ପୁଣି ବାପା ହେଲେ ଭଜ୍ଜି, ଘରକୁ ଆସିଲା ନୂଆ ଅତିଥି

ମୁମ୍ବାଇ: ଭାରତୀୟ କ୍ରିକେଟ ଖେଳାଳି ହରଭଜନ ସିଂହଙ୍କ ଘରକୁ ଆସିଲା ନୂଆ ଅତିଥି। ପୁଣି ବାପା ହେଲେ ଭଜ୍ଜି। ତାଙ୍କ ପତ୍ନୀ ଗୀତା ବସରା ଆଜି ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଗୀତ ଏବଂ ହରଭଜନଙ୍କ ଏହି ଖୁସି ଖରବ ସାମ୍ନାକୁ ଆସିବା ପରେ ତାଙ୍କ ପାଖକୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ଗୀତା ବସରା ସୋଶାଲ ମିଡିଆରେ ବେଶ୍ ଆକ୍ଟିଭ। ପୂର୍ବରୁ ସେ ଦ୍ୱିତୀୟ ଥର ମା’ ହେବାକୁ ଯାଉଥିବା ନେଇ ସୋଶାଲ ମିଡିଆରେ […]

geeta-basra-harbhajan-singh

geeta-basra-harbhajan-singh

Madhupriya Mistry
  • Published: Saturday, 10 July 2021
  • Updated: 10 July 2021, 01:49 PM IST

Sports

Latest News

ମୁମ୍ବାଇ: ଭାରତୀୟ କ୍ରିକେଟ ଖେଳାଳି ହରଭଜନ ସିଂହଙ୍କ ଘରକୁ ଆସିଲା ନୂଆ ଅତିଥି। ପୁଣି ବାପା ହେଲେ ଭଜ୍ଜି। ତାଙ୍କ ପତ୍ନୀ ଗୀତା ବସରା ଆଜି ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଗୀତ ଏବଂ ହରଭଜନଙ୍କ ଏହି ଖୁସି ଖରବ ସାମ୍ନାକୁ ଆସିବା ପରେ ତାଙ୍କ ପାଖକୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି।

ଗୀତା ବସରା ସୋଶାଲ ମିଡିଆରେ ବେଶ୍ ଆକ୍ଟିଭ। ପୂର୍ବରୁ ସେ ଦ୍ୱିତୀୟ ଥର ମା’ ହେବାକୁ ଯାଉଥିବା ନେଇ ସୋଶାଲ ମିଡିଆରେ ଫଟୋ ସେଆର କରି ସୂଚନା ଦେଇଥିଲେ। ଏଥିସହ ଗର୍ଭବତୀ ଥିବା ସମୟରେ ଅନେକ ଫଟୋ ମଧ୍ୟ ସେଆର କରିଥିଲେ। ଯାହା ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା।

ଗୀତା ଏବଂ ହରଭଜନଙ୍କ ପୂର୍ବରୁ ମଧ୍ୟ ଗୋଟିଏ ଝିଅ ଅଛି। ତା’ର ନାଁ ହିନାୟା। ହିନାୟାର ଜନ୍ମ ୨୭ ଜୁଲାଇ ୨୦୧୬ରେ ହୋଇଥିଲା। ଅଭିନେତ୍ରୀ ଗୀତା ବସରା କ୍ରିକେଟର ହରଭଜନ ସିଂହଙ୍କ ସହ ୨୯ ଅକ୍ଟୋବର ୨୦୧୫ରେ ପଞ୍ଜାବର ଜାଲନ୍ଧରରେ ବିବାହ କରିଥିଲେ। ସେତେବେଳେ ତାଙ୍କ ବିବାହରେ କ୍ରିକେଟ ଏବଂ ଫିଲ୍ମୀ ଜଗତର ନାମୀଦାମୀ କଳାକାର ସାମିଲ ହୋଇଥିଲେ।

 

View this post on Instagram

 

A post shared by Geeta Basra (@geetabasra)

 

View this post on Instagram

 

A post shared by Geeta Basra (@geetabasra)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos