କ’ଣ ୧୦୭ ରନ୍‌କୁ ଡିଫେଣ୍ଡ୍‌ କରିପାରିବ ଟିମ୍‌ ଇଣ୍ଡିଆ? ଇତିହାସ ଉପରେ ନଜର ପକାନ୍ତୁ

କ’ଣ ଭାରତର ୧୦୭ ରନର ଟାର୍ଗେଟକୁ ଡିଫେଣ୍ଡ କରିପାରିବ? ପୂର୍ବରୁ ଭାରତ କେବେ ଏମିତି ଚମତ୍କାର କରିପାରିଛି? ଏ ପ୍ରଶ୍ନ ଉତ୍ତର ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି।

ଭାରତୀୟ ଟିମ

  • Published: Saturday, 19 October 2024
  • , Updated: 19 October 2024, 08:55 PM IST

ବେଙ୍ଗାଲୁରୁର ଏମ ଚିନାସ୍ୱାମୀ ଷ୍ଟାଡିୟମରେ ଚାଲିଥିବା ପ୍ରଥମ ଟେଷ୍ଟକୁ ଜିତିବା ପାଇଁ ଭାରତକୁ କୌଣସି ଚମତ୍କାରର ଆବଶ୍ୟକତା ରହିଛି। ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ୧-୦ର ଲିଡ ପାଇବାକୁ ଭ୍ରମଣକାରୀ ନ୍ୟୁଜିଲ୍ୟାଣ୍ଡକୁ ଦରକାର କେବଳ ୧୦୭ ରନ।

ଭାରତୀୟ ଟିମ ଆଜି ୪୬୨ ରନରେ ଅଲଆଉଟ ହେବା ପରେ ନ୍ୟୁଜିଲ୍ୟାଣ୍ଡକୁ ଅନ୍ତିମ ଦିନ ଅର୍ଥାତ ରବିବାର ପୂରା ଦିନର ଖେଳ ମଧ୍ୟରେ କେବଳ ୧୦୭ ରନର ଆବଶ୍ୟକ ରହିଛି। ଦଳ ପାଖରେ ୧୦ଟି ୱିକେଟ ମଧ୍ୟ ରହିଛି।

କିନ୍ତୁ କ’ଣ ଭାରତର ୧୦୭ ରନର ଟାର୍ଗେଟକୁ ଡିଫେଣ୍ଡ କରିପାରିବ? ପୂର୍ବରୁ ଭାରତ କେବେ ଏମିତି ଚମତ୍କାର କରିପାରିଛି? ଏ ପ୍ରଶ୍ନ ଉତ୍ତର ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି।

ଭାରତ ତା’ର ଟେଷ୍ଟ ଇତିହାସ ମଧ୍ୟରେ ମାତ୍ର ଥରୁଟିଏ ୧୦୭ କିମ୍ବା ତା’ ଠାରୁ କମ ରନକୁ ଡି‍ଫେଣ୍ଡ କରିପାରିଛି। ୨୦୦୪ରେ ୱାଙ୍ଖେଡେରେ ଖେଳା ଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ଏପରି ଚମତ୍କାରିତା ଦେଖିବାକୁ ମିଳିଥିଲା।

ରାହୁଲ ଡ୍ରାଭିଡଙ୍କ ଭାରତୀୟ ଟିମ ୧୦୭ ରନକୁ ଡିଫେଣ୍ଡ କରିବା ବେଳେ ରିକି ପଣ୍ଟିଂଙ୍କ ଅଷ୍ଟ୍ରେଲିଆକୁ ୯୩ ରନରେ ଅଲଆଉଟ କରି ଦେଇଥିଲା। ମୁରଲୀ କାର୍ତ୍ତିକ, ଅନୀଲ କୁମ୍ବଲେ ଓ ହରଭଜନ ସିଂହଙ୍କ ସ୍ପିନ ବଲରେ ଭାରତ ବିଜୟ ହାସଲ କରିଥିଲା।

ଏହାବାଦ ଭାରତ ୧୯୮୧ରେ ୧୪୩କୁ ମେଲବର୍ଣ୍ଣରେ ଡିଫେଣ୍ତ କରୁଥିବା ବେଳେ ଅଷ୍ଟ୍ରେଲିଆକୁ ୮୩ ରନରେ ଅଟକାଇ ଦେଇଥିଲା। ତେବେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତର ସର୍ବନିମ୍ନ ଡିଫେଣ୍ତିଂ ସ୍କୋର ହେଉଛି ୧୮୮। ମୁମ୍ବାଇର ବ୍ରାବର୍ଣ୍ଣ ଷ୍ଟାଡିୟମରେ ନ୍ୟୁଜିଲ୍ୟାଣ୍ଡ ୧୮୮ ରନ ପିଛା କରୁଥିବା ବେଳେ ୧୨୭ରେ ଅଟକି ଯାଇ ଥିଲା।

ସେହିପରି ବେଙ୍ଗାଲୁରୁର ଏମ ଚିନାସ୍ୱାମୀରେ ଭାରତ ୨୦୧୭ରେ ୧୮୮ ରନକୁ ଡିଫେଣ୍ଡ କରୁଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟ ହାସଲ କରିଥିଲା। ୧୮୮ ରନ ତଳକୁ ଦଳ କେବେ ହେଲେ ବେଙ୍ଗାଲୁରୁରେ ଡିଫେଣ୍ତ କରିନାହିଁ।

ଟେଷ୍ଟ କ୍ରିକେଟରେ ଭାରତ ସଫଳତାର ସହ ଅଟକାଇଥିବା ସର୍ବନିମ୍ନ ସ୍କୋରର ତାଲିକା

 ଟିମ –     ସ୍କୋର –  ଟାର୍ଗେଟ –  ରେଜଲ୍ଟ –  ଗ୍ରାଉଣ୍ଡ –   ତାରିଖ

ଅଷ୍ଟ୍ରେଲିଆ – ୯୩ –  ୧୦୭ –  ପରାଜୟ -  ୱାଙ୍ଖେଡେ-  ୩ ନଭେମ୍ବର ୨୦୨୪

ଅଷ୍ଟ୍ରେଲିଆ – ୮୩ –  ୧୪୩ – ପରାଜୟ – ମେଲବର୍ଣ୍ଣ – ୭ ଫେବୃଆରୀ ୧୯୮୧

ଦକ୍ଷିଣ ଆଫ୍ରିକା – ୧୦୫ – ୧୭୦ – ପରାଜୟ – ଅହମଦାବାଦ – ୨୦ ନଭେମ୍ବର ୧୯୯୬

ନ୍ୟୁଜିଲ୍ୟାଣ୍ଡ – ୧୨୭ – ୧୮୮ – ପରାଜୟ – ବ୍ରବର୍ଣ୍ଣ – ୨୫ ସେପ୍ଟେମ୍ବର ୧୯୬୯

ଅଷ୍ଟ୍ରେଲିଆ – ୧୧୨ – ୧୮୮ –  ପରାଜୟ – ବେଙ୍ଗାଲୁରୁ – ୪ ମାର୍ଚ୍ଚ ୨୦୧୭

ଇଂଲଣ୍ତ – ୧୬୩ – ୧୯୨ – ପରାଜୟ – ଇଡେନ ଗାର୍ଡେନ୍ସ – ୩୦ ଡିସେମ୍ବର ୧୯୭୨

ଦକ୍ଷିଣ ଆଫ୍ରିକା -୧୦୯ – ୨୧୮ – ପରାଜୟ – ମୋହାଲି – ୫ ନଭେମ୍ବର ୨୦୧୫

ଅଷ୍ଟ୍ରେଲିଆ – ୧୦୫ – ୨୨୫ – କାନପୁର – ୧୯ ଡିସେମ୍ବର ୧୯୫୯

ଇଂଲଣ୍ଡ – ୧୦୨ – ୨୪୧ - ୱାଙ୍ଖେଡେ – ୨୭ ନଭେମ୍ବର ୧୯୮୧

ଦକ୍ଷିଣ ଆଫ୍ରିକା – ୧୭୭ -୨୪୧ – ଜୋହାନ୍ସବର୍ଗ – ୨୪ ଜାନୁଆରୀ ୨୦୧୮

ନ୍ୟୁଜିଲ୍ୟାଣ୍ଢ ବିପକ୍ଷ ବେଙ୍ଗାଲୁରୁ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ କେବଳ ୪୬ ରନ କରିଥିଲା। ଏହାପରେ ନ୍ୟୁଜିଲ୍ୟାଣ୍ତ ୪୦୨ ରନ କରି ୩୫୬ ରନ ଲିଡ ହାସଲ କରିଥିଲା।

ଦ୍ୱିତୀୟ ଇନିଂସରେ ସର୍ଫରାଜ ଖାନଙ୍କ ୧୫୦ ଓ ଋଷଭ ପନ୍ତଙ୍କ ୯୯ ରନ ବଳରେ ଭାରତୀୟ ଟିମ ୪୬୨ ରନ କରିଛି। ଫଳରେ ନ୍ୟୁଜିଲ୍ୟାଣ୍ଡକୁ ଶେଷ ଦିନରେ ଜିତିବା ପାଇଁ କେବଳ ୧୦୭ ରନର ଟାର୍ଗେଟ ମିଳିଛି।

Related story