ଦୁବାଇ: ଚଳିତ ଆଇପିଏଲର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଏହାର ଅର୍ଥ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରିବ। ଦିଲ୍ଲୀ ଅପେକ୍ଷା ମୁମ୍ବାଇ ପାଇଁ ଏହି ମ୍ୟାଚ୍ ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ପ୍ଲେଅଫ ଆଶା ଉଜ୍ଜୀବିତ ରଖିବାକୁ ହେଲେ ମୁମ୍ବାଇକୁ ଏହି ମ୍ୟାଚ୍ ଜିତିବା ଜରୁରୀ।
ମୁମ୍ବାଇ ୧୧ ମ୍ୟାଚ୍ରୁ ୧୦ ପଏଣ୍ଟ ସହ ବର୍ତ୍ତମାନ ୬ଷ୍ଠ ସ୍ଥାନରେ ରହିଛି। ତେଣୁ ଦଳକୁ ବାକି ୩ଟି ଯାକ ମୁକାବିଲା ଜିତିବାକୁ ପଡ଼ିବ। ସେହିପରି ଦିଲ୍ଲୀ ୧୧ ମ୍ୟାଚ୍ରୁ ୧୬ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଏଥିସହ ଦିଲ୍ଲୀ ପ୍ଲେଅଫ ଖେଳିବାକୁ ଯୋଗ୍ୟତା ମଧ୍ୟ ଅର୍ଜନ କରି ସାରିଛି।
ମୁମ୍ବାଇ ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଗୋଟିଏ ପରିବର୍ତ୍ତନ କରିଛି ରାହୁଲ ଚହରଙ୍କ ବଦଳରେ ଅପସ୍ପିନର ଜୟନ୍ତ ଯାଦବ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ପାଇଛନ୍ତି। ଏହାର ଅର୍ଥ ଈଶାନ କିଶନ ଆଜିର ମ୍ୟାଚ୍ ମଧ୍ୟ ଖେଳୁ ନାହାନ୍ତି। ଦିଲ୍ଲୀ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ଲଳିତ ଯାଦବଙ୍କ ବଦଳରେ ପୃଥ୍ୱୀ ଶ’ ଆଜିର ମ୍ୟାଚ୍ ଖେଳୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Sports
ଶତକରୁ ବଞ୍ଚିତ ହୋଇ ବି ସଚିନଙ୍କ ରେକର୍ଡ ଭାଙ୍ଗିଲେ ଜୈସୱାଲ
ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଟେଷ୍ଟ ରନ ସ୍କୋର କରିଥିବା ଟପ୍-୫ ଭାରତୀୟ ବ୍ୟାଟରଙ୍କ ତାଲିକାରେ ଜୈସୱାଲ। ବିଶ୍ୱନାଥ ବି ପଛରେ ପଡ଼ିଲେ।
Sports
ବକ୍ସିଂ ଡେ ଟେଷ୍ଟ: ସଅଳ ୫ ୱିକେଟ ହରାଇ ବ୍ୟାକଫୁଟରେ ଭାରତ
ପ୍ରଥମ ପାଳିରେ ୪୭୪ ରନରେ ସମସ୍ତ ୱିକେଟ ହରାଇଥିଲା ଅଷ୍ଟ୍ରେଲିଆ। ଭାରତ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ପ୍ରଥମ ପାଳିରେ ୧୬୪ ରନ କରି ୫ଟି ବହୁମୂଲ୍ୟ ୱିକେଟ ହରାଇଛି।
Cricket
୯୨ ବର୍ଷରେ ସବୁଠାରୁ କନିଷ୍ଠ: ଭାରତ ବିପକ୍ଷରେ ସାମ କୋନଷ୍ଟାସଙ୍କ ଐତିହାସିକ ରେକର୍ଡ
କୋନଷ୍ଟାସ ୧୯ ବର୍ଷ ଓ ୮୫ ଦିନ ବୟସରେ ବିଶ୍ୱର ସର୍ବକନିଷ୍ଠ ଖେଳାଳି ଭାବେ ଭାରତ ବିପକ୍ଷରେ ଡେବ୍ୟୁ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି।
Cricket
ବକ୍ସିଂ ଡେ ଟେଷ୍ଟ: ପ୍ରଥମ ଦିନରେ ଭାରତକୁ ମିଳିଲା ୬ ୱିକେଟ, ଅଷ୍ଟ୍ରେଲିଆ କଲା ୩୧୧ ରନ୍
ଆଡିଲେଡ ଓ ଗାବାରେ ଶତକ ମାରି ଭାରତକୁ ଘାଇଲା କରିଥିବା ଟ୍ରାଭିସ ହେଡ୍ ଆଜି ଖାତା ଖୋଲିବାକୁ ସକ୍ଷମ ହୋଇ ନାହାନ୍ତି। ତାଙ୍କୁ ବୁମ୍ରା ଚମତ୍କାର ଢଙ୍ଗରେ ବୋଲ୍ଡ କରି ଦେଇଥିଲେ
Cricket
ବ୍ୟାନ୍ରୁ ଅଳ୍ପକେ ବର୍ତ୍ତିଲେ ବିରାଟ କୋହଲି, ଆର୍ଥିକ ଦଣ୍ଡରେ ଦଣ୍ଡିତ କଲା ICC
ବିରାଟଙ୍କ ଭଳି ଜଣେ ସିନିୟର ଖେଳାଳି କୋନଷ୍ଟାସଙ୍କ ଭଳି ଜଣେ ଡେବ୍ୟୁଟାଣ୍ଟ ପ୍ରତି ଏପରି ଆଚରଣ ପ୍ରଦର୍ଶନ କରିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା। ପ୍ରଥମ ଦିନର ଖେଳ ଶେଷ ହେବା ପରେ ମ୍ୟାଚ୍ ରେଫରୀ ଆଣ୍ଡି ପୟକ୍ରୋଫ୍ଟ ଘଟଣାକୁ ଗୁରୁତ୍ୱର ସହ ନେଇଥିଲେ।