ଦୁବାଇ: ଆଇସିସି ଦିନିକିଆ ରାଙ୍କିଙ୍ଗରେ ନ୍ୟୁଜିଲ୍ୟାଣ୍ଡ ୧ନଂ ସ୍ଥାନରୁ ହଟିଛି। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ହାରିବା ପରେ ବ୍ଲାକକ୍ୟାପ ଗୋଟିଏ ସ୍ଥାନକୁ ତଳକୁ ଖସି ଯାଇଛି। ନ୍ୟୁଜିଲ୍ୟାଣ୍ଡ ତଳକୁ ଖସିବାରୁ ଇଂଲଣ୍ଡ ଏବେ ଦିନିକିଆରେ ବିଶ୍ୱର ୧ନଂ ଦଳ ବନି ଯାଇଛି। ୨୦୨୧ ମେ’ ମାସରୁ ନ୍ୟୁଜିଲ୍ୟାଣ୍ଡ ଆଇସିସି ଦିନିକିଆ ରାଙ୍କିଙ୍ଗର ୧ନଂ ସ୍ଥାନରେ ଓ ଇଂଲଣ୍ଡ ୨ନଂ ସ୍ଥାନରେ ରହିଥିଲା।
ହେଲେ ଗୁରୁବାର ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆ ପରେ ଏଥିରେ ପରିବର୍ତ୍ତନ ହୋଇଛି। ଇଂଲଣ୍ଡ ୧୧୯ ପଏଣ୍ଟ ସହ ୧ନଂ ଟିମ୍ ହୋଇଯାଇଥିବା ବେଳେ ୧୧୭ ପଏଣ୍ଟ ସହ ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ସ୍ଥାନରେ ରହିଛି।
ରବିବାର ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ତଥା ଶେଷ ଦିନିକିଆ ଜିତିଲେ ନ୍ୟୁଜିଲ୍ୟାଣ୍ଡର ପଏଣ୍ଟ ସଂଖ୍ୟା ୧୧୯କୁ ବଢ଼ିବ। ହେଲେ ଦଳ ଦ୍ୱିତୀୟ ସ୍ଥାନରୁ ପ୍ରଥମ ସ୍ଥାନକୁ ଯାଇ ପାରିବ ନାହିଁ। ଏହି ଗୋଟିଏ ପରିବର୍ତ୍ତନ ସହ ଆଇସିସି ଦିନିକିଆ ରାଙ୍କିଙ୍ଗର ଟପ୍ ୧୦ରେ ଆଉ କିଛି ଅଦଳ ବଦଳ ହୋଇନାହିଁ। ଭାରତ ପୂର୍ବଭଳି ୩ୟ, ପାକିସ୍ତାନ ୪ର୍ଥ ଓ ଅଷ୍ଟ୍ରେଲିଆ ୫ମ ସ୍ଥାନରେ ରହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Cricket
୨ ବର୍ଷ ଅପେକ୍ଷାରେ ଅନ୍ତ: ବାବାରଙ୍କ ବ୍ୟାଟରୁ ବାହାରିଲା ଅର୍ଦ୍ଧଶତକ
ଶୁକ୍ରବାର ଷ୍ଟମ୍ପ ଅପସାରଣ ବେଳକୁ ବାବର ୧୬ ରନ କରି ଅପରାଜିତ ରହିଥିଲେ। ବର୍ଷା ଯୋଗୁ ଆଜି ବିଳମ୍ବରେ ମ୍ୟାଚ୍ ଆରମ୍ଭ ହୋଇଥିଲା।
Cricket
ଐତିହାସିକ ଶତକ ପରେ ନୀତୀଶଙ୍କ ପାଇଁ କ୍ୟାଶ ପ୍ରାଇଜ ଘୋଷଣା କଲା ACA
ବକ୍ସିଂ ଡେ ଟେଷ୍ଟରେ ଭାରତ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ନୀତୀଶ କୁମାର ଅପରାଜିତ ୧୦୫ ରନର ଇନିଂସ ଖେଳି ନିଜ ଜଲୱାର ପରିଚୟ ଦେଇଛନ୍ତି। ଏଥିପାଇଁ ଏସିଏ ତାଙ୍କ ପାଇଁ ୨୫ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରିଛି।
Cricket
ଏହି ଶତକ ଆପଣଙ୍କ ପାଇଁ ଡାଡ: ବାପାଙ୍କ ବଳିଦାନ ଯୋଗୁ ନୀତୀଶ କୁମାର ଆଜି କ୍ରିକେଟର
ନୀତୀଶ କୁମାର ମାତ୍ର ୨୧ ବର୍ଷ ବୟସରେ ପ୍ରଥମ ଶତକ ହାସଲ କରିଥିବା ବେଳେ ଏହା ପଛରେ ରହିଛି ବାପାଙ୍କ କଠିନ ପରିଶ୍ରମ।
Cricket
କାନ୍ଦିଲେ ଷ୍ଟାଡିୟମରେ ଥିବା ନୀତୀଶ କୁମାରଙ୍କ ବାପା, ଭିଡିଓ ଭାଇରାଲ୍
ନୀତୀଶ କୁମାର କ୍ରିକେଟର ହେବା ପଛରେ ତାଙ୍କ ବାପା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଆଜି ତାଙ୍କ ଆଗରେ ଶତକ ହାସଲ କରିବା ନୀତୀଶ କୁମାରଙ୍କୁ ଅଲଗା ପ୍ରକାରର ଖୁସି ଦେଇଛି।
Cricket
ବକ୍ସିଂ ଡେ ଟେଷ୍ଟରେ ହାରିଲେ କିମ୍ବା ଡ୍ର କଲେ ଭାରତ କେମିତି WTC ଫାଇନାଲରେ ପହଞ୍ଚିବ? ଜାଣନ୍ତୁ ପୂରା ଗଣିତ
ବର୍ତ୍ତମାନ WTC ପଏଣ୍ଟ ଟେବୁଲର ୧ନଂ ସ୍ଥାନରେ ଦକ୍ଷିଣ ଆଫ୍ରିକା ରହିଥିବା ଅଷ୍ଟ୍ରେଲିଆ ଓ ଭାରତ ଯଥାକ୍ରମେ ୨ୟ ଓ ତୃତୀୟ ସ୍ଥାନରେ ଅଛନ୍ତି।