ଶୁକ୍ଳା ଅପରାଜିତ ୧୬ ରନ କରିଥିଲେ।

ଦଳର ଦୁଇ ଷ୍ଟାର କ୍ରିକେଟର କୋରୀ ଆଣ୍ଡରସନ ଓ ରିକାର୍ଡୋ ପାୱେଲ କୌଣସି ଆଖି ଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି। ଆଣ୍ଡରସନ ଖାତା ଖୋଲିବା ପୂର୍ବରୁ ଏଡୱାର୍ଡସଙ୍କ ବଲରେ ଆଉଟ ହୋଇଥିଲେ। ସେହିପରି ପାୱେଲ ମଧ୍ୟ ୩ ରନ କରି ଏଡୱାର୍ଡସଙ୍କ ଶିକାର ବନିଥିଲେ। ପ୍ରଦୀପ ସାହୁ (୩୦)ଙ୍କ ୱିକେଟ ଏସ୍‌ ଶ୍ରୀସନ୍ତଙ୍କ ଖାତାକୁ ଯାଇଛି।

ଇରଫାନ ପଠାନ ରବିକାନ୍ତ ଶୁକ୍ଳାଙ୍କୁ ୧ ରନରେ ଆରମ୍ଭରୁ ପ୍ୟାଭିଲିୟନ ପଠାଇ ଦେଇଥିଲା। ମନିପାଲ ୧୭ ଓଭର ସୁଦ୍ଧା ୬ ୱିକେଟ ହରାଇ ୧୩୬ ରନ କରିଥିବା ବେଳେ ବର୍ଷା ହୋଇଥିଲା। ଫଳରେ ଦଳକୁ ଆଉ ବ୍ୟାଟିଂ କରିବାକୁ ସୁଯୋଗ ମିଳି ନଥିଲା। ବର୍ଷା ଛାଡ଼ିବା ପରେ ଭିଲୱାରା କିଙ୍ଗ୍ସ ଇନିଂସ ଆରମ୍ଭ କରିଥିଲା ଓ ଦଳକୁ ୧୫୪ ରନର ଟାର୍ଗେଟ ମିଳିଥିଲା।

୧୫୪ ରନର ଟାର୍ଗେଟକୁ ପିଛା କରୁଥିବା ଭିଲୱାରା କିଙ୍ଗ୍ସ ପକ୍ଷରୁ ୟୁସୁଫ ପଠାନ ୨୮ ବଲରେ ସର୍ବାଧିକ ୪୪ ରନ କରିଥିବା ବେଳେ ତନ୍ମୟ ଶ୍ରୀବାସ୍ତବ ୨୮, ରାଜେଶ ବିଷ୍ଣୋଇ ୧୩ ଓ ଇରଫାନ ପଠାନ ୧୫ ରନର ଇନିଂସ ଖେଳିଛନ୍ତି। ଶେଷ ଓଭରରେ ଦଳକୁ ଜିତିବା ପାଇଁ ୧୨ ରନ ଦରକାର ଥିବା ବେଳେ ଟିନୋ ବେଷ୍ଟ ଦମଦାର ବ୍ୟାଟିଂ କରି ୨ ବଲ ପୂର୍ବରୁ ଦଳ ପାଇଁ ବିଜୟ ମୁଣ୍ଡି ମାରିଛନ୍ତି। ସେ ଶେଷ ଯାଏ ୭ ବଲରେ ୧୫ ରନ କରି ଅପରାଜିତ ରହିଥିଲେ। ତାଙ୍କ ସହ ମ୍ୟାଟ ପ୍ରିଓର ଥିଲେ। ସେ କେବଳ ଗୋଟିଏ ବଲର ସମ୍ମୁଖୀନ ହୋଇ ୧ ରନ କରିଥିଲେ।

ଦମଦାର ବୋଲିଂ ପାଇଁ ଭିଲୱାରା କିଙ୍ଗ୍ସର ଏଡୱାର୍ଡସଙ୍କୁ ମ୍ୟାଚ୍‌ରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story