ଶାସ୍ତ୍ରୀ-କୋହଲିଙ୍କ ବେଳେ ବନ୍ଦ ଥିବା ‘ପ୍ରଥା’ ଆରମ୍ଭ କଲେ ଡ୍ରାବିଡ-ରୋହିତ ଯୋଡ଼ି

ରାଞ୍ଚି: ଶୁକ୍ରବାର ଟିମ ଇଣ୍ଡିଆ ରାଞ୍ଚି ଟି-୨୦ରେ ନ୍ୟୁଜିଲ୍ୟାଣ୍ଡକୁ ୭ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍ ସହ ନୂଆ ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ କୋଚ୍ ରାହୁଲ ଡ୍ରାବିଡଙ୍କ ଯୋଡ଼ି ଭାରତ ପାଇଁ ଟି-୨୦ ସିରିଜ୍ ଜିତିଛନ୍ତି। ଏବେ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌କୁ ଭାରତ ଆଗୁଆ ୨-୦ରେ କବଜା କରି ନେଇଛି। ଆସନ୍ତାକାଲି କୋଲକାତାରେ ୩ୟ ଟି-୨୦ ଖେଳାଯିବ। ତେବେ ରାଞ୍ଚି ଟି-୨୦ରେ ସମସ୍ତଙ୍କ ନଜରକୁ ଆସିଥିଲେ ଡେବ୍ୟୁଟାଣ୍ଟ ହର୍ଷଲ ପଟେଲ। […]

Rahul

Rahul

Hemant Lenka
  • Published: Saturday, 20 November 2021
  • Updated: 20 November 2021, 04:48 PM IST

Sports

Latest News

ରାଞ୍ଚି: ଶୁକ୍ରବାର ଟିମ ଇଣ୍ଡିଆ ରାଞ୍ଚି ଟି-୨୦ରେ ନ୍ୟୁଜିଲ୍ୟାଣ୍ଡକୁ ୭ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍ ସହ ନୂଆ ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ କୋଚ୍ ରାହୁଲ ଡ୍ରାବିଡଙ୍କ ଯୋଡ଼ି ଭାରତ ପାଇଁ ଟି-୨୦ ସିରିଜ୍ ଜିତିଛନ୍ତି। ଏବେ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌କୁ ଭାରତ ଆଗୁଆ ୨-୦ରେ କବଜା କରି ନେଇଛି।

ଆସନ୍ତାକାଲି କୋଲକାତାରେ ୩ୟ ଟି-୨୦ ଖେଳାଯିବ। ତେବେ ରାଞ୍ଚି ଟି-୨୦ରେ ସମସ୍ତଙ୍କ ନଜରକୁ ଆସିଥିଲେ ଡେବ୍ୟୁଟାଣ୍ଟ ହର୍ଷଲ ପଟେଲ। ସେ ଆଇପିଏଲ ୨୦୨୧ରେ ସର୍ବାଧିକ ୱିକେଟ ଦଖଲକାରୀ ବୋଲର ମାନ୍ୟତା ପାଇଥିଲେ। ମ୍ୟାଚ୍‌ ପୂର୍ବରୁ ତାଙ୍କୁ ଭେଟରାନ ଦ୍ରୁତ ବୋଲର ଅଜିତ ଅଗରକର ଭାରତୀୟ କ୍ୟାପ୍‌ ପ୍ରଦାନ କରିଥିଲେ।

ମ୍ୟାଚରେ ହର୍ଷଲ ୪ ଓଭରରେ ୨୫ ରନ୍ ବ୍ୟୟ କରି ୨ଟି ୱିକେଟ ଦଖଲ କରିଥିଲେ। ଏହି ପ୍ରଦର୍ଶନ ପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ମଧ୍ୟ ମିଳିଥିଲା।

ତେବେ ଅଗରକର ମ୍ୟାଚ ପୂର୍ବରୁ ହର୍ଷଲଙ୍କୁ ଭାରତୀୟ କ୍ୟାପ୍‌ ଦେବାକୁ ଘଟଣାକୁ ନେଇ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ବଡ଼ ବୟାନ ଦେଇଛନ୍ତି। ମ୍ୟାଚ୍‌ରେ କମେଣ୍ଟ୍ରୀ କରୁଥିବା ବେଳେ ସୁନୀଲ ଗାଭାସ୍କର କହିଛନ୍ତି, “ରାହୁଲ ଡ୍ରାବିଡ ପୁରୁଣା ପ୍ରଥା ପୁଣି ଆରମ୍ଭ କରିଛନ୍ତି।

ପୁରୁଣା ପ୍ରଥା ଅନୁଯାୟୀ ପୂର୍ବତନ କ୍ରିକେଟର ଭାରତ ପାଇଁ ଡେବ୍ୟୁ କରୁଥିବା ଯୁବ ଖେଳାଳିଙ୍କୁ କ୍ୟାପ ଦେଉଥିଲେ। ଅଜିତ ଅଗରକରଙ୍କ ଠାରୁ ହର୍ଷଲ ପଟେଲ ଭାରତୀୟ କ୍ୟାପ ଗ୍ରହଣ କରିଛନ୍ତି। ଏହା ନିଶ୍ଚିତ ଗୋଟିଏ ଭଲ ପରମ୍ପରା। ଅନୀଲ କୁମ୍ବଲେ ଏହି ପ୍ରଥା ଆରମ୍ଭ କରିଥିଲେ।

ମ୍ୟାଚ୍ ଦିନ ଯେଉଁ ପୁରୁଣା ଖେଳାଳି ପଡ଼ିଆରେ ଉପସ୍ଥିତ ରହୁଥିଲେ, ତାଙ୍କ ଦ୍ୱାରା ନୂଆ ଖେଳାଳିଙ୍କୁ ଭାରତୀୟ କ୍ୟାପ ଦିଆଯାଉଥିଲା। ରବି ଶାସ୍ତ୍ରୀ-ବିରାଟ କୋହଲିଙ୍କ ସମୟରେ ଏହି ପ୍ରଥା ବନ୍ଦ ହୋଇଯାଇଥିଲା। ରାହୁଲ ଡ୍ରାବିଡ ଓ ରୋହିତ ପୁଣି ଏହି ପ୍ରଥା ଆରମ୍ଭ କରିଛନ୍ତି।”


ସୂଚନାଯୋଗ୍ୟ, ଭାରତ ଗତକାଲି ମ୍ୟାଚ୍‌ରେ ଟସ୍‌ ଜିତି ନ୍ୟୁଜିଲ୍ୟାଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ ୨୦ ଓଭର୍‌ରେ କ୍ୱିୱି ଟିମ୍‌ ୬ ୱିକେଟ ହରାଇ ୧୫୩ ରନ କରିପାରିଥିଲା। ଏହାର ଜବାବରେ ଭାରତ ୪ ବଲ୍‌ ପୂର୍ବରୁ ୩ ୱିକେଟ ହରାଇ ମ୍ୟାଚ୍‌ ସହ ସିରିଜ୍‌ ଜିତି ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos