ଗାଙ୍ଗୁଲିଙ୍କ ବିରୋଧରେ ପୁଣି ବିଷ ଓଗାଳିଲେ ପୂର୍ବତନ କୋଚ୍‌

ନୂଆଦିଲ୍ଲୀ: ଭାରତର ପୂର୍ବତନ କୋଚ୍ ଗ୍ରେଗ୍ ଚାପେଲ ପୁଣିଥରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ବିରୋଧରେ ବିଷ ଓଗାଳିଛନ୍ତି । ସେ କହିଛନ୍ତି ଯେ ଗାଙ୍ଗୁଲି ନିଜ ଖେଳରେ ସୁଧାର କରିବାକୁ ଚାହୁଁନଥିଲେ ଏବଂ କେବଳ ଟିମ୍ ଉପରେ ନିୟନ୍ତ୍ରଣ ରଖିବାକୁ ଚାହୁଁଥିଲେ । ଚାପେଲ ୨୦୦୫ ଓ ୨୦୦୭ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆର କୋଚ୍ ଥିଲେ, ସେତେବେଳେ ଗାଙ୍ଗୁଲିଙ୍କ ସହ ତାଙ୍କର ଖୁବ୍ ବିବାଦ ହୋଇଥିଲା । ଗାଙ୍ଗୁଲିଙ୍କୁ ଟିମରୁ ବାହାର କରିବାରେ ଚାପେଲଙ୍କର ହାତ […]

greg-chappell-and-sourav-ga

Ranjit Kumar Jena
  • Published: Thursday, 20 May 2021
  • , Updated: 20 May 2021, 09:54 PM IST

ନୂଆଦିଲ୍ଲୀ: ଭାରତର ପୂର୍ବତନ କୋଚ୍ ଗ୍ରେଗ୍ ଚାପେଲ ପୁଣିଥରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ବିରୋଧରେ ବିଷ ଓଗାଳିଛନ୍ତି । ସେ କହିଛନ୍ତି ଯେ ଗାଙ୍ଗୁଲି ନିଜ ଖେଳରେ ସୁଧାର କରିବାକୁ ଚାହୁଁନଥିଲେ ଏବଂ କେବଳ ଟିମ୍ ଉପରେ ନିୟନ୍ତ୍ରଣ ରଖିବାକୁ ଚାହୁଁଥିଲେ । ଚାପେଲ ୨୦୦୫ ଓ ୨୦୦୭ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆର କୋଚ୍ ଥିଲେ, ସେତେବେଳେ ଗାଙ୍ଗୁଲିଙ୍କ ସହ ତାଙ୍କର ଖୁବ୍ ବିବାଦ ହୋଇଥିଲା ।

ଗାଙ୍ଗୁଲିଙ୍କୁ ଟିମରୁ ବାହାର କରିବାରେ ଚାପେଲଙ୍କର ହାତ ରହିଥିଲା । ଚାପେଲଙ୍କ କୋଚିଂ ସମୟରେ ଭାରତ ୨୦୦୭ ବିଶ୍ୱକପର ପ୍ରଥମ ରାଉଣ୍ଡରୁ ହିଁ ବିଦାୟ ନେଇଥିଲା । କ୍ରିକେଟ୍ ଲାଇଫ୍ ଷ୍ଟୋରିଜ୍ ପୋଡକାଷ୍ଟକୁ ସାକ୍ଷାତକାର ଦେବା ଅବସରରେ ଚାପେଲ କହିଛନ୍ତି ଯେ ଟିମ୍ ଇଣ୍ଡିଆର କୋଚ୍ ଥିବା ବେଳେ ତାଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା, କାରଣ ତାଙ୍କଠାରୁ ବହୁତ ଅଧିକ ଆଶା କରାଯାଉଥିଲା ।

ତେବେ ଚାପେଲ ଏସବୁ ସମସ୍ୟା ପାଇଁ ଗାଙ୍ଗୁଲିଙ୍କ ଦାୟୀ କରିଛନ୍ତି । ଚାପେଲ କହିଛନ୍ତି, ଗାଙ୍ଗୁଲିଙ୍କର କ୍ୟାପଟେନ୍ ରହିବା ଯୋଗୁ କିଛି ସମସ୍ୟା ଉପୁଜିଥିଲା । ଗାଙ୍ଗୁଲି ଆଦୌ କଠିନ ପରିଶ୍ରମ କରିବାକୁ ଚାହୁଁନଥିଲେ । ଖେଳକୁ ସୁଧାରିବା ପାଇଁ ଚାହୁଁନଥିଲେ । ସେ କେବଳ ଟିମର କ୍ୟାପଟେନ୍ ଭାବେ ରହିବାକୁ ଚାହୁଁଥିଲେ, ଯାହାଦ୍ୱାରା ସବୁକିଛି ନିଜ ନିୟନ୍ତ୍ରଣକୁ ଆଣିପାରିବେ ।

ଚାପେଲ ଆହୁରି କହିଛନ୍ତି, ସଚିନ୍ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ୱାଗ, ଅନୀଲ କୁମ୍ବଲେ, ରାହୁଲ୍ ଡ୍ରାଭିଡ୍ ଓ ଯୁବ ଖେଳାଳିଙ୍କ ସହ କାମ କରିବାର ଅନୁଭୂତି ଭଲ ଥିଲା । ଧୋନି ସେମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ । ମୁଁ ଟିମର ଚିନ୍ତାଧାରାରେ ଉନ୍ନତି ଆଣିବାକୁ ଚାହୁଁଥିଲି । ରାହୁଲ୍ ଡ୍ରାଭିଡ୍ ଏଭଳି ଖେଳାଳି ଥିଲେ, ଯିଏ ଟିମକୁ ଉନ୍ନତ କରିବା ପାଇଁ ନିବେଶ କରିବାକୁ ପ୍ରସ୍ତୁତ ଥିଲେ । ଭାରତକୁ ସର୍ବଶ୍ରେଷ୍ଠ ଦଳ କରିବା ପାଇଁ ଡ୍ରାଭିଡ୍ ନିଜ କ୍ୟାପଟେନ୍ସିରେ ସୁଧାର କରିବାକୁ ଅନେକ ପ୍ରୟାସ କରିଥିଲେ । ହେଲେ ଟିମରେ ସମସ୍ତଙ୍କ ଚିନ୍ତାଧାରା ସେମିତି ନଥିଲା । ଯେତେବେଳେ ଗାଙ୍ଗୁଲି ଟିମରୁ ଡ୍ରପ୍ ହେଲେ, ଆମେ ଖେଳାଳିଙ୍କ ଉପରେ ବହୁତ ଧ୍ୟାନ ଦେଇଥିଲୁ । କାରଣ ସେମାନଙ୍କୁ ଅନୁଭୂତୟ ହୋଇଥିଲା ଯେ ଯଦି ଗାଙ୍ଗୁଲି ଟିମରୁ ଯାଇପାରନ୍ତି, ତାହେଲେ କେହିବି ଯାଇପାରିବେ ।

ଚାପେଲ କହିଛନ୍ତି ଯେ ଭାରତୀୟ ଦଳର କୋଚ୍ କରିବା ପାଇଁ ଗାଙ୍ଗୁଲି ହିଁ ତାଙ୍କୁ ଯୋଗାଯୋଗ କରିଥିଲେ । ସେତେବେଳେ ଅଷ୍ଟ୍ରେଲିଆ ଟିମର କୋଚ୍ ଥିଲେ ଜନ୍ ବୁକାନନ୍ । ଏଭଳି ସ୍ଥିତିରେ ଚାପେଲ ନିଷ୍ପତ୍ତି ନେଇଥିଲେ ଯେ ଯଦି ନିଜ ଦେଶ ନୁହେଁ ତ ଦୁନିଆର ସବୁଠାରୁ ମଜଭୁତ୍ ଟିମ୍ ଭାରତର କୋଚ୍ ହେବେ । ହେଲେ ଯେଉଁ ଗାଙ୍ଗୁଲି ଚାପେଲଙ୍କୁ ଟିମର କୋଚ୍ କରାଇଥିଲେ, ସେହି ଚାପଲେ ହିଁ ଦାଦାଙ୍କୁ ଟିମରୁ ବାହାରର ରାସ୍ତା ଦେଖାଇଥିଲେ ।

Related story