ପାଣ୍ଡ୍ୟାଙ୍କ ବିସ୍ଫୋରଣ, ଅଷ୍ଟ୍ରେଲିଆକୁ ୨୦୯ ରନର ଟାର୍ଗେଟ

ମୋହାଲି: ଅଷ୍ଟ୍ରେଲିଆ ବିପକ୍ଷରେ ଗର୍ଜିଛି ୩ ଭାରତୀୟ ବ୍ୟାଟରଙ୍କ ବ୍ୟାଟ। ପ୍ରଥମେ ଫର୍ମକୁ ନେଇ ସଂଘର୍ଷ କରୁଥିବା କେଏଲ ରାହୁଲଙ୍କ ଅର୍ଦ୍ଧ ଶତକ ମଧ୍ୟକ୍ରମରେ ସୂର୍ଯ୍ୟ କୁମାରଙ୍କ ୪୬ ଓ ଶେଷ ଭାଗରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ୭୧ ରନ କରିଛନ୍ତି। ଫଳରେ ଟିମ୍‌ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୨୦୮ ରନ କରିଛି। ଏବେ ପ୍ରଥମ ଟି-୨୦ ଜିତିବା ପାଇଁ ଅଷ୍ଟ୍ରେଲିଆକୁ ୨୦୯ ରନର ଟାର୍ଗେଟ ମିଳିଛି। ପାଣ୍ଡ୍ୟା ଶେଷ ଯାଏ […]

pandya

pandya

Hemant Lenka
  • Published: Tuesday, 20 September 2022
  • Updated: 20 September 2022, 08:52 PM IST

ମୋହାଲି: ଅଷ୍ଟ୍ରେଲିଆ ବିପକ୍ଷରେ ଗର୍ଜିଛି ୩ ଭାରତୀୟ ବ୍ୟାଟରଙ୍କ ବ୍ୟାଟ। ପ୍ରଥମେ ଫର୍ମକୁ ନେଇ ସଂଘର୍ଷ କରୁଥିବା କେଏଲ ରାହୁଲଙ୍କ ଅର୍ଦ୍ଧ ଶତକ ମଧ୍ୟକ୍ରମରେ ସୂର୍ଯ୍ୟ କୁମାରଙ୍କ ୪୬ ଓ ଶେଷ ଭାଗରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ୭୧ ରନ କରିଛନ୍ତି। ଫଳରେ ଟିମ୍‌ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୨୦୮ ରନ କରିଛି। ଏବେ ପ୍ରଥମ ଟି-୨୦ ଜିତିବା ପାଇଁ ଅଷ୍ଟ୍ରେଲିଆକୁ ୨୦୯ ରନର ଟାର୍ଗେଟ ମିଳିଛି। ପାଣ୍ଡ୍ୟା ଶେଷ ଯାଏ ୩୦ ବଲରେ ଅପରାଜିତ ୭୧ ରନର ଇନିଂସ ଖେଳି ପୂରା ମ୍ୟାଚ୍‌ର ମୋଡ ବଦଳାଇ ଦେଇଛନ୍ତି।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ୨୧ ରନରେ ଅଧିନାୟକ ରୋହିତ ଶର୍ମା(୧୧)ଙ୍କୁ ହରାଇଥିଲା। ଏହାପରେ ବିରାଟ କୋହଲି ମାତ୍ର ୨ ରନ କରି ଆଉଟ ହୋଇଥିଲେ। ରୋହିତଙ୍କ ୱିକେଟ ଜୋଶ ହେଜେଲଉଡ ଓ ବିରାଙ୍କୁ ନାଥନ ଇଲିସ ପ୍ୟାଭିଲିୟନ ପଠାଇଥିଲେ। ତେବେ ତୃତୀୟ ୱିକେଟ ପାଇଁ ରାହୁଲ ଓ ସୂର୍ଯ୍ୟ କୁମାର ଯାଦବ ସ୍ଥିତି ସମ୍ଭାଳିଥିଲେ।

ଏଥିସହ ଦୀର୍ଘ ମାସ ପରେ ରାହୁଲ ଟି-୨୦ରେ ନିଜର ଅର୍ଦ୍ଧ ଶତକ ମଧ୍ୟ ହାସଲ କରିଥିଲେ। ୩୫ ରନରେ ୨ ୱିକେଟ ହରାଇଥିବା ଭାରତ ୧୦୩ରେ ୩ ୱିକେଟ ହରାଥିଲା। ବଡ଼ ଶଟ ଖେଳିବା ଲୋଭରେ କେଏଲ ରାହୁଲ ୫୫ ରନ କରି ହେଜେଲଉଡଙ୍କ ବଲରେ ଆଉଟ ହୋଇଥିଲେ। ଆଉ ୨୩ ରନ ପରେ ସୂର୍ଯ୍ୟ କୁମାର ଯାଦବ ୨୫ ବଲରେ ୪୬ ରନ କରି ଆଉଟ ହୋଇଯାଇଥିଲେ।

ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଆଜି ଅଲଗା ମୁଡରେ ପଡ଼ିଆକୁ ଓହ୍ଲାଇଥିଲେ। ସେ ଦମଦାର ବ୍ୟାଟିଂ କରି କେବଳ ଦ୍ରୁତ ଗତିରେ ଦଳୀୟ ସ୍କୋରକୁ ଆଗକୁ ନେଇ ନଥିଲେ, ବରଂ ମାତ୍ର ୨୫ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କୁ ଅକ୍ଷର ପଟେଲ (୬) ଓ ଦୀନେଶ କାର୍ତ୍ତିକ(୬) କିଛି ସମୟ ସାଥ ଦେଇଥିଲେ। ଭାରତ ୱିକେଟ ହରାଉଥିଲେ ମଧ୍ୟ ପାଣ୍ଡ୍ୟାଙ୍କ ଉପରେ କୌଣସି ପ୍ରଭାବ ପଡ଼ି ନଥିଲା।

ସେ ଚୌକା ମାରି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ୧୯ ଓଭର ଶେଷ ସୁଦ୍ଧା ଭାରତର ସ୍କୋର ୧୮୭ ହୋଇଥିଲା। ଶେଷ ଓଭରରେ ପାଣ୍ଡ୍ୟା ଓ ହର୍ଷଲ ପଟେଲ ୨୧ ରନ କରିବାରୁ ଭାରତ ବିଶାଳ ୨୦୮ ରନ କରିବାକୁ ସକ୍ଷମ ହୋଇଛି। ଏହି ଓଭରର ଶେଷ ୩ ବଲରେ ପାଣ୍ଡ୍ୟା ଦ୍ରୁତ ବୋଲର କାମେରନ ଗ୍ରୀନକୁ ଲଗାତର ୩ଟି ଛକା ମାରିଥିଲେ। ପାଣ୍ଡ୍ୟା ଶେଷ ୩୦ ବଲରେ ୭୧ ଓ ହର୍ଷଲ ପଟେଲ ୭ ରନ କରି ଅପରାଜିତ ରହିଛନ୍ତି ପାଣ୍ତ୍ୟା ତାଙ୍କ ଇନିଂସରେ ୭ଟି ଚୌକା ଓ ୫ଟି ଛକା ମାରିଛନ୍ତି। ତାଙ୍କ ଷ୍ଟ୍ରାଇକ ରେଟ୍‌ ୨୩୬.୬୬ ରହିଛି।

ଅଷ୍ଟ୍ରେଲିଆ ପକ୍ଷରୁ ନାଥନ ଇଲିସ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ହେଜେଲଉଡ ୨ଟି ଓ ଗ୍ରୀନଙ୍କ ଖାତାକୁ ଗୋଟିଏ ୱିକେଟ ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story