ଆଉ କିଛି ଘଣ୍ଟା ପରେ ଆପିଇଏଲର ପ୍ରଥମ ମ୍ୟାଚ୍, ମୁହାଁମୁହିଁ ହେବେ ଚେନ୍ନାଇ ଓ କୋଲକାତା

ମୁମ୍ବାଇ: ଦୀର୍ଘ ଦୁଇ ବର୍ଷ ହେଲା ଭାରତୀୟ କ୍ରିକେଟ ପ୍ରେମୀ କରିଥିବା ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। କାରଣ ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବା ଆଇପିଏଲର ୧୫ତମ ସଂସ୍କରଣ। ଏଥିପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳା ଯିବାକୁ ଥିବା ଏହି ମ୍ୟାଚ୍ ସନ୍ଧ୍ୟା ୭.୩୦ରେ ଆରମ୍ଭ ହେବ। ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ ଓ ୨୦୨୧ର ରନର୍ସଅପ କୋଲକାତା ନାଇଟ ରାଇଡର୍ସ। ଆଜିର […]

KKR

KKR

Hemant Lenka
  • Published: Saturday, 26 March 2022
  • Updated: 26 March 2022, 03:32 PM IST

Sports

Latest News

ମୁମ୍ବାଇ: ଦୀର୍ଘ ଦୁଇ ବର୍ଷ ହେଲା ଭାରତୀୟ କ୍ରିକେଟ ପ୍ରେମୀ କରିଥିବା ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। କାରଣ ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବା ଆଇପିଏଲର ୧୫ତମ ସଂସ୍କରଣ। ଏଥିପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳା ଯିବାକୁ ଥିବା ଏହି ମ୍ୟାଚ୍ ସନ୍ଧ୍ୟା ୭.୩୦ରେ ଆରମ୍ଭ ହେବ।

ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ ଓ ୨୦୨୧ର ରନର୍ସଅପ କୋଲକାତା ନାଇଟ ରାଇଡର୍ସ। ଆଜିର ମ୍ୟାଚ୍‌ରେ କୋଲକାତା ଫାଇନାଲ ପରାଜୟର ମଧୁର ପ୍ରତିଶତ ନେବାକୁ ଲକ୍ଷ୍ୟ ରଖିବ। ସେହିପରି ବିଜୟରୁ ଚେନ୍ନାଇ ତା’ର ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବ।

ଦୁଇ ଦଳ ଆଜି ନୂଆ କ୍ୟାପ୍ଟେନଙ୍କ ସହ ମୈଦାନକୁ ଓହ୍ଲାଇବେ। କୋଲକାତା ଶ୍ରେୟସ ଆୟରଙ୍କୁ ନିଲାମ ବେଳେ କିଣିବା ପରେ ଅଧିନାୟକ ପଦ ପ୍ରଦାନ କରିଛି। ସେହିପରି ଚେନ୍ନାଇର ଅଧିନାୟକ ପଦ ମହେନ୍ଦ୍ର ସିଂହ ଧୋନି ଦୁଇ ଦିନ ତଳେ ଛାଡ଼ିଥିଲେ। ଧୋନିଙ୍କ ବଦଳରେ ୨୦୨୨ରେ ରବୀନ୍ଦ୍ର ଜାଡେଜା ଚେନ୍ନାଇର କମାଣ ସମ୍ଭାଳିବେ।

ଜାଡେଜା ପ୍ରଥମଥର ପାଇଁ କୌଣସି ଆଇପିଏଲ ଟିମର ଅଧିନାୟକ ହୋଇଛନ୍ତି। କିନ୍ତୁ ଶ୍ରେୟସ ଆୟର ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ ନେବାର ଅଭିଜ୍ଞତା ରଖିଛନ୍ତି। ଦୁଇ ଜଣ ଯାକ ଯୁବ ଖେଳାଳି। ତେଣୁ ଯୁବ କ୍ୟାପ୍ଟେନଙ୍କ ମଧ୍ୟରେ କଡ଼ା ଟକ୍କର ହେବ ବୋଲି କ୍ରିକେଟ ପ୍ରେମୀମାନେ ଆଶା କରିଛନ୍ତି।

ସେହିପରି କରୋନା ଯୋଗୁ ଦୁଇ ବର୍ଷର ବ୍ୟବଧାନ ପରେ ଆଇପିଏଲ ଭାରତକୁ ଫେରିଛି। ସେହିପରି ୨୫% ଦର୍ଶକ ମଧ୍ୟ ଷ୍ଟାଡିୟମରେ ମ୍ୟାଚ୍ ଦେଖିବାକୁ ଯାଇପାରିବେ। ଏହାକୁ ନେଇ କ୍ରିକେଟ ଫ୍ୟାନମାନେ ମଧ୍ୟ ବେଶ ଉତ୍ସାହିତ ଅଛନ୍ତି।

ଚେନ୍ନାଇ କଥା ବିଚାରକୁ ନେଲେ ଦଳରେ ଫାଫ ଡୁପ୍ଲେସିସି, ଶାର୍ଦ୍ଦୁଲ ଠାକୁର ଓ ଜୋଶ ହେଜେଲଉଡ ନାହାନ୍ତି। ସେହିପରି ଦୀପକ ଚହରଙ୍କୁ ଚେନ୍ନାଇ କିଣିଥିଲେ ମଧ୍ୟ ଆହତ ଯୋଗୁ ସେ ମ୍ୟାଚ୍ ଖେଳିପାରିବେ ନାହିଁ। ତେଣୁ ଏମାନଙ୍କ ଅଭାବ ଦଳ ନିଶ୍ଚିତ ଅନୁଭବ କରିବ।

ତେବେ ଦଳ ପାଖରେ ଡେଭୋନ କନୱେ ଓ ଆଡାମ ମିଲନଙ୍କ ଭଳି ନୂଆ ମୁହଁ ଏଥର ସାମିଲ ହୋଇଛନ୍ତି। ଏଥିସହ ମହେନ୍ଦ୍ର ସିଂହ କ୍ୟାପ୍ଟେନ ପଦ ଛାଡ଼ିଥିଲେ ମଧ୍ୟ ଦଳ ପାଖରେ ରହିଛନ୍ତି। ଏମାନଙ୍କ ବ୍ୟତୀତ ଋତୁରାଜ ଗାଏକ୍ୱାଡ, ଅମ୍ବାତି ରାୟୁଡୁ ଓ ଡ୍ୱେନ ବ୍ରାଭୋଙ୍କ ଭଳି ଅଭିଜ୍ଞ ଖେଳାଳି ଚେନ୍ନାଇ ପାଖରେ ଅଛନ୍ତି। ମୋଇନ ଅଲୀ ପ୍ରଥମ ମ୍ୟାଚ୍ ଖେଳିବେ ନାହିଁ। ତେଣୁ ଜାଡେଜାଙ୍କ ଚୂଡ଼ାନ୍ତ ଏକାଦଶ କେମିତି ରହୁଛି, ତା’ ଉପରେ ସମସ୍ତଙ୍କ ନଜର।

ଅନ୍ୟପକ୍ଷରେ କେକେଆର ଶ୍ରେୟସ ଆୟରଙ୍କୁ ୧୨.୨୫ କୋଟି ଟଙ୍କା ଦେଇ କିଣିଥିଲା। ଏହାପରେ ଇଓନ ମୋର୍ଗାନଙ୍କ ବଦଳରେ ତାଙ୍କୁ କ୍ୟାପ୍ଟେନ କରାଯାଇଛି। ତାଙ୍କୁ ନେତୃତ୍ୱରେ କେକେଆର ୨୦୨୨ ଆଇପିଏଲ ଖେଳିବ। ପୂର୍ବରୁ ଦଳ ପାଖରେ ଥିବା ଶୁବମନ ଗିଲ, ଲକି ଫର୍ଗୁସନ, ରାହୁଲ ତ୍ରିପାଠୀ ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଭଳି ଖେଳାଳି ନାହାନ୍ତି। କିନ୍ତୁ ଦଳ ସହ ଭେଙ୍କଟେଶ ଆୟର, ସୁନୀଲ ନାରିନ ଓ ନୀତୀଶ ରାଣା ଅଛନ୍ତି। ଆନ୍ଦ୍ରେ ରସେଲଙ୍କୁ ମଧ୍ୟ କେକେଆର ନିଲାମ ପୂର୍ବରୁ ରିଟେନ କରିଥିଲା।

ଏଯାଏ ଆଇପିଏଲରେ ଦୁଇ ଟିମ୍‌ ପରସ୍ପରକୁ ୨୮ଥର ଭେଟିଛନ୍ତି। ଏହା ମଧ୍ୟରୁ ଚେନ୍ନାଇ ୧୮ଟି ମ୍ୟାଚ୍‌ ଜିତିଥିବା ବେଳେ କେକେଆର ୯ଟି ଜିତିଛି। ଗୋଟିଏ ମ୍ୟାଚ୍‌ର ‍ଫଳାଫଳ ବାହାରି ନଥିଲା। ଗତ ସଂସ୍କରଣରେ ଫାଇନାଲକୁ ମିଶାଇ ଦୁଇ ଦଳ ୩ଥର ମୁହାଁମୁହିଁ ହୋଇଥିଲେ। ୩ଟି ଯାକ ମ୍ୟାଚ୍‌ରେ ଚେନ୍ନାଇ ବାଜିମାତ କରିଥିଲା। ଫାଇନାଲ ମ୍ୟାଚ୍‌ରେ ଚେନ୍ନାଇ ୨୭ ରନ୍‌ରେ କେକେଆରକୁ ହରାଇ ୪ର୍ଥ ଥର ପାଇଁ ଆପିଏଲ ଟ୍ରଫି ଜିତିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story