ବ୍ରେଣ୍ଡନ ଟେଲରଙ୍କୁ ସାଢ଼େ ୩ ବର୍ଷ ପାଇଁ ବ୍ୟାନ କଲା ଆଇସିସି

ଦୁବାଇ: ସ୍ପଟ ଫିକ୍ସିଂ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ଆଇସିସି। ଜିମ୍ବାୱେର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟର ବ୍ରେଣ୍ଡନ ଟେଲରଙ୍କୁ ନିୟମ ଉଲ୍ଲଙ୍ଘନ ପାଇଁ ଆଇସିସି ସାଢ଼େ ୩ ବର୍ଷ ବ୍ୟାନ କରିଛି। ଆର୍ଥାତ ଟେଲର ଆସନ୍ତା ସାଢ଼େ ୩ ବର୍ଷ ପାଇଁ କୌଣସି କ୍ରିକେଟ ଟୁର୍ଣ୍ଣାମେଣ୍ଟାରେ ଭାଗ ନେଇପାରିବେ ନାହିଁ। କିଛି ଦିନ ପୂର୍ବରୁ ଟେଲର ଗୋଟିଏ ବିବୃତି ଜାରି କରି ସ୍ପଟ ଫିକ୍ସିଂ କଥା ଉଠାଇଥିଲେ। ତାଙ୍କୁ ଭାରତର ଜଣେ ବ୍ୟବସାୟୀ ସ୍ପଟ […]

Brendan-Taylor

Brendan-Taylor

Hemant Lenka
  • Published: Friday, 28 January 2022
  • Updated: 28 January 2022, 08:11 PM IST

ଦୁବାଇ: ସ୍ପଟ ଫିକ୍ସିଂ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ଆଇସିସି। ଜିମ୍ବାୱେର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟର ବ୍ରେଣ୍ଡନ ଟେଲରଙ୍କୁ ନିୟମ ଉଲ୍ଲଙ୍ଘନ ପାଇଁ ଆଇସିସି ସାଢ଼େ ୩ ବର୍ଷ ବ୍ୟାନ କରିଛି। ଆର୍ଥାତ ଟେଲର ଆସନ୍ତା ସାଢ଼େ ୩ ବର୍ଷ ପାଇଁ କୌଣସି କ୍ରିକେଟ ଟୁର୍ଣ୍ଣାମେଣ୍ଟାରେ ଭାଗ ନେଇପାରିବେ ନାହିଁ।

କିଛି ଦିନ ପୂର୍ବରୁ ଟେଲର ଗୋଟିଏ ବିବୃତି ଜାରି କରି ସ୍ପଟ ଫିକ୍ସିଂ କଥା ଉଠାଇଥିଲେ। ତାଙ୍କୁ ଭାରତର ଜଣେ ବ୍ୟବସାୟୀ ସ୍ପଟ ଫିକ୍ସଂ ପାଇଁ ଉସକାଇଥିଲେ। ହେଲେ ସେ ଏଥିରେ ରାଜି ହୋଇ ନଥିଲେ। କିନ୍ତୁ ଘଟଣା ପରେ ସେ ଏକଥା ତୁରନ୍ତ ଆଇସିସିକୁ ଅବଗତ କରାଇ ନଥିଲି। ଏଥିସହ ଉକ୍ତ ମିଟିଂରେ ତାଙ୍କୁ କୋକେନ ଦିଆଯାଇ ବ୍ଲାକମେଲିଂ ମଧ୍ୟ କରାଯାଇଥିବା ଟେଲର କହିଥିଲେ।

ଏହି ବିବୃତି ପରେ ଆଇସିସି ଟେଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବୁକିମାନେ ତାଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ ହେଁ ନିୟମ ଅନୁଯାୟୀ ସେ ଏକଥା ତୁରନ୍ତ ଆଇସିସିକୁ ଜଣାଇ ନଥିଲେ। ଏଥିପାଇଁ ତାଙ୍କ ବିରୋଧରେ କ୍ରିକେଟର ଏହି ସର୍ବୋଚ୍ଚ ସଂସ୍ଥା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଆଇସିସି ପକ୍ଷରୁ କୁହାଯାଇଛି ଯେ ବ୍ରେଣ୍ଡନ ଟେଲରଙ୍କୁ କ୍ରିକେଟର ସମସ୍ତ ଫର୍ମାଟରୁ ସାଢ଼େ ୩ ବର୍ଷ ପାଇଁ ବ୍ୟାନ କରାଯାଉଛି। ଆଇସିସି ଦୁର୍ନୀତି ନିରୋଧ କୋଡର ସେ ୪ଟି ଚାର୍ଜକୁ ଭାଙ୍ଗିଛନ୍ତି। ସେ ନିଜର ଭୁଲକୁ ମଧ୍ୟ ସ୍ୱୀକାର କରିନେଇଛନ୍ତି। ଏହାବାଦ ଆଣ୍ଟି ଡୋପିଂ କୋଡର ଗୋଟିଏ ଚାର୍ଜକୁ ମଧ୍ୟ ସେ ଉଲ୍ଲଙ୍ଘନ କରିଛନ୍ତି। ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ଟେଲର ଜିମ୍ବାୱେ ପାଇଁ ୨୦୦୪ରୁ ୨୦୨୧ ଯାଏ ଖେଳିଛନ୍ତି। ସେ ୨୮୪ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୧୭ଟି ଶତକ ସହ ମୋଟ ୯,୯୩୮ ରନ୍‌ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos