କୁମାର ସାଙ୍ଗାକାରାଙ୍କ ରେକର୍ଡ ଭାଙ୍ଗିଲେ ଦୀନେଶ ଚାଣ୍ଡିମଲ, ମ୍ୟାଚ୍ ହାରିଲା ଅଷ୍ଟ୍ରେଲିଆ

କଲମ୍ବୋ: ଅଷ୍ଟ୍ରେଲିଆ ବିପକ୍ଷରେ ରେକର୍ଡ କରିଛନ୍ତି ଶ୍ରୀଲଙ୍କା ବ୍ୟାଟର ଦୀନେଶ ଚାଣ୍ଡିମଲ। ଗାଲ୍ଲେରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟରେ ଚାଣ୍ଡିମଲଙ୍କ ଦମଦାର ବ୍ୟାଟିଂ ବଳରେ ଶ୍ରୀଲଙ୍କା ବିଶାଳ ୫୫୪ ରନ କରିବା ସହ ଅଷ୍ଟ୍ରେଲିଆକୁ ଗୋଟିଏ ଇନିଂସ ଓ ୩୯ ରନରେ ହରାଇଛି। ମଧ୍ୟକ୍ରମରେ ବ୍ୟାଟିଂ କରୁଥିବା ଚାଣ୍ଡିମଲ ଅପରାଜିତ ୨୦୬ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସ ପରେ ସେ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଶ୍ରୀଲଙ୍କାର ପ୍ରଥମ ବ୍ୟାଟର ଭାବେ ଅଷ୍ଟ୍ରେଲିଆ ବିପକ୍ଷ […]

Chandimal

Chandimal

Hemant Lenka
  • Published: Monday, 11 July 2022
  • Updated: 11 July 2022, 10:26 PM IST

Sports

Latest News

କଲମ୍ବୋ: ଅଷ୍ଟ୍ରେଲିଆ ବିପକ୍ଷରେ ରେକର୍ଡ କରିଛନ୍ତି ଶ୍ରୀଲଙ୍କା ବ୍ୟାଟର ଦୀନେଶ ଚାଣ୍ଡିମଲ। ଗାଲ୍ଲେରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟରେ ଚାଣ୍ଡିମଲଙ୍କ ଦମଦାର ବ୍ୟାଟିଂ ବଳରେ ଶ୍ରୀଲଙ୍କା ବିଶାଳ ୫୫୪ ରନ କରିବା ସହ ଅଷ୍ଟ୍ରେଲିଆକୁ ଗୋଟିଏ ଇନିଂସ ଓ ୩୯ ରନରେ ହରାଇଛି। ମଧ୍ୟକ୍ରମରେ ବ୍ୟାଟିଂ କରୁଥିବା ଚାଣ୍ଡିମଲ ଅପରାଜିତ ୨୦୬ ରନର ଇନିଂସ ଖେଳିଛନ୍ତି।

ଏହି ଇନିଂସ ପରେ ସେ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଶ୍ରୀଲଙ୍କାର ପ୍ରଥମ ବ୍ୟାଟର ଭାବେ ଅଷ୍ଟ୍ରେଲିଆ ବିପକ୍ଷ କୌଣସି ଟେଷ୍ଟରେ ୨୦୦ କିମ୍ବା ତା’ ଠାରୁ ଅଧିକ ରନ କରିଛନ୍ତି। ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ସ୍କୋର କରିବାର ରେକର୍ଡ ଭେଟରାନ କ୍ରିକେଟ କୁମାର ସାଙ୍ଗାକାରାଙ୍କ ନାଁରେ ରହିଥିଲା।

୨୦୦୭ ନଭେମ୍ବରରେ ହୋବାର୍ଟରେ ଖେଳା ଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ସାଙ୍ଗାକାରା ୧୯୨ ରନର ଇନିଂସ ଖେଳିଥିଲେ। ସେବେଠାରୁ ତାଙ୍କର ଏହି ରେକର୍ଡ କୌଣସି ଶ୍ରୀଲଙ୍କା ଖେଳାଳି ଭାଙ୍ଗି ପାରି ନଥିଲେ। ହେଲେ ଆଜି ଦୀନେଶ ଚାଣ୍ଡିମଲ ରେକର୍ଡ ଭାଙ୍ଗିବା ସହ ଡବଲ ଟନ ହାସଲ କରିଛନ୍ତି।

ଆଜି ଚାଣ୍ଡିମଲ ୧୯୫ ରନ କରିଥିବା ବେଳେ ତାଙ୍କୁ ବୋଲିଂ କରିବାକୁ ଆସିଥିଲେ ମିଚେଲ ଷ୍ଟାର୍କ। ହେଲେ ସେ ତାଙ୍କୁ ଛକା ମାରି ନିଜର ଦ୍ୱିତୀୟ ଶତକ ହାସଲ କରିଥିଲେ। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଚାଣ୍ଡିମଲଙ୍କ ଏହି ଇନିଂସ ଯୋଗୁ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଶ୍ରୀଲଙ୍କା ୧୯୦ ରନର ଲିଡ ହାସଲ କରି ନେଇଥିଲା।

ଶ୍ରୀଲଙ୍କା ୫୫୪ ରନରେ ଅଲଆଉଟ ହେବା ପରେ ଅଷ୍ଟ୍ରେଲିଆ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଶେଷରେ ପୂରା ଟିମ୍‌ ୧୫୧ ରନରେ ଅଲଆଉଟ ହୋଇ ଯାଇଛି। ଅଷ୍ଟ୍ରେଲିଆ ଅଲଆଉଟ ହେବାରୁ ଶ୍ରୀଲଙ୍କା ଗୋଟିଏ ଇନିଂସ ଓ ୩୯ ରନରେ ମ୍ୟାଚ୍ ଜିତି ସିରିଜକୁ ୧-୧ରେ ବରାବର କରିଛି।

ଦ୍ୱିତୀୟ ଇନିଂସରେ ଶ୍ରୀଲଙ୍କା ପକ୍ଷରୁ ୬ଟି ୱିକେଟ ଦଖଲ କରିଥିବା ପ୍ରବତ ଜୟସୂରିୟା ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ପାଇଛନ୍ତି। ସେହିପରି ଚାଣ୍ଡିମଲଙ୍କୁ ମ୍ୟାନ ଅଫ ଦି ସିରିଜ ମିଳିଛି। ଅଷ୍ଟ୍ରେଲିଆ ତା’ର ପ୍ରଥମ ଇନିଂସରେ ସମସ୍ତ ୱିକେଟ ହରାଇ ୩୫୪ ରନ କରିଥିଲା। ଏହି ଇନିଂସରେ ଷ୍ଟିଭ ସ୍ମିଥ ଅପରାଜିତ ୧୪୫ ଓ ମାର୍ନସ ଲାବୁସେନ ୧୦୪ ରନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story