ଦିନିକିଆ ରାଙ୍କିଙ୍ଗ: ନ୍ୟୁଜିଲ୍ୟାଣ୍ଡକୁ ହଟାଇ ୧ନଂରେ ଇଂଲଣ୍ଡ

ଦୁବାଇ: ଆଇସିସି ଦିନିକିଆ ରାଙ୍କିଙ୍ଗରେ ନ୍ୟୁଜିଲ୍ୟାଣ୍ଡ ୧ନଂ ସ୍ଥାନରୁ ହଟିଛି। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ହାରିବା ପରେ ବ୍ଲାକକ୍ୟାପ ଗୋଟିଏ ସ୍ଥାନକୁ ତଳକୁ ଖସି ଯାଇଛି। ନ୍ୟୁଜିଲ୍ୟାଣ୍ଡ ତଳକୁ ଖସିବାରୁ ଇଂଲଣ୍ଡ ଏବେ ଦିନିକିଆରେ ବିଶ୍ୱର ୧ନଂ ଦଳ ବନି ଯାଇଛି। ୨୦୨୧ ମେ’ ମାସରୁ ନ୍ୟୁଜିଲ୍ୟାଣ୍ଡ ଆଇସିସି ଦିନିକିଆ ରାଙ୍କିଙ୍ଗର ୧ନଂ ସ୍ଥାନରେ ଓ ଇଂଲଣ୍ଡ ୨ନଂ ସ୍ଥାନରେ ରହିଥିଲା। ହେଲେ ଗୁରୁବାର ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆ ପରେ ଏଥିରେ ପରିବର୍ତ୍ତନ ହୋଇଛି। […]

ICC

  • Published: Friday, 09 September 2022
  • , Updated: 09 September 2022, 08:59 PM IST

ଦୁବାଇ: ଆଇସିସି ଦିନିକିଆ ରାଙ୍କିଙ୍ଗରେ ନ୍ୟୁଜିଲ୍ୟାଣ୍ଡ ୧ନଂ ସ୍ଥାନରୁ ହଟିଛି। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ହାରିବା ପରେ ବ୍ଲାକକ୍ୟାପ ଗୋଟିଏ ସ୍ଥାନକୁ ତଳକୁ ଖସି ଯାଇଛି। ନ୍ୟୁଜିଲ୍ୟାଣ୍ଡ ତଳକୁ ଖସିବାରୁ ଇଂଲଣ୍ଡ ଏବେ ଦିନିକିଆରେ ବିଶ୍ୱର ୧ନଂ ଦଳ ବନି ଯାଇଛି। ୨୦୨୧ ମେ’ ମାସରୁ ନ୍ୟୁଜିଲ୍ୟାଣ୍ଡ ଆଇସିସି ଦିନିକିଆ ରାଙ୍କିଙ୍ଗର ୧ନଂ ସ୍ଥାନରେ ଓ ଇଂଲଣ୍ଡ ୨ନଂ ସ୍ଥାନରେ ରହିଥିଲା।

ହେଲେ ଗୁରୁବାର ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆ ପରେ ଏଥିରେ ପରିବର୍ତ୍ତନ ହୋଇଛି। ଇଂଲଣ୍ଡ ୧୧୯ ପଏଣ୍ଟ ସହ ୧ନଂ ଟିମ୍‌ ହୋଇଯାଇଥିବା ବେଳେ ୧୧୭ ପଏଣ୍ଟ ସହ ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ସ୍ଥାନରେ ରହିଛି।

ରବିବାର ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ତଥା ଶେଷ ଦିନିକିଆ ଜିତିଲେ ନ୍ୟୁଜିଲ୍ୟାଣ୍ଡର ପଏଣ୍ଟ ସଂଖ୍ୟା ୧୧୯କୁ ବଢ଼ିବ। ହେଲେ ଦଳ ଦ୍ୱିତୀୟ ସ୍ଥାନରୁ ପ୍ରଥମ ସ୍ଥାନକୁ ଯାଇ ପାରିବ ନାହିଁ। ଏହି ଗୋଟିଏ ପରିବର୍ତ୍ତନ ସହ ଆଇସିସି ଦିନିକିଆ ରାଙ୍କିଙ୍ଗର ଟପ୍‌ ୧୦ରେ ଆଉ କିଛି ଅଦଳ ବଦଳ ହୋଇନାହିଁ। ଭାରତ ପୂର୍ବଭଳି ୩ୟ, ପାକିସ୍ତାନ ୪ର୍ଥ ଓ ଅଷ୍ଟ୍ରେଲିଆ ୫ମ ସ୍ଥାନରେ ରହିଛନ୍ତି।

Related story