ପିଛା ଛାଡ଼ୁନି ଆହତ ସମସ୍ୟା: ଏବେ ଦୀପକ ଚହର ବି ବାଦ ପଡ଼ିଲେ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ପୂର୍ବରୁ ଆହତ ସମସ୍ୟା ଟିମ୍‌ ଇଣ୍ଡିଆର ପିଛା ଛାଡ଼ୁନି। ପ୍ରଥମେ ରବୀନ୍ଦ୍ର ଜାଡେଜା ପରେ ଯଶପ୍ରୀତ ବୁମ୍ରା ଆହତ ସମସ୍ୟା ଯୋଗୁ ଟି-୨୦ ବିଶ୍ୱକପରୁ ବାଦ ପଡ଼ିଥିଲେ। ସେହିପରି ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରୁ କରୋନା ପାଇଁ ମହମ୍ମଦ ଶାମି ଓ ଆହତ ପାଇଁ ଦୀପକ ହୁଡ୍ଡାଙ୍କୁ ବାଦ ଦିଆଯାଇଥିଲା। ଶାମି ଟି-୨୦ ବିଶ୍ୱକପର ଷ୍ଟାଣ୍ଡବାଇ ଖେଳାଳି ଥିବା ବେଳେ ଦୀପକ ହୁଡ୍ଡା ୧୫ ଜଣିଆ ସ୍କ୍ୱାଡରେ ରହିଛନ୍ତି। ଅବଶ୍ୟ ହୁଡ୍ଡା ଏବେ ଫିଟ […]

deepak

deepak

Hemant Lenka
  • Published: Saturday, 08 October 2022
  • Updated: 08 October 2022, 04:38 PM IST

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ପୂର୍ବରୁ ଆହତ ସମସ୍ୟା ଟିମ୍‌ ଇଣ୍ଡିଆର ପିଛା ଛାଡ଼ୁନି। ପ୍ରଥମେ ରବୀନ୍ଦ୍ର ଜାଡେଜା ପରେ ଯଶପ୍ରୀତ ବୁମ୍ରା ଆହତ ସମସ୍ୟା ଯୋଗୁ ଟି-୨୦ ବିଶ୍ୱକପରୁ ବାଦ ପଡ଼ିଥିଲେ। ସେହିପରି ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରୁ କରୋନା ପାଇଁ ମହମ୍ମଦ ଶାମି ଓ ଆହତ ପାଇଁ ଦୀପକ ହୁଡ୍ଡାଙ୍କୁ ବାଦ ଦିଆଯାଇଥିଲା।

ଶାମି ଟି-୨୦ ବିଶ୍ୱକପର ଷ୍ଟାଣ୍ଡବାଇ ଖେଳାଳି ଥିବା ବେଳେ ଦୀପକ ହୁଡ୍ଡା ୧୫ ଜଣିଆ ସ୍କ୍ୱାଡରେ ରହିଛନ୍ତି। ଅବଶ୍ୟ ହୁଡ୍ଡା ଏବେ ଫିଟ ହୋଇ ଟି-୨୦ ବିଶ୍ୱକପ ଖେଳିବାକୁ ଯାଇଛନ୍ତି। ହେଲେ ବୁମ୍ରାଙ୍କ ବଦଳ ଖେଳାଳି ଖୋଜା ଚାଲିଥିବା ବେଳେ ଭାରତକୁ ପୁଣଥରେ ଝଟକା ଲାଗିଛି। ଟି-୨୦ ବିଶ୍ୱକପର ଷ୍ଟାଣ୍ଡବାଇରେ ଥିବା ଅନ୍ୟତମ ଦ୍ରୁତ ବୋଲର ଦୀପକ ଚହର ଆହତ ହୋଇଛନ୍ତି।

ଏଥିପାଇଁ ତାଙ୍କୁ ଭାରତରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ବାକି ୨ଟି ଦିନିକିଆ ମ୍ୟାଚ୍‌ରୁ ବାଦ ଦିଆଯାଇଛି। ଆହତ ଯୋଗୁ ସେ ଲକ୍ଷ୍ନୌରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆ ମଧ୍ୟ ଖେଳି ନଥିଲେ। ଟି-୨୦ ବିଶ୍ୱକପ ପୂର୍ବରୁ ବୁମ୍ରା ଆହତ ହୋଇଥିବାରୁ ଟିମ ମ୍ୟାନେଜମେଣ୍ଟ ଚହର କିମ୍ବା ଶାମିଙ୍କ ମଧ୍ୟରୁ ଜଣଙ୍କୁ ୧୫ ଜଣିଆ ସ୍କ୍ୱାଡରେ ସାମିଲ କରିବା ଲକ୍ଷ୍ୟରେ ରହିଥିଲା।

କିନ୍ତୁ ଶାମିଙ୍କ ଫିଟନେଶ ରିପୋର୍ଟ ଆସି ନଥିବା ବେଳେ ଏବେ ଦୀପକ ଚହର ଷ୍ଟିଫ ବ୍ୟାକ୍‌ ଓ ଆଙ୍କେଲ ଟ୍ୱିଷ୍ଟ ସମସ୍ୟାରେ ପଡ଼ିଛନ୍ତି। ବିସିସିଆଇ ମେଡିକାଲ ଟିମ ପକ୍ଷରୁ କୁହାଯାଇଛି ଯେ ଦୀପକ ଚହର ଆହତ ହୋଇଥିବାରୁ ଦକ୍ଷିଣ ଆଫ୍ରିକା ସିରିଜରୁ ବାଦ ପଡ଼ିଛନ୍ତି। ସେ ଏବେ ବେଙ୍ଗାଲୁରୁ ସ୍ଥିତ ଏନସିଏକୁ ଯିବେ। ସେଠାରେ ତାଙ୍କ ଆହତ ସମସ୍ୟାର ଯାଞ୍ଚ ମେଡିକାଲ ଟିମ କରିବ। ଏହାପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ତେବେ ତାଙ୍କ ଆହତ ସମସ୍ୟା କେତେ ଗୁରୁତର ଓ ସେ କେବେ ଏଥରୁ ସୁସ୍ଥ ହେବେ, ସେକଥା ଜଣାପଡ଼ିନି।

ଅନ୍ୟପକ୍ଷରେ ଚହରଙ୍କ ବଦଳ ଖେଳାଳି ଭାବେ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ ପାଇଁ ଅପସ୍ପିନର ୱାଶିଂଟନ ସୁନ୍ଦରଙ୍କୁ ଡାକରା ମିଳିଛି। ସେ ମଧ୍ୟ ଭାରତୀୟ ସ୍କ୍ୱାଡରେ ସାମିଲ ହେବା ପାଇଁ ବାହାରି ଯାଇଛନ୍ତି। ଆହତ ସମସ୍ୟା ଯୋଗୁ ସୁନ୍ଦର ମଧ୍ୟ ଦୀର୍ଘଦିନ ହେଲା ଭାରତୀୟ ସ୍କ୍ୱାଡରୁ ବାହାରେ ରହିଥିଲେ।

ଶେଷଥର ପାଇଁ ସେ ଭାରତ ପାଇଁ ଚଳିତ ବର୍ଷ ଫେବୃଆରୀରେ ଦିନିକିଆ ମ୍ୟାଚ ଖେଳିଥିଲେ। ଏଯାଏ ୨୩ ବର୍ଷୀୟ ସୁନ୍ଦର ଭାରତ ପାଇଁ ୪ଟି ଟେଷ୍ଟ, ୪ଟି ଦିନିକିଆ ଓ ୩୧ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି।

ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍‌ ଜିତିବା ପରେ ରୋହିତ ଶର୍ମାଙ୍କ ଟିମ ଇଣ୍ଡିଆ ବିଶ୍ୱକପ ମିଶନରେ ଅଷ୍ଟ୍ରେଲିଆ ଗସ୍ତ କରିଛି। ଏବେ ଦିନିକିଆ ସିରିଜ୍‌ ଭାରତ ଶିଖର ଧୱନଙ୍କ ନେତୃତ୍ୱରେ ଖେଳୁଛି। ପ୍ରଥମ ଦିନିକିଆ ହାରି ଭାରତ ୦-୧ରେ ପଛରେ ରହିଛି। ଦ୍ୱିତୀୟ ଦିନିକିଆ ରବିବାର ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos