ବିଶ୍ୱର ଟପ୍‌ ୫ ଟି-୨୦ କ୍ରିକେଟର ବାଛିଲେ ଗିଲଖ୍ରୀଷ୍ଟ

ମେଲବର୍ଣ୍ଣ: ଆସନ୍ତା ୧୬ ତାରିଖରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବ ପୁରୁଷ ଟି-୨୦ ବିଶ୍ୱକପ ମ୍ୟାଚ୍‌। ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ଆଡାମ ଗିଲଖ୍ରୀଷ୍ଟ ବିଶ୍ୱର ଟପ୍‌ ୫ ଟି-୨୦ କ୍ରିକେଟରଙ୍କ ନାଁ କହିଛନ୍ତି। ସେ ଚୟନ କରିଥିବା ଶ୍ରେଷ୍ଠ ୫ ଖେଳାଳିଙ୍କ ମଧ୍ୟରେ ଭାରତର ଏକମାତ୍ର କ୍ରିକେଟର ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ରହିଛନ୍ତି। ଚଳିତ ବର୍ଷ ପାଣ୍ଡ୍ୟା କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ଉଭୟ ବ୍ୟାଟିଂ ଓ ବୋଲିଂରେ ସେ କମାଲ କରୁଛନ୍ତି। […]

Hardik

Hardik

Hemant Lenka
  • Published: Monday, 03 October 2022
  • Updated: 03 October 2022, 04:43 PM IST

Sports

Latest News

ମେଲବର୍ଣ୍ଣ: ଆସନ୍ତା ୧୬ ତାରିଖରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବ ପୁରୁଷ ଟି-୨୦ ବିଶ୍ୱକପ ମ୍ୟାଚ୍‌। ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ଆଡାମ ଗିଲଖ୍ରୀଷ୍ଟ ବିଶ୍ୱର ଟପ୍‌ ୫ ଟି-୨୦ କ୍ରିକେଟରଙ୍କ ନାଁ କହିଛନ୍ତି। ସେ ଚୟନ କରିଥିବା ଶ୍ରେଷ୍ଠ ୫ ଖେଳାଳିଙ୍କ ମଧ୍ୟରେ ଭାରତର ଏକମାତ୍ର କ୍ରିକେଟର ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ରହିଛନ୍ତି। ଚଳିତ ବର୍ଷ ପାଣ୍ଡ୍ୟା କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ଉଭୟ ବ୍ୟାଟିଂ ଓ ବୋଲିଂରେ ସେ କମାଲ କରୁଛନ୍ତି। ଏଥିପାଇଁ ତାଙ୍କୁ ବିଗତ କିଛି ମାସ ହେଲାଣି ଅନେକ ପୂର୍ବତନ କ୍ରିକେଟର ପ୍ରଶଂସା କରିବାରେ ଲାଗିଛନ୍ତି।

ଏସବୁ ଭିତରେ ଆଇସିସି ଅଫିସିଆଲ ୱେବସାଇଟକୁ ଗିଲଖ୍ରୀଷ୍ଟ କହିଛନ୍ତି ଯେ “ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ସମୟରେ ବିଶ୍ୱର ଶ୍ରେଷ୍ଠ ଟି-୨୦ ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ। ସେ ଶ୍ରେଷ୍ଠ ୫ ମଧ୍ୟରେ ଆସୁଛନ୍ତି। ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ତାଙ୍କ ପ୍ରଦର୍ଶଦନ ଅତ୍ୟନ୍ତ ଚମତ୍କାର। ଅନ୍ୟ ସମସ୍ତ ଭାରତୀୟଙ୍କ ଠାରୁ ଓ ଅନ୍ୟ କ୍ରିକେଟରଙ୍କ ଠାରୁ ସେ  ଭିନ୍ନ।”

ଗିଲଖ୍ରୀଷ୍ଟଙ୍କ ଟପ ୫ ଖେଳାଳିଙ୍କ ମଧ୍ୟରେ ପାଣ୍ଡ୍ୟାଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ଡାଭିଡ ୱାର୍ଣ୍ଣର, ଆଫଗାନିସ୍ତାନର ରଶିଦ ଖାନ, ଇଂଲଣ୍ଡର ଅଧିନାୟକ ଜୋଶ ବଟଲର ଓ ପାକିସ୍ତାନର ଅଧିନାୟକ ବାବର ଆଜମ ରହିଛନ୍ତି।

ଅଷ୍ଟ୍ରେଲିଆର ପୂର୍ବତନ ଅଲରାଣ୍ଡର ଶେନ ୱାଟସନ ମଧ୍ୟ ପାଣ୍ଡ୍ୟାଙ୍କର ଜବରଦସ୍ତ ଫ୍ୟାନ। ସମସ୍ତେ ବେନ ଷ୍ଟୋକ୍ସଙ୍କ ସହ ପାଣ୍ତ୍ୟାଙ୍କୁ ତୁଳନା କରୁଥିଲେ। ହେଲେ ଟି-୨୦ କ୍ରିକେଟ କଥା ବିଚାରକୁ ନେଲେ ପାଣ୍ଡ୍ୟା ତାଙ୍କ ଠାରୁ ଯଥେଷ୍ଟ ଆଗରେ ରହିଥିବା ୱାଟସନ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos