ଲଣ୍ଡନ: ୨୦୨୩ ଆଇପିଏଲ ପୂର୍ବରୁ ଆସନ୍ତା ୨୩ ତାରିଖରେ ମିନି ଅକ୍ସନ ହେବ। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ସରିଥିବା ବେଳେ ଶତାଧିକ ଖେଳାଳି ନିଜ ନାଁକୁ ଅକ୍ସନରେ ସାମିଲ କରିଛନ୍ତି। ତେବେ ଏଥର ଅକ୍ସନରେ ସାମିଲ ହେବେନି ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର କ୍ରିସ୍ ୱକ୍ସ। ସେ ନିଜ ନାଁକୁ ଅକ୍ସନରୁ ପ୍ରତ୍ୟାହାର କରି ନେଇଛନ୍ତି।
ଏଥିସହ ସେ କାହିଁକି ଆଇପିଏଲ ଖେଳିବେ ନାହିଁ, ସେକଥା ମଧ୍ୟ କହିଛନ୍ତି। ୨୦୨୩ରେ ଖେଳାଯିବାକୁ ଥିବା ଆଶେସ ସିରିଜ୍ ପାଇଁ ସେ ଆଇପିଏଲରୁ ଓହରି ଯାଇଛନ୍ତି। ୨୦୨୩ ଆଶେସ ସିରିଜ୍ ଇଂଲଣ୍ଡରେ ଖେଳାଯିବ। ଏଥିପାଇଁ ସେ ନିଜକୁ ଫିଟ ରଖିବାକୁ ଚାହାନ୍ତି। ତେଣୁ ଆଇପିଏଲ ଅକ୍ସନରେ ନିଜ ନାଁକୁ ସାମିଲ କରି ନଥିବା କହିଛନ୍ତି।
ଆଇପିଏଲ ନ ଖେଳିବା ସମ୍ପର୍କରେ ଓକ୍ସ କହିଛନ୍ତି, “କୌଣସି ବି ପ୍ରକାରରେ ଏହା ଆଦୌ ସହଜ ନିଷ୍ପତ୍ତି ନୁହେଁ। ଆଇପିଏଲ ଗୋଟିଏ ବଡ଼ ଟୁର୍ଣ୍ଣାମେଣ୍ଟ ଓ ଆର୍ଥିକ ଫାଇଦା ମଧ୍ୟ ମିଳିଥାଏ। କିନ୍ତୁ କେବଳ ଆର୍ଥିକ ଫାଇଦା ପାଇଁ ମୁଁ ନିଷ୍ପତ୍ତି ନେଇପାରିବି ନାହିଁ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପରିସ୍ଥିତି। ନିକଟରେ ବିଶ୍ୱକପ ଜିତିଥିବାରୁ ଡିମାଣ୍ଡ ଅଧିକ ରହିପାରେ। ଅନ୍ୟ ଖେଳାଳିଙ୍କ ଚାହିଦା ବି ରହିଛି। କିନ୍ତୁ ଏହି ଚାହିଦା ତାଲିକାରେ ମୁଁ ମଧ୍ୟ ସେମାନଙ୍କ ପଛରେ ରହିପାରେ। ମୁଁ ଅନେକ ଲୋକଙ୍କ ସହ କଥା ହୋଇଛି ଓ କିଛି ଫ୍ରାଞ୍ଚାଇଜ୍ଙ୍କ ସହ ମଧ୍ୟ ଆଲୋଚନା କରିଛି।
ସେମାନେ ମୋ ପ୍ରତି ଆଗ୍ରହ ଦେଖାଇଛନ୍ତି। ତେଣୁ ନିଜ ନାଁକୁ ଆଇପିଏଲରୁ ପ୍ରତ୍ୟାହାର କରିବା ସହଜ ନୁହେଁ। କିନ୍ତୁ ଇଂଲିଶ ଟିମ୍ ପାଇଁ ନାଲି ବଲରେ ନ ଖେଳିବା ଚିନ୍ତାର ବିଷୟ। ମୁଁ ନିଜକୁ ଆଗାମୀ ଦିନରେ ଇଂଲଣ୍ଡ ଟିମ୍ ପାଇଁ ପ୍ରସ୍ତୁତ କରି ରଖିବାକୁ ଚାହୁଁଛି। ଏହି କାରଣ ପାଇଁ ଆଇପିଏଲରୁ ନିଜ ନାଁକୁ ପ୍ରତ୍ୟାହାର କରି ନେଉଛି। ଇସିବି ମୋତେ ତା’ର ଟେଷ୍ଟ ଯୋଜନା ଭିତରେ ରଖିଛି। କିନ୍ତୁ ଚୟନ ହେବା ପାଇଁ ମୋତେ ଫିଟ ରହିବାକୁ ପଡ଼ିବ ଓ ମୋ ଆଣ୍ଠୁ ସମସ୍ୟାକୁ ଦୂର କରିବାକୁ ହେବ।”
💬 "I still don't think it's fully sunk in. It's an amazing feeling to be world champion."
We caught up with 𝗱𝗼𝘂𝗯𝗹𝗲 𝘄𝗼𝗿𝗹𝗱 𝗰𝗵𝗮𝗺𝗽𝗶𝗼𝗻 Chris Woakes. 🏆🏆
🐻#YouBears pic.twitter.com/cB5VoXcVmN
— Warwickshire CCC 🏏 (@WarwickshireCCC) December 10, 2022
ଆଇପିଏଲରେ ଓକ୍ସ କେକେଆର ଓ ଆରସିବି ପାଇଁ ଖେଳିଥିଲେ। ନିକଟରେ ତାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ୨୦୨୩ରେ ତାଙ୍କୁ ଆଇପିଏଲରେ ଦେଖିବାକୁ ମିଳିବନି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।