କନୱେ ଓ ରବୀନ୍ଦ୍ରଙ୍କ ଦମଦାର ଶତକ, ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ହରାଇଲା ନ୍ୟୁଜିଲ୍ୟାଣ୍ଡ

୨୦୧୯ ଦିନିକିଆ ବିଶ୍ୱକପ ଫାଇନାଲରେ ଇଂଲଣ୍ଡ ପ୍ରତିପକ୍ଷ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଚାମ୍ପିୟନ ହୋଇଥିଲା। ଆଜି ଭାରତରେ ଖେଳାଯାଉଥିବା ୨୦୨୩ ବିଶ୍ୱକପର ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଏହାର ମଧୁର ପ୍ରତିଶୋଧ ନେଇଛି।

NZ

କନୱେ ଓ ରବୀନ୍ଦ୍ର

Hemant Lenka
  • Published: Thursday, 05 October 2023
  • Updated: 05 October 2023, 08:48 PM IST

Sports

Latest News

ବିଜୟରୁ ୨୦୨୩ ଦିନିକିଆ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି ନ୍ୟୁଜିଲ୍ୟାଣ୍ଡ। ଓପନର ଡେଭୋନ କନୱେ ଓ ଅଲରାଉଣ୍ଡର ରଚିନ ରବୀନ୍ଦ୍ରଙ୍କ ଦମଦାର ଶତକ ବେଳେ ନ୍ୟୁଜିଲ୍ୟାଣ୍ଡ ବିଶ୍ୱକପର ପ୍ରଥମ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ହରାଇ ଦେଇଛି।

ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭର ୯ ୱିକେଟ ହରାଇ ୨୮୨ ରନ କରିଥିଲା। ଏହାର ଜବାବରେ ନ୍ୟୁଜିଲ୍ୟାଣ୍ଡ ମାତ୍ର ଗୋଟିଏ ୱିକେଟ ହରାଇ ୮୨ ବଲ ପୂର୍ବରୁ ବିଜୟ ଟାର୍ଗେଟକୁ ହାସଲ କରି ନେଇଛି। କନୱେ ୧୫୧ ଓ ରବୀନ୍ଦ୍ର ୧୨୩ ରନ କରି ଶେଷ ଯାଏ ଅପରାଜିତ ରହିଥିଲେ। ଅପରାଜିତ ୧୨୩ ରନ ସହ ବୋଲିଂରେ ଗୋଟିଏ ୱିକେଟ ନେଥିବା ରବୀନ୍ଦ୍ରଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ମିଳିଛି। 

Also Read

ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟସ୍‌ ଜିତି ନ୍ୟୁଜିଲ୍ୟାଣ୍ତ କ୍ୟାପ୍ଟେନ ଟମ ଲାଥମ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ତଥାପି ଇଂଲଣ୍ଡ ଜୋ ରୁଟ ସର୍ବାଧିକ ୭୭ ରନ, ଅଧିନାୟକ ଜୋଶ ବଟଲର ୪୩ ଓ ଜନ୍ନି ବେୟାରଷ୍ଟୋ ୩୩ ରନର ଇନିଂସ ବଳରେ ୯ ୱିକେଟ ହରାଇ ୨୮୨ ରନ କରିଥିଲା।

ନ୍ୟୁଜିଲ୍ୟାଣ୍ତ ପାଇଁ ମ୍ୟାଟ ହେନରୀ ସର୍ବାଧିକ ୩ଟି ୱିକେଟ ନେଇଥିବେ ବେଳେ ଗ୍ଲେନ ଫିଲିପ୍ସ ଓ ମିଚେଲ ସାଣ୍ଟନର ୨ଟି ଲେଖାଏ, ଟ୍ରେଣ୍ଟ ବୋଲ୍ଡ ଓ ରଚିନ ରବୀନ୍ଦ୍ରଙ୍କୁ ଗୋଟିଏ ଲେଖାଏ ସଫଳତା ପାଇଥିଲେ।

୨୮୩ ରନର ଟାର୍ଗେଟ ପାଇଥିବା ନ୍ୟୁଜିଲ୍ୟାଣ୍ଡ ମାତ୍ର ୧୦ ରନରେ ୱିଲ ୟଙ୍ଗ(୦)ଙ୍କୁ ହରାଇଥିଲା। ତାଙ୍କୁ ପ୍ରଥମ ବଲରେ ହିଁ ସାମ କରାନ ଆଉଟ କରିଥିଲେ। ତେବେ ଏହାପରେ ରବୀନ୍ଦ୍ର ଓ କନୱେ ସ୍ଥିତି ସମ୍ଭାଳିଥିଲେ। ଉଭୟ ବଡ଼ ବଡ଼ ଶଟ ଖେଳି ଦ୍ରୁତ ଗତିରେ ନ୍ୟୁଜିଲ୍ୟାଣ୍ଡର ସ୍କୋର ବୋର୍ଡକୁ ଆଗକୁ ନେଇଥିଲେ।

ବିଶେଷ କରି ରବୀନ୍ଦ୍ରଙ୍କ ବ୍ୟାଟରୁ ବଡ଼ ବଡ଼ ଶଟ ଦେଖିବାକୁ ମିଳିଥିଲା। ଏହି ଯୋଡ଼ିକୁ ଭାଙ୍ଗିବା ପାଇଁ ବଟଲର ବୋଲିଂ ଏଣ୍ଡରେ ବାରମ୍ବାର ପରିବର୍ତ୍ତନ କରିଥିଲେ ହେଁ କୌଣସି ସୁଫଳ ମିଳି ନଥିଲା। ଉଭୟ ପ୍ରଥମେ ନିଜ ନିଜା ଅର୍ଦ୍ଧଶତକ ହାସଲ କରିଥିଲେ। ଏହାପରେ କନୱେ ଗିୟର ବଦଳାଇ ଦର୍ଶନୀୟ ଶଟ ସବୁ ମାରିଥିଲେ। ଏଥିସହ ନିଜର ଶତକ ମଧ୍ୟ ହାସଲ କରିଥିଲେ।

ରବୀନ୍ଦ୍ର ବି ଆଦୌ ପଛରେ ପଡ଼ି ନଥିଲେ। କନୱେଙ୍କ ପରେ ସେ ମାତ୍ର ୮୨ ବଲରେ ନିଜର ଶତକ ହାସଲ କରିଥିଲେ। ବିଶ୍ୱକପରେ ଏହା ନ୍ୟୁଜିଲ୍ୟାଣ୍ତ ପାଇଁ ଦ୍ରୁତତମ ଶତକ।

ଦୁଇ ବ୍ୟାଟର ନିଜ ନିଜର ଶତକ ହାସଲ କରିବା ପରେ ଆହୁରି ଖୋଲା ଶଟ ମାରିବା ଆରମ୍ଭ କରିଥିଲେ। ରବୀନ୍ଦ୍ର ସ୍ପିନର ମୋଇନ ଅଲୀଙ୍କୁ ଆଟାକ କରିଥିବା ବେଳେ କନୱେ ଅନ୍ୟ ବୋଲରଙ୍କୁ ଟାର୍ଗେଟ କରିଥିଲେ। ମିଳିତ ଭାବେ ଉଭୟ ଦଳକୁ ଗୋଟିଏ ବଡ଼ ବିଜୟ ଆଡ଼କୁ ନେଇ ଯାଇଥିଲେ। ୩୪ ଓଭର ସୁଦ୍ଧା ଦଳୀୟ ସ୍କୋରକୁ ସେମାନେ ୨୪୫ ରନରେ ପହଞ୍ଚାଇ ଦେଇଥିଲେ। ଡ୍ରିଙ୍କସ ବ୍ରେକ ପରେ କନୱେ ବୋଲିଂ କରିବାକୁ ଆସିଥିବା କରାନଙ୍କୁ ଛକା ଓ ଚୌକା ପଣି ଦେଇଥିଲେ। ୩୫ତମ ଓଭରରୁ ସେ ୨୦ ରନ ହାସଲ କରି ବିଜୟ ଲକ୍ଷ୍ୟକୁ ଆହୁରି କମାଇ ଦେଇଥିଲେ। 

ଶେଷ ୯୦ ବଲରେ ନ୍ୟୁଜିଲ୍ୟାଣ୍ଡକୁ ମ୍ୟାଚ୍‌ ଜିତିବା ପାଇଁ ମାତ୍ର ୧୮ ରନ ଦରକାର ଥିଲା। ୩୬ତମ ଓଭର ବୋଲିଂ କରିବାକୁ ଆସିଥିଲେ ଲିଆମ ଲିଭଙ୍ଗ ଷ୍ଟୋନ। ପ୍ରଥମ ବଲରେ ରବୀନ୍ଦ୍ର ୧ ରନ ନେଇ କନୱେଙ୍କୁ ଷ୍ଟ୍ରାଇକ ଦେଇଥିଲେ।

କନୱେ ଦ୍ୱିତୀୟ ବଲରେ ଚୌକା ମାରି ଥିବା ବେଳେ ତୃତୀୟ ବଲରେ ୨ ରନ ହାସଲ କରିଥିଲେ। ୪ର୍ଥ ବଲରେ ସେ ଚୌକା ମାରି ନିଜର ୧୫୦ ରନ ପୂରଣ କରିଥିଲେ। ଏହାପରେ ସେ ୧ ରନ ନେଇ ରବୀନ୍ଦ୍ରକୁ ଷ୍ଟ୍ରାଇକ ଦେଇଥିଲେ। ଶେଷ ବଲରେ ରବୀନ୍ଦ୍ର ମଧ୍ୟ ଚୌକା ମାରି ଥିଲେ। 

ଶେଷ ୮୪ ବଲରେ ନ୍ୟୁଜିଲ୍ୟାଣ୍ଡ ଜିତିବା ପାଇଁ ୨ ରନ ଆବଶ୍ୟକ କରୁଥିବା ବେଳେ ମୋଇନ ଅଲୀଙ୍କ ପ୍ରଥମ ବଲରେ କନୱେ ୧ ରନ ନେଇଥିଲେ। ଦ୍ୱିତୀୟ ବଲରେ ରବୀନ୍ଦ୍ର ମଧ୍ୟ ୧ ରନ ନେଇ ନ୍ୟୁଜିଲ୍ୟାଣ୍ଡକୁ ବୃହତ୍ତ ବିଜୟ ଭେଟି ଦେଇଥିଲେ।

କନୱେ ଶେଷ ଯାଏ ୧୨୧ ବଲରେ ୧୫୧ ଓ ରବୀନ୍ଦ୍ର ୯୬ ବଲରେ ୧୨୩ ରନ କରି ଅପରାଜିତ ରହିଥିଲେ। ଉଭୟ ଦ୍ୱିତୀୟ ୱିକେଟ ପାଇଁ ଅଭିଭାଜିତ ୨୭୩ ରନର ଭାଗିଦାରୀ କରିଛନ୍ତି। ଏହା ବିଶ୍ୱକପରେ ଗୋଟିଏ ରେକର୍ଡ ପାର୍ଟନରଶିପ। କନୱେ ତାଙ୍କ ଇନିଂସରେ ୧୯ଟି ଚୌକା ଓ ୩ଟି ଛକା ଏବଂ ରବୀନ୍ଦ୍ର ୧୧ଟି ଚୌକା ଓ ୫ଟି ଛକା ମାରିଛନ୍ତି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story