ପ୍ଲେ-ଅଫ ଗଣିତ: କେମିତି ଧୋନିଙ୍କ ଚେନ୍ନାଇ ଟପ୍‌ ୪ରେ ରହିବ?

ମୁମ୍ବାଇ: ଚଳିତ ଆଇପିଏଲ ଅତ୍ୟନ୍ତ ରୋମାଞ୍ଚକର ସ୍ଥିତିରେ ପହଞ୍ଚି ଯାଇଛି। ଏଯାଏ ୫୬ ମ୍ୟାଚ୍ ଖେଳାଯାଇଥିଲେ ମଧ୍ୟ କୌଣସି ଦଳ ବିଧିବଦ୍ଧ ଭାବେ ପ୍ଲେ ଅଫ ଖେଳିବାର ଯୋଗ୍ୟତା ହାସଲ କରିପାରି ନାହାନ୍ତି। ସମ୍ଭବତଃ ଆଜିର ମ୍ୟାଚ୍ ପରେ ଗୋଟିଏ ଦଳ ପ୍ଲେ ଅଫ ଖେଳିବାର ଯୋଗ୍ୟତା ଅର୍ଜନ କରିପାରେ। କାରଣ ଆଜି ଗୁଜରାଟ ଓ ଲକ୍ଷ୍ନୌ ମଧ୍ୟରେ ଲଢ଼େଇ ହେବ। ଉଭୟ ଦଳ ୧୬ ପଏଣ୍ଟ ଲେଖାଏ ପାଇ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। […]

Dhoni

Dhoni

Hemant Lenka
  • Published: Tuesday, 10 May 2022
  • Updated: 10 May 2022, 07:14 PM IST

ମୁମ୍ବାଇ: ଚଳିତ ଆଇପିଏଲ ଅତ୍ୟନ୍ତ ରୋମାଞ୍ଚକର ସ୍ଥିତିରେ ପହଞ୍ଚି ଯାଇଛି। ଏଯାଏ ୫୬ ମ୍ୟାଚ୍ ଖେଳାଯାଇଥିଲେ ମଧ୍ୟ କୌଣସି ଦଳ ବିଧିବଦ୍ଧ ଭାବେ ପ୍ଲେ ଅଫ ଖେଳିବାର ଯୋଗ୍ୟତା ହାସଲ କରିପାରି ନାହାନ୍ତି। ସମ୍ଭବତଃ ଆଜିର ମ୍ୟାଚ୍ ପରେ ଗୋଟିଏ ଦଳ ପ୍ଲେ ଅଫ ଖେଳିବାର ଯୋଗ୍ୟତା ଅର୍ଜନ କରିପାରେ। କାରଣ ଆଜି ଗୁଜରାଟ ଓ ଲକ୍ଷ୍ନୌ ମଧ୍ୟରେ ଲଢ଼େଇ ହେବ। ଉଭୟ ଦଳ ୧୬ ପଏଣ୍ଟ ଲେଖାଏ ପାଇ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ତେଣୁ ଆଜି ଯିଏ ଜିତିବ, ତା’ର ପଏଣ୍ଟ ସଂଖ୍ୟା ୧୮ରେ ପହଞ୍ଚି ଯିବ। ତେଣୁ ଆଜିର ମ୍ୟାଚ୍‌ ଉପରେ ସମସ୍ତଙ୍କ ନଜର ରହିଛି।

ଅନ୍ୟପକ୍ଷରେ କେବଳ ମୁମ୍ବାଇ ଇଣ୍ଡିଆନ୍ସକୁ ଛାଡ଼ି ବାକି ୯ଟି ଯାକ ଦଳ ପ୍ଲେଅଫ ଦୌଡ଼ରେ ରହିଛନ୍ତି। ବିଶେଷ କରି ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇର ପ୍ଲେ ଅଫ ଆଶା ମଉଳିଛି କି ନାହିଁ, ତା’ର ହିସାବ ଆସନ୍ତୁ କରିବା।

ଚଳିତ ଆଇପିଏଲରେ ଚେନ୍ନାଇ ଆଦୌ ସ୍ଥିର ପ୍ରଦର୍ଶନ କରିପାରି ନାହିଁ। ଦଳ ଏଯାଏ ୧୧ଟି ମ୍ୟାଚ୍‌ ଖେଳିଥିବା ବେଳେ ମାତ୍ର ୪ଟିରେ ଜିତିଛି। ଏଥିସହ ପଏଣ୍ଟ ଟେବୁଲର ୯ମ ସ୍ଥାନରେ ରହିଛି। ତଥାପି ଦଳର ପ୍ଲେ ଅଫ ଆଶା ମଉଳି ନାହିଁ। ଚେନ୍ନାଇ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ଥିବା ବାଙ୍ଗାଲୋର ଠାରୁ ୪ ପଏଣ୍ଟ ପଛରେ ରହିଛି। ଚେନ୍ନାଇ ପାଖରେ ଆଉ ୩ଟି ମ୍ୟାଚ୍ ବାକି ରହିଛି। ଯଦି ୩ଟି ଯାକ ମ୍ୟାଚ୍ ଦଳ ଜିତିବ, ତା’ହେଲେ ଏହାର ପଏଣ୍ଟ ସଂଖ୍ୟା ୧୪ରେ ପହଞ୍ଚିବ। ତେଣୁ ଏବେ ଦଳର ପ୍ଲେ ଅଫ ଖେଳିବା ଓ ନ ଖେଳିବା ଅନ୍ୟ ଦଳର ପ୍ରଦର୍ଶନ ଉପରେ ମଧ୍ୟ ନିର୍ଭର କରିବ।

ଚେନ୍ନାଇ ଚଳିତ ଆଇପିଏଲର ପ୍ରଥମ ୮ଟି ମ୍ୟାଚ୍‌ରୁ ୬ଟିରେ ହାରିଥିଲା। ଫଳରେ ରବୀନ୍ଦ୍ର ଜାଡେଜା ଅଧିନାୟକ ପଦ ଛାଡ଼ି ଦେଇଥିଲେ। ମହେନ୍ଦ୍ର ସିଂହ ଧୋନି କ୍ୟାପ୍ଟେନ ହେବାର ପରେ ଚେନ୍ନାଇ ବିଜୟ ଟ୍ରାକକୁ ଫେରିଥିଲେ। ଧୋନିଙ୍କ କ୍ୟାପ୍ଟେନ୍ସିରେ ଚେନ୍ନାଇ ଖେଳିଥିବା ଶେଷ ୩ ମ୍ୟାଚରୁ ୨ଟିରେ ଜିତିଛି। ଫଳରେ ଦଳ ପ୍ଲେ ଅଫ ରେସ୍‌ରେ ନିଜକୁ ବଜାୟୀ ରଖିପାରିଛି।

ଚେନ୍ନାଇକୁ ପ୍ଲେ ଅଫରେ ପ୍ରବେଶ କରିବାକୁ ହେଲେ ପ୍ରଥମେ ବାକି ରହିଥିବା ୩ଟି ଯାକ ମ୍ୟାଚକୁ ବଡ଼ ବ୍ୟବଧାନରେ ଜିତିବାକୁ ପଡ଼ିବ। ଦଳ ମେ’ ୧୨ରେ ମୁମ୍ବାଇ, ମେ’ ୧୫ରେ ଗୁଜରାଟ ଓ ମେ’ ୨୦ରେ ରାଜସ୍ଥାନ ବିପକ୍ଷରେ ଶେଷ ମ୍ୟାଚ୍ ଖେଳିବ। ଦିଲ୍ଲୀକୁ ୯୧ ରନ୍‌ରେ ହରାଇବା ପରେ ଚେନ୍ନାଇର ନେଟ ରନ୍‌ ରେଟ୍‌ + ୦.୦୨୮ରେ ପହଞ୍ଚି ଯାଇଛି।

କେମିତି ଚେନ୍ନାଇ ଯିବ ପ୍ଲେ ଅଫ

୧-ରାଜସ୍ଥାନ ତା’ର ବାକି ୩ଟି ଯାକ ମ୍ୟାଚ୍‌ ହାରିଲେ ୧୪ ପଏଣ୍ଟରେ ସ୍ଥିର ରହିବ

୨-ଆରସିବି ତା’ର ଦୁଇଟି ଯାକ ମ୍ୟାଚ୍‌ ହାରିଲେ ୧୪ ପଏଣ୍ଟରେ ରହିବ।

୩-ଦିଲ୍ଲୀ ତା’ର ଶେଷ ୩ ମ୍ୟାଚ୍‌ ମଧ୍ୟରୁ କେବଳ ରାଜସ୍ଥାନକୁ ହରାଇବ, କିନ୍ତୁ ଦଳକୁ ମୁମ୍ବାଇ ଓ ପଞ୍ଜାବ ବିପକ୍ଷରେ ହାରିବାକୁ ପଡ଼ିବ। ଏପରି ହେଲେ ଦିଲ୍ଲୀ ୧୨ ପଏଣ୍ଟ ପାଇବ।

୪-ହାଇଦ୍ରାବାଦ ତା’ର ୩ଟି ମ୍ୟାଚ ମଧ୍ୟରୁ ଯେମିତି ହେଲେ କେକେଆରକୁ ହରାଇବାକୁ ପଡ଼ିବ। କିନ୍ତୁ ଦଳକୁ ମୁମ୍ବାଇ ଓ ପଞ୍ଜାବ ଠାରୁ ହାରିବାକୁ ପଡ଼ିବ। ଫଳରେ ହାଇଦ୍ରାବାଦର ପଏଣ୍ଟ ସଂଖ୍ୟା ୧୨ ରହିବ।

୫-କୋଲକାତା ଯଦି ତା’ର ଶେଷ ଦୁଇଟି ମ୍ୟାଚ୍ ମଧ୍ୟରୁ ହାଇଦ୍ରାବାଦକୁ ହରାଇବ ଓ ଲକ୍ଷ୍ନୌଠୁ ହାରିବ, ତା’ହେଲେ ତା’ର ପଏଣ୍ଟ ୧୨ରେ ସ୍ଥିର ରହିବ।

୬- ପଞ୍ଜାବ ତା’ର ଶେଷ ୩ ମ୍ୟାଚରୁ ଆରସିବି ଓ ଦିଲ୍ଲୀକୁ ହରାଇବ କିନ୍ତୁ ହାଇଦ୍ରାବାଦ ଠାରୁ ହାରିବ, ତା’ହେଲେ ଏହାର ପଏଣ୍ଟ ୧୪ରେ ପହଞ୍ଚିବ। କିନ୍ତୁ ନେଟ ରନ୍ ରେଟ୍ ହିସାବରେ ଚେନ୍ନାଇ ଉପରେ ରହିବ।

୭-ଯଦି ଆରସିବି ଓ ରାଜସ୍ଥାନ ୨ଟି ଲେଖାଏ ମ୍ୟାଚ୍ ଜିତି ନେଉଛନ୍ତି, ତା’ହେଲେ ଚେନ୍ନାଇର ପ୍ଲେଅଫ ଆଶା ମଉଳି ଯିବ।

୮- ସେହିପରି ଚେନ୍ନାଇ ଯଦି ତା’ର ୩ଟି ମ୍ୟାଚରୁ ଗୋଟିଏରେ ବି ହାରୁଛି, ତା’ହେଲେ ଦଳ ପ୍ଲେ ଅଫକୁ ଯାଇ ପାରିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story