୮୨ ରନ୍‌ରେ ଅଲଆଉଟ ହେବା ପରେ ଲକ୍ଷ୍ନୌ ଖେଳାଳିଙ୍କୁ ଠିଆଠିଆ ଶୁଣାଇଲେ ଗମ୍ଭୀର

ମୁମ୍ବାଇ: ଗୁଜରାଟ ଟାଇଟନ୍ସ ବିପକ୍ଷ ମୁକାବିଲାରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଲଜାଜନକ ପରାଜୟ ବରଣ କରିଛି। ଗୁଜରାଟ ଦେଇଥିବା ୧୪୫ ରନ୍‌ର ଟାର୍ଗେଟକୁ ପିଛା କରୁଥିବା ଲକ୍ଷ୍ନୌ କେବଳ ୮୨ ରନ୍‌ରେ ଅଲଆଉଟ ହୋଇ ଯାଇଛି। ଗୁଜରାଟ ଏହି ବିଜୟ ସହ ଚଳିତ ଆଇପିଏଲରେ ପ୍ରଥମ ଟିମ ଭାବେ ପ୍ଲେ ଅଫ ଟିକେଟ ହାସଲ କରିଛି। ଲକ୍ଷ୍ନୌ ଏବେ ୧୬ ପଏଣ୍ଟ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି। କ୍ରମାଗତ ୪ଟି ମ୍ୟାଚ୍‌ ଜିତିବା ପରେ […]

LSG

LSG

Hemant Lenka
  • Published: Wednesday, 11 May 2022
  • Updated: 11 May 2022, 05:57 PM IST

Sports

Latest News

ମୁମ୍ବାଇ: ଗୁଜରାଟ ଟାଇଟନ୍ସ ବିପକ୍ଷ ମୁକାବିଲାରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଲଜାଜନକ ପରାଜୟ ବରଣ କରିଛି। ଗୁଜରାଟ ଦେଇଥିବା ୧୪୫ ରନ୍‌ର ଟାର୍ଗେଟକୁ ପିଛା କରୁଥିବା ଲକ୍ଷ୍ନୌ କେବଳ ୮୨ ରନ୍‌ରେ ଅଲଆଉଟ ହୋଇ ଯାଇଛି। ଗୁଜରାଟ ଏହି ବିଜୟ ସହ ଚଳିତ ଆଇପିଏଲରେ ପ୍ରଥମ ଟିମ ଭାବେ ପ୍ଲେ ଅଫ ଟିକେଟ ହାସଲ କରିଛି। ଲକ୍ଷ୍ନୌ ଏବେ ୧୬ ପଏଣ୍ଟ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି। କ୍ରମାଗତ ୪ଟି ମ୍ୟାଚ୍‌ ଜିତିବା ପରେ ଲକ୍ଷ୍ନୌ ଗତକାଲି ଗୁଜରାଠାରୁ ଶୋଚନୀୟ ଭାବେ ହାରିଛି।

ଗୁଜରାଟ ଠାରୁ ୬୨ ରନ୍‌ରେ ହାରିବା ପରେ ଲକ୍ଷ୍ନୌର ଖେଳାଳିମାନଙ୍କୁ ଦଳର ମେଣ୍ଟରୋ ଗୌତମ ଗମ୍ଭୀର ଠିଆଠିଆ କଡ଼ା ଭାଷାରେ ଅନେକ କଥା ଶୁଣାଇଛନ୍ତି। ଏଥିସହ ସେ ଆଗକୁ ବଢ଼ିବାର ପରାମର୍ଶ ମଧ୍ୟ ଦେଇଛନ୍ତି। ଡ୍ରେସିଂ ରୁମରେ ଦଳର ସବୁ ଖେଳାଳି ବସିଥିବା ବେଳେ ଗମ୍ଭୀର ମଝିରେ ଛିଡ଼ା ହୋଇ କଡ଼ା ଭାଷାରେ ପରାମର୍ଶ ଦେଉଥିବା ବେଳର ଭିଡିଓକୁ ଲକ୍ଷ୍ନୌ ତା’ର ଅଫିସିଆଲ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛି।

ମ୍ୟାଚ୍‌ ହାରିଲେ ଚଳିବ, କିନ୍ତୁ ଆତ୍ମସମର୍ପଣ କରିବା ଆଦୌ ଗ୍ରହଣୀୟ ନୁହେଁ। ଏଥିସହ ଆଇପିଏଲ ଭଳି ପ୍ରତିଯୋଗିତାରେ ଦୁର୍ବଳର କୌଣସି ସ୍ଥାନ ନାହିଁ ବୋଲି ଗମ୍ଭୀର କହିଛନ୍ତି।

ସେ କହିଛନ୍ତି, “ମ୍ୟାଚ୍‌ ହାରିବାରେ କୌଣସି ଭୁଲ ନାହିଁ। ଏହା ବଡ଼ କଥା ନୁହେଁ। ମ୍ୟାଚ୍‌ରେ ଗୋଟିଏ ଟିମ୍‌ ଜିତିବ ଓ ଗୋଟିଏ ଟିମ୍‌ ହାରିବ। କିନ୍ତୁ ମ୍ୟାଚରେ ଆତ୍ମସମର୍ପଣ କରିବା ବହୁତ ବଡ଼ ଭୁଲ। ମୋତେ ଲାଗୁଛି ଆଜିର ମ୍ୟାଚ୍‌(ଗୁଜରାଟ ବିପକ୍ଷ ମ୍ୟାଚ୍‌)ରେ ଆମେ ଆତ୍ମସମର୍ପଣ କଲୁ ଓ ଆମେ ଦୁର୍ବଳ। ମୁଁ ସ୍ପଷ୍ଟ ଭାବେ କହୁଛି ଯେ ଆଇପିଏଲ କିମ୍ବା ଖେଳରେ ଦୁର୍ବଳର କୌଣସି ସ୍ଥାନ ନାହିଁ। ଏହା ହିଁ ସବୁ ଠାରୁ ବଡ଼ ସମସ୍ୟା। ଏହି ଟୁର୍ଣ୍ଣାମେଣ୍ଟରେ ଆମେ ଅନେକ ଦଳଙ୍କୁ ହରାଇଛେ। ଆମେ ଭଲ କ୍ରିକେଟ ମଧ୍ୟ ଖେଳିଛେ। କିନ୍ତୁ ଆଜିର ମ୍ୟାଚ୍‌ରେ ଆମର ଗେମ ସେନ୍ସ ନଥିଲା। ଗେମ ସେନ୍ସ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story