ନ୍ୟୁଜିଲ୍ୟାଣ୍ଡ କ୍ରିକେଟ ଟିମ୍‌କୁ ନେଇ ଇଂଲିଶ ବୋର୍ଡକୁ ଧମକପୂର୍ଣ୍ଣ ଇ-ମେଲ୍‌

ଲଣ୍ଡନ: ପାକିସ୍ତାନ ବିପକ୍ଷ ସିରିଜକୁ ମ୍ୟାଚ୍‌ର ଠିକ୍‌ ପୂର୍ବରୁ ବାତିଲ କରିଥିବା ନ୍ୟୁଜିଲ୍ୟାଣ୍ଡ କ୍ରିକେଡ ବୋର୍ଡକୁ ଧମକ ମିଳିଛି। ନ୍ୟୁଜିଲ୍ୟାଣ୍ଡ କ୍ରିକେଟ ଟିମ୍‌ ପ୍ରତି ବିପଦ ଥିବା ଏକ ଧମକପୂର୍ଣ୍ଣ ଇ-ମେଲ ଇଂଲଣ୍ଡ କ୍ରିକେଟ ବୋର୍ଡ ପାଖକୁ ଆସିଛି। ଏହି ଧମକପୂର୍ଣ୍ଣ ଇ-ମେଲର ସତ୍ୟତା କଥା ଜଣାପଡ଼ିନି। କିନ୍ତୁ ବର୍ତ୍ତମାନ ବ୍ରିଟେନ ଗସ୍ତରେ ଥିବା ନ୍ୟୁଜିଲ୍ୟାଣ୍ଡ ମହିଳା ଟିମ୍‌ର ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି। ନ୍ୟୁଜିଲ୍ୟାଣ୍ଡ କ୍ରିକେଟ ବୋର୍ଡ କହିଛି ଯେ ଧମକପୂର୍ଣ୍ଣ ଇ-ମେଲରେ କେତେ ସତ୍ୟତା […]

NZ

NZ

Hemant Lenka
  • Published: Tuesday, 21 September 2021
  • Updated: 21 September 2021, 11:37 AM IST

Sports

Latest News

ଲଣ୍ଡନ: ପାକିସ୍ତାନ ବିପକ୍ଷ ସିରିଜକୁ ମ୍ୟାଚ୍‌ର ଠିକ୍‌ ପୂର୍ବରୁ ବାତିଲ କରିଥିବା ନ୍ୟୁଜିଲ୍ୟାଣ୍ଡ କ୍ରିକେଡ ବୋର୍ଡକୁ ଧମକ ମିଳିଛି। ନ୍ୟୁଜିଲ୍ୟାଣ୍ଡ କ୍ରିକେଟ ଟିମ୍‌ ପ୍ରତି ବିପଦ ଥିବା ଏକ ଧମକପୂର୍ଣ୍ଣ ଇ-ମେଲ ଇଂଲଣ୍ଡ କ୍ରିକେଟ ବୋର୍ଡ ପାଖକୁ ଆସିଛି। ଏହି ଧମକପୂର୍ଣ୍ଣ ଇ-ମେଲର ସତ୍ୟତା କଥା ଜଣାପଡ଼ିନି। କିନ୍ତୁ ବର୍ତ୍ତମାନ ବ୍ରିଟେନ ଗସ୍ତରେ ଥିବା ନ୍ୟୁଜିଲ୍ୟାଣ୍ଡ ମହିଳା ଟିମ୍‌ର ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି।

ନ୍ୟୁଜିଲ୍ୟାଣ୍ଡ କ୍ରିକେଟ ବୋର୍ଡ କହିଛି ଯେ ଧମକପୂର୍ଣ୍ଣ ଇ-ମେଲରେ କେତେ ସତ୍ୟତା ଅଛି, ସେକଥା ଜଣାପଡ଼ିନି। କିନ୍ତୁ ଇଂଲିଶ କ୍ରିକେଟ ବୋର୍ଡ ପକ୍ଷରୁ ସମ୍ଭାବ୍ୟ ବିପଦ ସୂଚନା ମିଳିବା ପରେ ନ୍ୟୁଜିଲ୍ୟାଣ୍ତ ମହିଳା ଟିମର ସୁରକ୍ଷା ବୃଦ୍ଧି କରାଯାଇଛି। ଆଜିଠାରୁ ଇଂଲଣ୍ଡ ବିପକ୍ଷରେ ନ୍ୟୁଜିଲ୍ୟାଣ୍ଡ ମହିଳା କ୍ରିକେଟ ଟିମ୍‌ ସିରିଜ ଖେଳିବ।

ଆମେ ଏହାକୁ ବେଶ ଗୁରୁତ୍ୱର ସହ ନେଇ ତଦନ୍ତ କରୁଛୁ। ଏଥିରେ କେବଳ ଧମକ ମିଳିଛି। ପୁରୁଷ କିମ୍ବା ମହିଳା ଟିମ୍ କଥା କୁହାଯାଇ ନାହିଁ।  ସେହିପରି ଧମକପୂର୍ଣ୍ଣ ଇ-ମେଲରେ କ’ଣ ସବୁ ଲେଖାଯାଇଛି, ସେ ବିଷୟରେ ନ୍ୟୁଜିଲ୍ୟାଣ୍ଡ କିମ୍ବା ଇଂଲଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ ବିସ୍ତୃତ ତଥ୍ୟ ଦିଆଯାଇ ନାହିଁ।

ସୂଚନାଯୋଗ୍ୟ, ସୁରକ୍ଷା ଦୃଷ୍ଟିକୋଣରୁ ନ୍ୟୁଜିଲ୍ୟାଣ୍ଡ ପୁରୁଷ କ୍ରିକେଟ ଟିମ୍ ପାକିସ୍ତାନ ବିପକ୍ଷ ସିରିଜକୁ ବାତିଲ କରିଥିଲା। ଏହାକୁ ନେଇ ପାକିସ୍ତାନ ବୋର୍ଡ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ ବୋର୍ଡକୁ ତୀବ୍ର ସମାଲୋଚନା କରିଥିଲା। ଏସବୁ ଭିତରେ ଗତକାଲି ଇଂଲଣ୍ଡ ପୁରୁଷ ଓ ମହିଳା ଟିମ୍ ମଧ୍ୟ ନିଜର ପାକିସ୍ତାନ ଗସ୍ତ ବାତିଲ ସମ୍ପର୍କରେ ଘୋଷଣା କରିଥିଲେ। ଏହି ଘୋଷଣାର କିଛି ସମୟରେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ ସହ ଜଡ଼ିତ ଧମକପୂର୍ଣ୍ଣ ଇ-ମେଲ ଇଂଲିଶ କ୍ରିକେଟ ବୋର୍ଡକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos