ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜର ବିସ୍ଫୋରକ ଓପ୍ନର କ୍ରିସ୍ ଗେଲ୍ ଟି-୨୦ କ୍ରିକେଟରେ ନୂଆ ବିଶ୍ୱ କୀର୍ତ୍ତିମାନ କରିଛନ୍ତି। ଗେଲ୍ ଦୁନିଆର ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଟି-୨୦ରେ ୧୪ହଜାର ରନର ମାଇଲଖୁଣ୍ଟ ହାସଲ କରିଛନ୍ତି। ମଙ୍ଗଳବାର ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଗେଲ୍ ଏହି ବଡ଼ ରେକର୍ଡର ଅଧିକାରୀ ହୋଇଛନ୍ତି।
ଏହି ମ୍ୟାଚରେ ଅଷ୍ଟ୍ରେଲିଆ ୨୦ ଓଭରରେ ୧୪୧ ରନ୍ କରିଥିଲା। ଜବାବରେ ୱେଷ୍ଟଇଣ୍ଡିଜ୍ ଟିମ୍ ମାତ୍ର ୧୪.୫ ଓଭରରେ ୪ ୱିକେଟ୍ ହରାଇ ଲକ୍ଷ୍ୟକୁ ହାସଲ କରିନେଇଥିଲା। ଗେଲ୍ ଦମଦାର ବ୍ୟାଟିଂ କରି ମାତ୍ର ୩୮ ବଲରେ ୬୭ ରନର ଧୂଆଁଧାର ଇନିଂସ୍ ଖେଳିଛନ୍ତି, ଯେଉଁଥିରେ ୪ ଚୌକା ଓ ୭ ଛକା ସାମିଲ୍ ଥିଲା।
https://twitter.com/windiescricket/status/1414773593653788673?s=20
https://twitter.com/windiescricket/status/1414760460277194752?s=20
୨୦୧୬ ପରେ ଗେଲ୍ ନିଜର ପ୍ରଥମ ଅନ୍ତର୍ଜାତୀୟ ଟି-୨୦ ଅର୍ଦ୍ଧଶତକ ମାରିଛନ୍ତି। ଏହି ଅର୍ଦ୍ଧଶତକ ବଳରେ ହିଁ ଗେଲ୍ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି। ଟି-୨୦ କ୍ରିକେଟରେ ଗେଲ୍ ଏପର୍ଯ୍ୟନ୍ତ ୪୩୧ ମ୍ୟାଚ୍ ଖେଳି ମୋଟ ୧୪୦୩୮ ରନ୍ କରିଛନ୍ତି। ଟି-୨୦ କ୍ରିକେଟ୍ ଇତିହାସରେ ଗେଲ୍ ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ୧୦ହଜାର ରନର ମାଇଲଖୁଣ୍ଟ ଛୁଇଁଥିଲେ। ଟି-୨୦ରେ ତାଙ୍କ ନାଁରେ ୨୨ ଶତକ ମଧ୍ୟ ରହିଛି।
https://twitter.com/windiescricket/status/1414791699046490112?s=20
ତାଙ୍କ ପରକୁ ରହିଛନ୍ତି ୱେଷ୍ଟଇଣ୍ଡିଜ୍ କ୍ୟାପଟେନ୍ କାଇରନ୍ ପୋଲାର୍ଡ। ପୋଲାର୍ଡ ୫୪୫ ମ୍ୟାଚ୍ ଖେଳି ୧୦୮୩୬ ରନ୍ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ପାକିସ୍ତାନ ଅଲରାଉଣ୍ଡର୍ ଶୋଏବ ମଲିକ୍ ୧୦,୭୪୧ ରନ୍ ସହ ତୃତୀୟ, ଅଷ୍ଟ୍ରେଲିଆର ଡେଭିଡ୍ ୱାର୍ଣ୍ଣରଯ୍ ୧୦,୦୧୭ ରନ୍ ସହ ଚତୁର୍ଥ ଏବଂ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ୯୯୨୨ ରନ୍ କରିଛନ୍ତି।
https://twitter.com/cricketcomau/status/1414773931563618305?s=20
ସୂଚନାଯୋଗ୍ୟ, ଟି-୨୦ ଫର୍ମାଟରେ ଦ୍ରୁତ ରନ୍ ୧ହଜାର ରନ୍, ୨ହଜାର ରନ୍ ଓ ୩ହଜାର ରନ୍ ମାରିବାରେ ଅଷ୍ଟ୍ରେଲିଆର ଶନ୍ ମାର୍ଶ ଆଗରେ ରହିଛନ୍ତି। କିନ୍ତୁ ଏହା ପରେ ଗେଲଙ୍କ ନାଁରେ ଦ୍ରୁତ ୪ହଜାର, ୫ହଜାର ଠାରୁ ୧୪ହଜାର ରନର ରେକର୍ଡ ରହିଛି। ଏହି ଫର୍ମାଟରେ ବଡ଼ ଇନିଂସ୍ ଖେଳିବାର ରେକର୍ଡ ମଧ୍ୟ ଗେଲଙ୍କ ନାଁରେ ରହିଛି। ଗେଲ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ (ଆରସିବି) ପକ୍ଷରୁ ଗୋଟିଏ ଇନିଂସରେ ୧୭୫ ରନର ବିଶାଳ ସ୍କୋର କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।