ଆଶେସ ବିପର୍ଯ୍ୟୟ ପରେ ବିଦା ହେଲେ ଇଂଲଣ୍ଡର ମୁଖ୍ୟ କୋଚ୍

ଲଣ୍ଡନ: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ ସିରିଜରେ ଇଂଲଣ୍ଡର ଲଜ୍ଜାଜନକ ପ୍ରଦର୍ଶନ ମୁଖ୍ୟ କୋଚ୍ କ୍ରିସ ସିଲଭରଉଡଙ୍କୁ ମହଙ୍ଗା ପଡ଼ିଛି। ଆଶେସ ବିପର୍ଯ୍ୟୟ ପରେ ଇଂଲଣ୍ଡ କ୍ରିକେଟ ବୋର୍ଡ ତାଙ୍କୁ ମୁଖ୍ୟ କୋଚ୍ ପଦ ଛାଡ଼ିବାକୁ କହିଥିଲା। ଏହାପରେ ସେ ଏହି ପଦରୁ ଇସ୍ତଫା ଦେଇଛନ୍ତି। ଏହାର ଦିନକ ପୂର୍ବରୁ ଇଂଲଣ୍ଡ ପୁରୁଷ କ୍ରିକେଟର ମ୍ୟାନେଜିଂ ନିର୍ଦ୍ଦେଶକ ପଦରୁ ଆଶେଲ ଗିଲ୍ସଙ୍କୁ ବହିଷ୍କୃତ କରାଯାଇଥିଲା। ୨୦୧୯ରେ ଗିଲ୍ସ ହିଁ ସିଲଭରଉଡଙ୍କୁ ଇଂଲଣ୍ଡ ପୁରୁଷ କ୍ରିକେଟ ଟିମ୍‌ର ମୁଖ୍ୟ କୋଚ୍‌ […]

silverwood

silverwood

Hemant Lenka
  • Published: Friday, 04 February 2022
  • Updated: 04 February 2022, 09:49 AM IST

Sports

Latest News

ଲଣ୍ଡନ: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ ସିରିଜରେ ଇଂଲଣ୍ଡର ଲଜ୍ଜାଜନକ ପ୍ରଦର୍ଶନ ମୁଖ୍ୟ କୋଚ୍ କ୍ରିସ ସିଲଭରଉଡଙ୍କୁ ମହଙ୍ଗା ପଡ଼ିଛି। ଆଶେସ ବିପର୍ଯ୍ୟୟ ପରେ ଇଂଲଣ୍ଡ କ୍ରିକେଟ ବୋର୍ଡ ତାଙ୍କୁ ମୁଖ୍ୟ କୋଚ୍ ପଦ ଛାଡ଼ିବାକୁ କହିଥିଲା। ଏହାପରେ ସେ ଏହି ପଦରୁ ଇସ୍ତଫା ଦେଇଛନ୍ତି।

ଏହାର ଦିନକ ପୂର୍ବରୁ ଇଂଲଣ୍ଡ ପୁରୁଷ କ୍ରିକେଟର ମ୍ୟାନେଜିଂ ନିର୍ଦ୍ଦେଶକ ପଦରୁ ଆଶେଲ ଗିଲ୍ସଙ୍କୁ ବହିଷ୍କୃତ କରାଯାଇଥିଲା। ୨୦୧୯ରେ ଗିଲ୍ସ ହିଁ ସିଲଭରଉଡଙ୍କୁ ଇଂଲଣ୍ଡ ପୁରୁଷ କ୍ରିକେଟ ଟିମ୍‌ର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ଦେଇଥିଲେ। ତେବେ ଆଶେସ ବିପର୍ଯ୍ୟୟ ପରେ ପ୍ରଥମେ ଗିଲ୍ସ ଓ ଗୁରୁବାର ଇଂଲଣ୍ଡ କ୍ରିକେଟ ବୋର୍ଡ ମୁଖ୍ୟ କୋଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଆଶେସ ସିରିଜକୁ ଇଂଲଣ୍ଡ ୦-୪ରେ ହାରିଥିଲା। ଏଥିସହ ଗତ ୧୪ ଟେଷ୍ଟ ମ୍ୟାଚରୁ ଦଳ ମାତ୍ର ଗୋଟିଏରେ ଜିତିବା ସିଲଭରଉଡଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଥିଲା।

ଗିଲ୍ସ ଏମଡି ପଦରୁ ବିଦା ହେବା ପରେ ‌ଇଂଲଣ୍ଡର ପୂର୍ବତନ କ୍ରିକେଟର ଆଣ୍ଡ୍ର୍ୟୁ ଷ୍ଟ୍ରାଉସ ଅସ୍ଥାୟୀ ଭାବେ ଏହି ସ୍ଥାନରେ କାମ ଆରମ୍ଭ କରିଛନ୍ତି। ଏଥିସହ ସେ ମାର୍ଚ୍ଚରେ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ ପାଇଁ ଇଂଲଣ୍ଡର ଅସ୍ଥାୟୀଙ୍କ କୋଚ୍‌ଙ୍କ ନିଯୁକ୍ତି ପ୍ରକ୍ରିୟାକୁ ମଧ୍ୟ ତଦାରଖ କରିବେ।

ସିଲଭରଡଉନଙ୍କୁ ଗିଲ୍ସ ଆଶେସ ସିରିଜ୍ ପାଇଁ ଖେଳାଳି ଚୟନ କରିବାର ଅଧିକାର ଦେଇଥିଲେ। ଏହାପୂର୍ବରୁ ସେ ମୁଖ୍ୟ ଚୟନକର୍ତ୍ତା ଇଡି ସ୍ମିଥଙ୍କୁ ବହିଷ୍କାର କରାଯିବା ପଛର ମୁଖ୍ୟ ସୂତ୍ରଧର ଭାବେ କାମ କରିଥିଲେ। ଏଥିପାଇଁ ଆଶେସ ବିପର୍ଯ୍ୟୟ ପରେ ଲୋକମାନେ ସିଲଭରଉଡ ଓ ଖେଳାଳିଙ୍କ ଅପେକ୍ଷା ଗିଲ୍ସଙ୍କୁ ଅଧିକ ସମାଲୋଚନା କରିଥିଲେ। ଭାରତ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍ ବେଳେ ସିଲଭରଉଡ ରେଷ୍ଟ ଆଣ୍ଡ ରୋଟେସନ ନୀତି ଆପଣାଇଥିଲେ। ଏହାକୁ ନେଇ ତାଙ୍କ ଭୂମିକା ବିବାଦ ଘେରକୁ ଆସିଥିଲା।

ଅନ୍ୟପକ୍ଷରେ ଇଂଲଣ୍ଡର ପରବର୍ତ୍ତୀ କୋଚ୍‌ କିଏ ହେବେ, ତା’କୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ମୁଖ୍ୟ କୋଚ୍ ପଦ ପାଇଁ ଗ୍ୟାରୀ କ୍ରିଷ୍ଟନ, ପୂର୍ବତନ ଇଂଲିଶ ଅଧିନାୟକ ଆଲେକ୍ସ ଷ୍ଟେୱାର୍ଟ ଓ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂଙ୍କ ନାଁ ବିଚାର କରାଯାଉଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story