ଇଂଲଣ୍ଡ କ୍ରିକେଟ୍ ଟିମର ୭ ସଦସ୍ୟଙ୍କୁ କରୋନା, ପୁଣି ଘୋଷଣା ହେଲା ସ୍କ୍ୱାଡ୍

ଲଣ୍ଡନ: ପାକିସ୍ତାନ ବିପକ୍ଷ ସିରିଜ ପୂର୍ବରୁ ଇଂଲଣ୍ଡ କ୍ରିକେଟ୍ ଟିମକୁ ବଡ଼ ଝଟକା ଲାଗିଛି। ଟିମର ସାତଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଯେଉଁଥିରେ ତିନି ଜଣ ଖେଳାଳି ଓ ଚାରିଜଣ ଷ୍ଟାଫ୍ ସାମିଲ୍ ଅଛନ୍ତି। ଏକାଥରକେ ୭ ଜଣ ସଦସ୍ୟ କରୋନାରେ ସଂକ୍ରମିତ ହେବା ପରେ ଇଂଲଣ୍ଡର ସୀମିତ ଓଭର ଟିମ୍ ଆଇସୋଲେସନକୁ ଯାଇଛି। ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ଏହି ଘୋଷଣା କରିଛି। ଇସିବି ଏକ ବିବୃତ୍ତି ଜାରି କରି କହିଛି, […]

england

england

Ranjit Kumar Jena
  • Published: Tuesday, 06 July 2021
  • Updated: 06 July 2021, 03:38 PM IST

Sports

Latest News

ଲଣ୍ଡନ: ପାକିସ୍ତାନ ବିପକ୍ଷ ସିରିଜ ପୂର୍ବରୁ ଇଂଲଣ୍ଡ କ୍ରିକେଟ୍ ଟିମକୁ ବଡ଼ ଝଟକା ଲାଗିଛି। ଟିମର ସାତଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଯେଉଁଥିରେ ତିନି ଜଣ ଖେଳାଳି ଓ ଚାରିଜଣ ଷ୍ଟାଫ୍ ସାମିଲ୍ ଅଛନ୍ତି। ଏକାଥରକେ ୭ ଜଣ ସଦସ୍ୟ କରୋନାରେ ସଂକ୍ରମିତ ହେବା ପରେ ଇଂଲଣ୍ଡର ସୀମିତ ଓଭର ଟିମ୍ ଆଇସୋଲେସନକୁ ଯାଇଛି। ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ଏହି ଘୋଷଣା କରିଛି।

ଇସିବି ଏକ ବିବୃତ୍ତି ଜାରି କରି କହିଛି, 'ବ୍ରିଷ୍ଟଲରେ ସୋମବାର କରାଯାଇଥିବା ପିସିଆର୍ ଟେଷ୍ଟରେ ଇଂଲଣ୍ଡ ପୁରୁଷ ଦିନିକିଆ ଟିମର ୭ଜଣ ସଦସ୍ୟ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ଯେଉଁଥିରେ ତିନିଜଣ ଖେଳାଳି ଓ ୪ଜଣ ଷ୍ଟାଫ୍ ସାମିଲ୍ ଅଛନ୍ତି।'

ୟୁକେ ସରକାରଙ୍କ କୋଭିଡ୍ ପ୍ରୋଟୋକଲ୍ ଅନୁଯାୟୀ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଜୁଲାଇ ୪ ତାରିଖରୁ ସେଲଫ-ଆଇସୋଲେସନରେ ରହିବାକୁ କୁହାଯାଇଛି। ଟିମର ବାକି ସଦସ୍ୟ ମଧ୍ୟ ସଂସ୍ପର୍ଶରେ ଆସିଛନ୍ତି ଏବଂ ସେମାନେ ମଧ୍ୟ ନିଜକୁ ଆଇସୋଲେସନରେ ରଖିଛନ୍ତି।

https://twitter.com/englandcricket/status/1412322890037534722?s=20

ଇଂଲଣ୍ଡ ଟିମ୍ ପାକିସ୍ତାନ ବିପକ୍ଷରେ ୬ଟି ମ୍ୟାଚ୍ ଖେଳିବ, ଯେଉଁଥିରେ ତିନୋଟି ଦିନିକିଆ ଓ ତିନୋଟି ଟି-୨୦ ସାମିଲ୍ ଅଛି। ଜୁଲାଇ ୮ ତାରିଖରୁ କାର୍ଡିଫରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବ। ଏଥିପାଇଁ ଇଂଲଣ୍ଡ କ୍ରିକେଟ୍ ଟିମ୍ ମଙ୍ଗଳବାର ୧୮ ଜଣିଆ ନୂଆ ସ୍କ୍ୱାଡ୍‌ର ଘୋଷଣା କରିଛି। ଟିମର ନେତୃତ୍ୱ ନେବେ ବେନ୍ ଷ୍ଟୋକ୍ସ। ଏହା ପୂର୍ବରୁ ପାକିସ୍ତାନ ବିପକ୍ଷ ସିରିଜ୍ ପାଇଁ ଘୋଷଣା ହୋଇଥିବା ସ୍କ୍ୱାଡରେ ବେନ୍ ଷ୍ଟୋକ୍ସ ଓ ଜୋସ୍ ବଟଲରଙ୍କୁ ଆରାମ ଦିଆଯାଇଥିଲା। ଏବେ ଯେହେତୁ ଟିମର ତିନିଜଣ ଖେଳାଳି କରୋନାରେ ଆକ୍ରାନ୍ତ ହୋଇଛନ୍ତି, ତେଣୁ ଷ୍ଟୋକ୍ସ ଟିମକୁ ଫେରିଛନ୍ତି।

ନୂଆ ସ୍କ୍ୱାଡରେ ଇଅନ୍ ମୋର୍ଗାନ୍ ବାଦ୍ ପଡ଼ିଥିବାବେଳେ ୯ଜଣ ନୂଆ ମୁହଁଙ୍କୁ ସାମିଲ୍ କରାଯାଇଛି। ଆଗକୁ ଭାରତ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଖେଳାଳିମାନେ କରୋନାରେ ଆକ୍ରାନ୍ତ ହେବା ଟିମ୍ ପାଇଁ ଚିନ୍ତା ବଢ଼ାଇ ଦେଇଛି।

ଇଂଲଣ୍ଡ ପୁରୁଷ ସ୍କ୍ୱାଡ୍: ବେନ୍ ଷ୍ଟୋକ୍ସ (କ୍ୟାପଟେନ୍), ଜେକ୍ ବଲ୍‌, ଡାନି ବ୍ରିଗ୍ସ, ବ୍ରାଇଡନ୍ କାର୍ସ, ଜ୍ୟାକ୍ କ୍ରଲୀ, ବେନ୍ ଡକେଟ୍, ଲୁଇସ୍ ଗ୍ରିଗୋରୀ, ଟମ୍ ହେଲ୍‌ମ, ୱିଲ୍ ଜ୍ୟାକ୍, ଡାନ୍ ଲରେନ୍ସ, ସାକିବ୍ ମହମ୍ମଦ, ଡାୱିଡ୍ ମଲାନ୍, କ୍ରେଗ୍ ଓଭରଟନ୍, ମ୍ୟାଟ୍‌ ପର୍କିନସ୍, ଡେଭିଡ୍ ପେନ୍, ଫିଲ୍ ସଲ୍ଟ, ଜନ୍ ସିମ୍ପସନ୍, ଜେମ୍ସ ଭିନ୍ସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story