ବର୍ଷା ହେଲେ ଓଦା ହେବନି ବାରବାଟୀ ପଡ଼ିଆ!

କଟକ(ଓଡ଼ିଶା ରିପୋର୍ଟର): ଏଣିକି ବର୍ଷା ହେଲେ ବି ଓଦା ହେବନି ବାରବାଟୀ ପଡ଼ିଆ। ବର୍ଷାରୁ ରକ୍ଷା ପାଇଁ ପଡ଼ିଆକୁ ସମ୍ପୂର୍ଣ୍ଣ ଭାବେ ଘୋଡ଼ାଇ ଦିଆଯିବ। ଏଥିଲାଗି ବିଦେଶରୁ ବାରବାଟୀ ଷ୍ଟାଡିୟମକୁ ଆସିବ ହୋଭର୍ କଭର୍। ଏହି କଭର୍ ଜରିଆରେ ପିଚ୍ ସହ ସମ୍ପୂର୍ଣ୍ଣ  ଆଉଟଫିଲ୍ଡକୁ ଘୋଡ଼ାଇ ଦିଆଯାଇଥାଏ। ଇଡେନ ଗାର୍ଡେନରେ ଏହି ବ୍ୟବସ୍ଥା ରହିଛି। ଓଡ଼ିଶା କ୍ରିକେଟ୍ ଆସୋସିଏସନର ସମ୍ପାଦକ ସଞ୍ଜୟ ବେହେରା ଏହି ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି ବାରବାଟୀ ପାଇଁ ଲଣ୍ଡନରୁ ଏଭଳି […]

cuttack

Tapaswini Nayak
  • Published: Saturday, 21 May 2022
  • , Updated: 21 May 2022, 03:13 PM IST

କଟକ(ଓଡ଼ିଶା ରିପୋର୍ଟର): ଏଣିକି ବର୍ଷା ହେଲେ ବି ଓଦା ହେବନି ବାରବାଟୀ ପଡ଼ିଆ। ବର୍ଷାରୁ ରକ୍ଷା ପାଇଁ ପଡ଼ିଆକୁ ସମ୍ପୂର୍ଣ୍ଣ ଭାବେ ଘୋଡ଼ାଇ ଦିଆଯିବ। ଏଥିଲାଗି ବିଦେଶରୁ ବାରବାଟୀ ଷ୍ଟାଡିୟମକୁ ଆସିବ ହୋଭର୍ କଭର୍। ଏହି କଭର୍ ଜରିଆରେ ପିଚ୍ ସହ ସମ୍ପୂର୍ଣ୍ଣ  ଆଉଟଫିଲ୍ଡକୁ ଘୋଡ଼ାଇ ଦିଆଯାଇଥାଏ। ଇଡେନ ଗାର୍ଡେନରେ ଏହି ବ୍ୟବସ୍ଥା ରହିଛି। ଓଡ଼ିଶା କ୍ରିକେଟ୍ ଆସୋସିଏସନର ସମ୍ପାଦକ ସଞ୍ଜୟ ବେହେରା ଏହି ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି ବାରବାଟୀ ପାଇଁ ଲଣ୍ଡନରୁ ଏଭଳି କଭରକୁ ମଗାଯାଇଛି। ତେଣୁ ବର୍ଷା ଆଶଙ୍କା ଥିଲେ ବି ପଡ଼ିଆ ଓଦା ହେବନି।  ବାରବାଟୀରେ ଗୋଟିଏ ସୁପରସପର୍ ଅଛି। ଅଷ୍ଟ୍ରେଲିଆରୁ ଆଉ ଗୋଟିଏ ସୁପରସପର୍ ମଗାଯାଇଛି।

ସଞ୍ଜୟ କହିଛନ୍ତି, ଆସନ୍ତା ଜୁନ୍ ୧୨ରେ ବାରବାଟୀରେ ହେବାକୁ ଥିବା ଭାରତ-ସାଉଥ୍ ଆଫ୍ରିକା ଟିଟ୍ୱେଣ୍ଟି ମ୍ୟାଚରେ ଶତ ପ୍ରତିଶତ ଦର୍ଶକ ବସିବା ନେଇ ବିସିସିଆଇ ପକ୍ଷରୁ ଅନୁମତି ମିଳିଛି।  ସେଥିପାଇଁ ଏବେ ଫ୍ୟାନ୍‌ଙ୍କ ମଧ୍ୟରେ ନାହିଁ ନଥିବା ଖୁସି ଦେଖାଦେଇଛି। ଏଥିପାଇଁ ଆସନ୍ତା ୧ ତାରିଖରୁ ଅନ୍‌ଲାଇନରେ ଟିକେଟ୍ ବିକ୍ରି ଆରମ୍ଭ ହେବ। ଆଉ ଜୁନ୍ ୯ ଓ ୧୦ରେ ଅଫଲାଇନ୍ ଟିକେଟ ବିକ୍ରି ହେବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି।

ମ୍ୟାଚ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି  ଓଡ଼ିଶା କ୍ରିକେଟ୍ ଆସୋସିଏସନର ସମ୍ପାଦକ କହିଛନ୍ତି।

Related story