ପ୍ଲେ ଅଫକୁ ଯାଇ ପାରିବ କି ଦିଲ୍ଲୀ କ୍ୟାପିଟାଲ୍ସ?

ମୁମ୍ବାଇ: ଚେନ୍ନାଇ ସୁପର କିଙ୍ଗସ ଠାରୁ ୯୧ ରନ୍‌ରେ ହାରିବା ପରେ ଦିଲ୍ଲୀ କ୍ୟାପିଟାଲ୍ସର ପ୍ଲେ ଅଫ ଆଶା ଆହୁରି କଣ୍ଟକିତ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ଋଷଭ ପନ୍ତଙ୍କ ଦିଲ୍ଲୀ ୧୧ଟି ମ୍ୟାଚ୍‌ରୁ ୫ଟି ଜିତି ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଛି। ଏବେ ଦଳ ପାଖରେ ମାତ୍ର ୩ଟି ମ୍ୟାଚ୍‌ ବାକି ରହିଛି। କ’ଣ ଏହି ୩ଟି ଯାକ ମ୍ୟାଚ୍‌ ଦିଲ୍ଲୀ ଜିତିଲେ ପ୍ଲେ ଅଫ ଖେଳିପାରିବ? କାଲିର ବଡ଼ ପରାଜୟ ଦିଲ୍ଲୀର ନେଟ ରନ୍‌ […]

dc

dc

Hemant Lenka
  • Published: Monday, 09 May 2022
  • Updated: 09 May 2022, 04:35 PM IST

Sports

Latest News

ମୁମ୍ବାଇ: ଚେନ୍ନାଇ ସୁପର କିଙ୍ଗସ ଠାରୁ ୯୧ ରନ୍‌ରେ ହାରିବା ପରେ ଦିଲ୍ଲୀ କ୍ୟାପିଟାଲ୍ସର ପ୍ଲେ ଅଫ ଆଶା ଆହୁରି କଣ୍ଟକିତ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ଋଷଭ ପନ୍ତଙ୍କ ଦିଲ୍ଲୀ ୧୧ଟି ମ୍ୟାଚ୍‌ରୁ ୫ଟି ଜିତି ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଛି। ଏବେ ଦଳ ପାଖରେ ମାତ୍ର ୩ଟି ମ୍ୟାଚ୍‌ ବାକି ରହିଛି। କ’ଣ ଏହି ୩ଟି ଯାକ ମ୍ୟାଚ୍‌ ଦିଲ୍ଲୀ ଜିତିଲେ ପ୍ଲେ ଅଫ ଖେଳିପାରିବ? କାଲିର ବଡ଼ ପରାଜୟ ଦିଲ୍ଲୀର ନେଟ ରନ୍‌ ରେଟ୍‌କୁ ଦୋହଲାଇ ଦେଇଛି।

ଆରସିବି ୧୨ଟି ମ୍ୟାଚ୍‌ରୁ ୭ ବିଜୟ ସହ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି। ତୃତୀୟ ସ୍ଥାନରେ ସମାନ ୧୪ ପଏଣ୍ଟ ସହ ରାଜସ୍ଥାନ ରହିଛି। ତେବେ ରାଜସ୍ଥାନ ପାଖରେ ୩ଟି ମ୍ୟାଚ୍‌ ବାକି ଥିବା ବେଳେ ଆରସିବି ଦୁଇଟି ଖେଳିବ। ତେଣୁ ୪ର୍ଥ ସ୍ଥାନ ପାଇଁ ଆରସିବି ଓ ଦିଲ୍ଲୀ ମଧ୍ୟରେ କଡ଼ା ଟକ୍କର ହେବ। ଏହି ସମୟରେ ନେଟ ରନ୍‌ ରେଟ୍‌ ହିଁ ଫାଇଦା ଦେବ। ଦିଲ୍ଲୀର ନେଟ ରନ ରେଟ +୦.୧୫୦ ରହିଛି। ଆରସିବିର -୦.୧୧୫। ତେଣୁ ଦିଲ୍ଲୀକୁ ପ୍ଲେ ଅଫ ଖେଳିବା ପାଇଁ ତା’ର ବାକି ୩ଟି ଯାକ ମ୍ୟାଚ୍‌ ଜିତିବାକୁ ପଡ଼ିବ।

ଦିଲ୍ଲୀର କୋଚ୍‌ ରିକି ପଣ୍ଟିଂ ମଧ୍ୟ ସମାନ କଥା କହିଛନ୍ତି। ବୃହତ୍ତ ପରାଜୟ ସତ୍ତ୍ୱେ ତାଙ୍କ ଦଳ ପ୍ଲେ ଅଫ ଖେଳିବାର ସୁଯୋଗ ପାଇବ ବୋଲି ସେ ଦମ୍ଭୋକ୍ତି କରିଛନ୍ତି। ସେହିପରି ଋଷଭ ପନ୍ତଙ୍କ କ୍ୟାପ୍ଟେନ୍ସିକୁ ନେଇ ଉଠୁଥିବା ପ୍ରଶ୍ନର ଜବାବ ମଧ୍ୟ ପଣ୍ଟିଂ ଦେଇଛନ୍ତି। ଚେନ୍ନାଇ ବିପକ୍ଷ ମ୍ୟାଚ୍‌ରେ ପନ୍ତ ଉଚିତ ବୋଲରଙ୍କୁ ଠିକଣା ସମୟରେ ବୋଲିଂ ଦେଇ ନଥିଲେ ବୋଲି ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ କହିଥିଲେ। ହେଲେ ପଣ୍ଟିଂ ଫୁଲଦମରେ ପନ୍ତଙ୍କ ସବୁ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି।

ସେ କହିଛନ୍ତି, “ପଡ଼ିଆରେ ପନ୍ତ ନେଇଥିବା ସବୁ ନିଷ୍ପତ୍ତିକୁ ମୁଁ ପୂର୍ଣ୍ଣ ସମର୍ଥନ କରୁଛି। କୋଚ୍‌ ହେବା ପୂର୍ବରୁ ମୁଁ ମଧ୍ୟ ଟି-୨୦ ମ୍ୟାଚ୍‌ର କ୍ୟାପ୍ଟେନ ଥିଲି। ପଡ଼ିଆରେ ବିଶେଷ କରି ଚାପରେ ଥିବା ବେଳେ କିଛି ଭାବିବାକୁ ଆପଣଙ୍କ ପାଖରେ ସମୟ ନଥାଏ। ତେଣୁ ସ୍ଥିତିକୁ ଦେଖି ଜଣେ କ୍ୟାପ୍ଟେନ ନିଷ୍ପତ୍ତି ନିଅନ୍ତି। ବାହାରେ ବସି ମତ ରଖିବା ବେଶ ସହଜ। ହେଲେ ପଡ଼ିଆରେ ଥିବା ବେଳେ ସବୁ କିଛିର ନିଷ୍ପତ୍ତି ନେବା ଆଦୌ ସହଜ ହୋଇ ନଥାଏ। ଜଣେ କ୍ୟାପ୍ଟେନ ବହୁତ କମ ସମୟ ମଧ୍ୟରେ ତା’ର ନିଷ୍ପତ୍ତି ନେଇଥାଏ। ମ୍ୟାଚ୍‌ର ଉକ୍ତ ସମୟରେ ଟିମ୍‌ର ସ୍ୱାର୍ଥକୁ ଦେଖି କ୍ୟାପ୍ଟେନ ସବୁବେଳେ ନିଷ୍ପତ୍ତି ନିଏ। ତେଣୁ ପନ୍ତ ମଧ୍ୟ ସ୍ଥିତିକୁ ଦେଖି ନିଷ୍ପତ୍ତି ନେଇଛନ୍ତ”

ଚେନ୍ନାଇ ବିପକ୍ଷ ମ୍ୟାଚ୍‌ରେ ଦିଲ୍ଲୀର ଉଭୟ ବ୍ୟାଟିଂ ଓ ବୋଲିଂ ଅତ୍ୟନ୍ତ ଦୁର୍ବଳ ଥିଲା ବୋଲି ପଣ୍ଟିଂ ସ୍ୱୀକାର କରିଛନ୍ତି। ସେ କହିଛନ୍ତି, “ଆମ ବୋଲିଂ ଆଦୌ ଭଲ ନଥିଲା। ସେହିପରି ବ୍ୟାଟିଂ ମଧ୍ୟ ଅତ୍ୟନ୍ତ ଦୁର୍ବଳ ଥିଲା। ମ୍ୟାଚ୍‌ରୁ କିଛି ସକାରାତ୍ମକ ଜିନିଷ ଶିଖିବାକୁ ମିଳିନି। କେବଳ ଗୋଟିଏ ସକାରାତ୍ମକ କଥା ହେଲା ଖଲୀଲ ଅହମଦଙ୍କ ସ୍ପେଲ। ସେ ପୁଣିଥରେ ବଲ୍‌ରେ କମାଲ କରିଛନ୍ତି।

୯୧ ରନ୍‌ରେ ହାରିବା ଘଟଣା ଆମ ନେଟ ରନ ରେଟକୁ ପ୍ରଭାବିତ କରିଛି। ଏହାର ଅର୍ଥ ଆମକୁ ଆଗାମୀ ମ୍ୟାଚ୍‌ରେ ଜୋରଦାର କମବ୍ୟାକ କରିବାକୁ ପଡ଼ିବ। ବାକି ସବୁ ତକ ମ୍ୟାଚ୍‌ରେ ଜିତିଲେ ଆମେ ପ୍ଲେ ଅଫ ଖେଳିବୁ। ୮ଟି ମ୍ୟାଚ୍‌ ଜିତିଲେ ଜଣେ ସହଜରେ ପ୍ଲେଅଫ ଯାଇ ପାରିବ। ସେହିପରି ଗୋଟିଏ ବଡ଼ ବିଜୟ ଆମ ନେଟ ରନ୍‌ ରେଟକୁ ମଧ୍ୟ ସୁଧାରିବ। କିଏ ଜାଣେ ଆମେ ଫାଇନାଲ ମଧ୍ୟ ଖେଳିପାରୁ। ଯାହା ଘଟିବାର ଥିଲା ଘଟିଗଲା। ତେଣୁ ଆମକୁ ପରବର୍ତ୍ତୀ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story