ଅଷ୍ଟ୍ରେଲିଆ ସ୍କ୍ୱାଡକୁ ଫେରିଲେ ୱାର୍ଣ୍ଣର ଓ ମାର୍ଶ

ମେଲବର୍ଣ୍ଣ: ୱେଷ୍ଟଇଣ୍ଡିଜ୍‌ ଟି-୨୦ ସିରିଜ୍‌ ପୂର୍ବରୁ ଅଷ୍ଟ୍ରେଲିଆ ଟିମ୍‌କୁ ବଡ଼ ବୁଷ୍ଟର ମିଳିଛି। ଆହତ ଓ ଅଧିକ ଚାପ ଯୋଗୁ ଭାରତ ବିପକ୍ଷ ସିରିଜ୍‌ ଖେଳୁ ନଥିବା ଡାଭିଡ ୱାର୍ଣ୍ଣର ଓ ଷ୍ଟାର ଅଲରାଉଣ୍ଡର ମିଚେଲ ମାର୍ଶ ଅଷ୍ଟ୍ରେଲିଆ ସ୍କ୍ୱାଡକୁ ଫେରିଛନ୍ତି। ଏଥିସହ ଆହତ ସମସ୍ୟା ଦେଇ ଗତି କରୁଥିବା ମାର୍କସ ଷ୍ଟୋଇନିସ ଓ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ମଧ୍ୟ ଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ୍‌ ଖେଳିବେ। ଅଷ୍ଟ୍ରେଲିଆର ଏହି ୪ ଜଣ ଷ୍ଟାର ଖେଳାଳି […]

warner

warner

Hemant Lenka
  • Published: Wednesday, 28 September 2022
  • Updated: 28 September 2022, 09:49 AM IST

Sports

Latest News

ମେଲବର୍ଣ୍ଣ: ୱେଷ୍ଟଇଣ୍ଡିଜ୍‌ ଟି-୨୦ ସିରିଜ୍‌ ପୂର୍ବରୁ ଅଷ୍ଟ୍ରେଲିଆ ଟିମ୍‌କୁ ବଡ଼ ବୁଷ୍ଟର ମିଳିଛି। ଆହତ ଓ ଅଧିକ ଚାପ ଯୋଗୁ ଭାରତ ବିପକ୍ଷ ସିରିଜ୍‌ ଖେଳୁ ନଥିବା ଡାଭିଡ ୱାର୍ଣ୍ଣର ଓ ଷ୍ଟାର ଅଲରାଉଣ୍ଡର ମିଚେଲ ମାର୍ଶ ଅଷ୍ଟ୍ରେଲିଆ ସ୍କ୍ୱାଡକୁ ଫେରିଛନ୍ତି। ଏଥିସହ ଆହତ ସମସ୍ୟା ଦେଇ ଗତି କରୁଥିବା ମାର୍କସ ଷ୍ଟୋଇନିସ ଓ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ମଧ୍ୟ ଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ୍‌ ଖେଳିବେ।

ଅଷ୍ଟ୍ରେଲିଆର ଏହି ୪ ଜଣ ଷ୍ଟାର ଖେଳାଳି ଭାରତ ବିପକ୍ଷ ଟି-୨୦ ସିରିଜ୍‌ ଖେଳୁ ନଥିଲେ। ଏହି ସିରିଜକୁ ଭାରତ ୨-୧ରେ ଜିତି ନେଇଥିଲା। ଆଗକୁ ବିଶ୍ୱକପ ଥିବାରୁ ଅଷ୍ଟ୍ରେଲିଆ ଟିମ ମ୍ୟାନେଜମେଣ୍ଟ ଭାରତ ବିପକ୍ଷ ସିରିଜ୍‌ରେ ଏମାନଙ୍କୁ ବିଶ୍ରାମ ଦେଇଥିଲା। ହେଲେ ଏବେ ସେମାନେ ଇଣ୍ଡିଜ୍‌ ବିପକ୍ଷ ସିରିଜ୍‌କୁ ଫେରିଛନ୍ତି।

ଅଷ୍ଟ୍ରେଲିଆ ଓ ଇଣ୍ଡିଜ୍‌ ମଧ୍ୟରେ ୨ଟିକିଆ ଟି-୨୦ ସିରିଜ ଖେଳାଯିବ। ପ୍ରଥମ ମ୍ୟାଚ୍‌ ଅକ୍ଟୋବର ୫ ଗୋଲ୍ଡ କଷ୍ଟ ଓ ୭ ତାରିଖରେ ବ୍ରିସବେନରେ ଦ୍ୱିତୀୟ ମ୍ୟାଚ୍‌ ଅନୁଷ୍ଠିତ ହେବ। ଅଷ୍ଟ୍ରେଲିଆ ବିଶ୍ୱକପ ସ୍କ୍ୱାଡରେ ନଥିବା କ୍ୟାମେରନ ଗ୍ରୀନ୍‌ ଇଣ୍ଡିଜ୍‌ ବିପକ୍ଷ ସିରିଜ୍‌ରେ ସ୍ଥାନ ପାଇଛନ୍ତି। କିନ୍ତୁ ବିଶ୍ୱକପ ଦଳରେ ଥିବା କେନ ରିଚାର୍ଡସନ ଓ ଅଷ୍ଟନ ଅଗର ଇଣ୍ଡିଜ୍‌ ବିପକ୍ଷ ସିରିଜ୍‌ରେ ନାହାନ୍ତି।

ଅଷ୍ଟ୍ରେଲିଆ ଟିମ୍‌ର ଜାତୀୟ ଚୟନକର୍ତ୍ତା ଜର୍ଜ ବେଲୀ କହିଛନ୍ତି, ଆଗକୁ ବିଶ୍ୱକପ ଥିବାରୁ ଆମେ ସବୁ କିଛି ବେଶ ସତର୍କତାର ସହ କରୁଛୁ। ୪ ପ୍ରମୁଖ ଖେଳାଳିଙ୍କ କମବ୍ୟାକ ଆମକୁ ବିଶ୍ୱକପ ପ୍ରସ୍ତୁତରେ ସହାୟକ ହେବ। ଆମର ଆଶା କେନ ଓ ଅଗର ଇଂଲଣ୍ତ ବିପକ୍ଷ ସିରିଜ୍ ବେଳକୁ ଦଳକୁ ଫେରିବେ।

ଇଣ୍ଡିଜ ବିପକ୍ଷ ସିରିଜ ପରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯିବ। ଏହାପରେ ଦଳ ଅକ୍ଟୋବର ୧୭ ବିଶ୍ୱକପ ଅଭ୍ୟାସ ମ୍ୟାଚ୍ ଭାରତ ବିପକ୍ଷରେ ଖେଳିବ। ଅଷ୍ଟ୍ରେଲିଆ ଡିଫେଣ୍ଡିଂ ଚାମ୍ପିୟନ ହୋଇଥିବା ବେଳେ ଏଥର ଘରୋଇ ମାଟିରେ ବିଶ୍ୱକପ ଖେଳିବାକୁ ଯାଉଛି।

ଇଣ୍ଡିଜ ବିପକ୍ଷ ଟି-୨୦ ସ୍କ୍ୱାଡ: ଆରୋନ ଫିଞ୍ଚ(ଅଧିନାୟକ), ସେନ ଆବ୍ବୋଟ୍ଟ, ପାଟ କମିନ୍ସ, ଟିମ ଡାଭିଡ, କ୍ୟାମେରନ ଗ୍ରୀନ, ଜୋଶ ହେଜେଲଉଡ, ଜୋଶ ଇଙ୍ଗଲିସ, ମିଚେଲ ମାର୍ଶ, ଗ୍ଲେନ ମ୍ୟାକ୍ସୱେଲ, ଡାନିଲ ସାମ୍ସ, ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ, ମାଥ୍ୟୁ ୱେଡ, ଡାଭିଡ ୱାର୍ଣ୍ଣର ଓ ଆଡାମ ଜାମ୍ପା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos