ଆଉ ତିନି ଦିନ ପରେ ଭାରତ-ନ୍ୟୁଜିଲ୍ୟାଣ୍ଡ୍ ଫାଇନାଲ୍‌, କାହାକୁ ସୁହାଇବ ପିଚ୍?

ସାଉଥାମ୍ପଟନ୍: ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ମ୍ୟାଚ୍ ଜୁନ୍ ୧୮ ତାରିଖରେ ଖେଳାଯିବ। ଫାଇନାଲ୍‌ ମ୍ୟାଚ୍ ପାଇଁ ପିଚ୍ କିପରି ହେବ, ସେ ନେଇ ମନ୍ତବ୍ୟ ଦେଇଛନ୍ତି ସାଉଥାମ୍ପଟନର ମୁଖ୍ୟ କ୍ୟୁରେଟର୍ ସାଇମନ୍ ଲି। ସାଇମନ୍ କହିଛନ୍ତି ଯେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍‌ ପାଇଁ ଫାଷ୍ଟ ଓ ବାଉନ୍ସି ପିଚ୍ ପ୍ରସ୍ତୁତ କରିବାକୁ ଚାହାନ୍ତି। ପରେ ପିଚ୍ ସ୍ପିନରଙ୍କୁ ସୁହାଇବ ବୋଲି କହିଛନ୍ତି ସାଇମନ୍। ସାଇମନ୍ ଇଏସପିଏନକ୍ରିକଇନଫୋକୁ ସାକ୍ଷାତକାର ଦେଇ […]

southampton

Ranjit Kumar Jena
  • Published: Monday, 14 June 2021
  • , Updated: 14 June 2021, 05:55 PM IST

ସାଉଥାମ୍ପଟନ୍: ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ମ୍ୟାଚ୍ ଜୁନ୍ ୧୮ ତାରିଖରେ ଖେଳାଯିବ। ଫାଇନାଲ୍‌ ମ୍ୟାଚ୍ ପାଇଁ ପିଚ୍ କିପରି ହେବ, ସେ ନେଇ ମନ୍ତବ୍ୟ ଦେଇଛନ୍ତି ସାଉଥାମ୍ପଟନର ମୁଖ୍ୟ କ୍ୟୁରେଟର୍ ସାଇମନ୍ ଲି। ସାଇମନ୍ କହିଛନ୍ତି ଯେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍‌ ପାଇଁ ଫାଷ୍ଟ ଓ ବାଉନ୍ସି ପିଚ୍ ପ୍ରସ୍ତୁତ କରିବାକୁ ଚାହାନ୍ତି। ପରେ ପିଚ୍ ସ୍ପିନରଙ୍କୁ ସୁହାଇବ ବୋଲି କହିଛନ୍ତି ସାଇମନ୍।

ସାଇମନ୍ ଇଏସପିଏନକ୍ରିକଇନଫୋକୁ ସାକ୍ଷାତକାର ଦେଇ କହିଛନ୍ତି, ଏହି ଟେଷ୍ଟ ପାଇଁ ପିଚ୍ ପ୍ରସ୍ତୁତ କରିବା ଟିକେ ସହଜ। କାରଣ ଏହା ଏକ ନ୍ୟୁଟ୍ରାଲ୍‌ ଭେନ୍ୟୁ ଏବଂ ଆମକୁ ଆଇସିସିର ନିର୍ଦ୍ଦେଶ ପାଳନ କରିବାକୁ ପଡ଼ିବ। କିନ୍ତୁ ଆମେ ଭଲ ପିଚ୍ ପ୍ରସ୍ତୁତ କରିବାକୁ ଚାହୁଁଛୁ ଯେପରି ଦୁଇ ଟିମ୍ ମଧ୍ୟରେ ମୁକାବିଲା ବରାବର ହେବ।

ସେ କହିଛନ୍ତି, ବ୍ୟକ୍ତିଗତ ଭାବେ ଏଭଳି ପିଚ୍ ପ୍ରସ୍ତୁତ କରିବାକୁ ଚାହୁଁଛୁ, ଯେଉଁଥିରେ ବାଉନ୍ସ ଓ ସ୍ପିଡ୍ ରହିବ। ଇଂଲଣ୍ଡରେ ଏଭଳି କରିବା କଠିନ, କାରଣ ଅଧିକାଂଶ ସମୟରେ ପାଗ ଆମକୁ ସାଥ୍ ଦେଇନଥାଏ। କିନ୍ତୁ ଏହି ମ୍ୟାଚ୍ ପାଇଁ ଭଲ ଭବିଷ୍ୟବାଣୀ ରହିଛି। ମ୍ୟାଚ୍ ସମୟରେ ଖରା ରହିବ। ଏଥିପାଇଁ ଆମର ବିଶ୍ୱାସ ଯେ ପିଚରେ ଫାଷ୍ଟ ହେବ ଏବଂ ଅଧିକ ରୋଲର ନଚଲାଇବା ଦ୍ୱାରା ଏହି ପିଚ୍ ଅଧିକ ହାର୍ଡ ରହିବ।

ସାଇମନ୍ କହିଛନ୍ତି, ଫାଷ୍ଟ ପିଚ୍ ନାଲି ବଲର କ୍ରିକେଟକୁ ଆହୁରି ରୋମାଞ୍ଚକର କରିବ। ମୁଁ କ୍ରିକେଟ୍ ପ୍ରଶଂସକ ଓ ଏଭଳି ପିଚ୍ ପ୍ରସ୍ତୁତ କରିବାକୁ ଚାହେଁ, ଯାହାଦ୍ୱାରା କ୍ରିକେଟ୍‌ ପ୍ରେମୀ ପ୍ରତି ବଲ୍ ଦେଖିବାକୁ ଚାହିଁବେ, ତେଣିକି ତାହା ବ୍ୟାଟିଂ ହେଉ କିମ୍ବା ଜବରଦସ୍ତ ବୋଲିଂ ସ୍ପେଲ୍‌। ଯଦି ବୋଲର ଓ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଦକ୍ଷତାର ଲଢ଼େଇ ହେବ, ତାହେଲେ ଗୋଟିଏ ମେଡେନ୍ ଓଭର ବି ବେଶ୍ ରୋମାଞ୍ଚକର ହେବ।

ସାଇମନ୍ ଆହୁରି କହିଛନ୍ତି, ପିଚ୍ କେବଳ ଫାଷ୍ଟ ଓ ବାଉନ୍ସି ହେବ ନାହିଁ। ମ୍ୟାଚ୍ ଆଗକୁ ବଢ଼ିବା ସହ ପିଚରେ ସ୍ପିନରଙ୍କ ଭୂମିକା ନିର୍ଣ୍ଣାୟକ ହେବ। ପିଚ୍ ବହୁତ ଜଲଦି ଶୁଷ୍କ ପଡ଼ିଯିବ, କାରଣ ଏଠାକାର ମାଟିରେ ସାମାନ୍ୟ ବଜୁରୀ ରହିଛି। ଏହା ଦ୍ୱାରା ସ୍ପିନରଙ୍କୁ ସହାୟତା ମିଳିବ ବୋଲି ସାଇମନ୍ କହିଛନ୍ତି।

Related story