ଆଇପିଏଲର ପିଛା ଛାଡ଼ୁନି କରୋନା, ଚେନ୍ନାଇ ସୁପର କିଙ୍ଗସର ମାଇକେଲ ହସି ସଂକ୍ରମିତ

ନୂଆଦିଲ୍ଲୀ: ଚଳିତ ଆଇପିଏଲର ପିଛା ଛାଡ଼ୁନି କରୋନା। ଏକାଧିକ କ୍ରିକେଟର କରୋନାରେ ଆକ୍ରାନ୍ତ ହୋଇଥିବାରୁ ଆଇପିଏଲକୁ ସ୍ଥଗିତ କରାଯାଇଛି। ତଥାପି ଆଜି ଚେନ୍ନାଇ ସୁପର କିଙ୍ଗସର ବ୍ୟାଟିଂ କୋଚ୍‌ ତଥା ଭେଟରାନ ଅଷ୍ଟ୍ରେଲୀୟ କ୍ରିକେଟର ମାଇକେଲ ହସି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଦିଲ୍ଲୀରେ ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଛି। ଏହାପୂର୍ବରୁ ଚେନ୍ନାଇର ବୋଲିଂ କୋଚ୍‌ ଲକ୍ଷ୍ମୀପତି ବାଲାଜୀ ଓ ବସ୍‌ କ୍ଲିନର କୋରନାରେ ଆକ୍ରାନ୍ତ ହୋଇଥିଲେ। ଆଜି ହସିଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲେ […]

IPL

Hemant Lenka
  • Published: Wednesday, 05 May 2021
  • , Updated: 05 May 2021, 07:55 PM IST

ନୂଆଦିଲ୍ଲୀ: ଚଳିତ ଆଇପିଏଲର ପିଛା ଛାଡ଼ୁନି କରୋନା। ଏକାଧିକ କ୍ରିକେଟର କରୋନାରେ ଆକ୍ରାନ୍ତ ହୋଇଥିବାରୁ ଆଇପିଏଲକୁ ସ୍ଥଗିତ କରାଯାଇଛି। ତଥାପି ଆଜି ଚେନ୍ନାଇ ସୁପର କିଙ୍ଗସର ବ୍ୟାଟିଂ କୋଚ୍‌ ତଥା ଭେଟରାନ ଅଷ୍ଟ୍ରେଲୀୟ କ୍ରିକେଟର ମାଇକେଲ ହସି କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ଦିଲ୍ଲୀରେ ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଛି। ଏହାପୂର୍ବରୁ ଚେନ୍ନାଇର ବୋଲିଂ କୋଚ୍‌ ଲକ୍ଷ୍ମୀପତି ବାଲାଜୀ ଓ ବସ୍‌ କ୍ଲିନର କୋରନାରେ ଆକ୍ରାନ୍ତ ହୋଇଥିଲେ। ଆଜି ହସିଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲେ ହେଁ ଅଧିକ ପରୀକ୍ଷା ପାଇଁ ତାଙ୍କ ନମୁନା ଆଉ ଥରେ ଲ୍ୟାବକୁ ପଠାଯାଇଛି।

ଅଷ୍ଟ୍ରେଲିଆନ କ୍ରିକେଟର୍ସ ଆସୋସିଏସନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଟୋଡ ଗ୍ରୀନବର୍ଗ କହିଛନ୍ତି, “ଆମେ ଆଜି ହସିଙ୍କ ସହ କଥା ହୋଇଥିଲୁ। ସେ ପୂରା ଠିକ୍‌ ଅଛନ୍ତି। ତାଙ୍କ ଶରୀରରେ ଖୁବ କମ୍ ଲକ୍ଷଣ ରହିଛି। ସେ ନିଜ ହୋଟେଲ ରୁମ୍‌ରେ ସଂପୂର୍ଣ୍ଣ ଭାବେ ଆଇସୋଲେସନରେ ରହିଛନ୍ତି। ତାଙ୍କ ଚାରିପାଖରେ ଭଲ ସପୋର୍ଟ ସିଷ୍ଟମ ଯୋଗାଇ ଦିଆଯାଇଛି।”

କରୋନା ସଂକ୍ରମଣ ପାଇଁ ଚଳିତ ବର୍ଷ ଆଇପିଏଲ ଭାରତର ୬ଟି ସ୍ଥାନ-ମୁମ୍ବାଇ, ଦିଲ୍ଲୀ, ଅହମଦାବା, କୋଲକାତା, ଚେନ୍ନାଇ ଓ ବେଙ୍ଗାଲୁରୁରେ ସୁରକ୍ଷିତ ବାୟୋବବଲ୍ସରେ ଖେଳାଯାଉଥିଲା। କିନ୍ତୁ ସୋମବାର ବାୟୋବବଲ୍ସ ଭେଦ କରି କରୋନା ଖେଳାଳିଙ୍କୁ ସଂକ୍ରମିତ କରିବା ଆରମ୍ଭ କରିଥିଲା।

୪ ଜଣ କ୍ରିକେଟର ଓ କିଛି ସପୋର୍ଟ ଷ୍ଟାଫ କରୋନାରେ ଆକ୍ରାନ୍ତ ହେବାରୁ ମଙ୍ଗଳବାର ବିସିସିଆଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆଇପିଏଲକୁ ସ୍ଥଗିତ ରଖିବାକୁ ଘୋଷଣା କରିଥିଲା। ରବିବାର ସୁଦ୍ଧା ଟୁର୍ଣ୍ଣାମେଣ୍ଟର ୬୦ଟି ମ୍ୟାଚ୍‌ରୁ ମାତ୍ର ୨୯ଟି ଖେଳା ଯାଇଥିଲା। ଆଇପିଏଲ ଅଧାରୁ ବନ୍ଦ ହୋଇଥିବାରୁ ବିସିସିଆଇକୁ ପ୍ରାୟ ୨ ହଜାରରୁ ୨୫ ଶହ କୋଟି କ୍ଷତି ସହିବାକୁ ପଡ଼ିବ।

Related story