ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ପାଇଁ ଅଫିସିଆଲ୍ସ ଘୋଷଣା କଲା ଆଇସିସି

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ପାଇଁ ମ୍ୟାଚ୍ ଅଫିସିଆଲ୍ସଙ୍କ ନାଁ ଘୋଷଣା କରିଛି ଆଇସିସି। କ୍ରିସ୍ ବ୍ରଡ୍ ମ୍ୟାଚ୍ ରେଫରୀ ହେବେ। ଆଇସିସି ଏଲିଟ୍ ପ୍ୟାନେଲରେ ସାମିଲ୍ ରିଚାର୍ଡ ଇଲିଙ୍ଗୱର୍ଥ ଓ ମାଇକେଲ୍ ଗଫ୍ ଫିଲ୍ଡ ଅମ୍ପାୟାର ଦାୟିତ୍ୱ ତୁଲାଇବେ। ରିଚାର୍ଡ କେଟଲବରୋ ଟିଭି ଅମ୍ପାୟାର ଏବଂ ଆଲେକ୍ସ ହ୍ୱାର୍ଫ ଚତୁର୍ଥ ଅମ୍ପାୟାର ହେବେ। ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଫାଇନାଲ୍ ମ୍ୟାଚ୍ ଜୁନ୍ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ସାଉଥାମ୍ପଟନରେ ଖେଳାଯିବ। ଆଇସିସିର ସିନିୟର୍ ମ୍ୟାନେଜର୍ […]

richard-illingworth-and-mic

Ranjit Kumar Jena
  • Published: Tuesday, 08 June 2021
  • , Updated: 08 June 2021, 06:48 PM IST

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ପାଇଁ ମ୍ୟାଚ୍ ଅଫିସିଆଲ୍ସଙ୍କ ନାଁ ଘୋଷଣା କରିଛି ଆଇସିସି। କ୍ରିସ୍ ବ୍ରଡ୍ ମ୍ୟାଚ୍ ରେଫରୀ ହେବେ। ଆଇସିସି ଏଲିଟ୍ ପ୍ୟାନେଲରେ ସାମିଲ୍ ରିଚାର୍ଡ ଇଲିଙ୍ଗୱର୍ଥ ଓ ମାଇକେଲ୍ ଗଫ୍ ଫିଲ୍ଡ ଅମ୍ପାୟାର ଦାୟିତ୍ୱ ତୁଲାଇବେ। ରିଚାର୍ଡ କେଟଲବରୋ ଟିଭି ଅମ୍ପାୟାର ଏବଂ ଆଲେକ୍ସ ହ୍ୱାର୍ଫ ଚତୁର୍ଥ ଅମ୍ପାୟାର ହେବେ। ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଫାଇନାଲ୍ ମ୍ୟାଚ୍ ଜୁନ୍ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ସାଉଥାମ୍ପଟନରେ ଖେଳାଯିବ।

ଆଇସିସିର ସିନିୟର୍ ମ୍ୟାନେଜର୍ (ଅମ୍ପାୟାର୍ ଓ ରେଫରୀ) ଆଡ୍ରିଆନ୍ ଗ୍ରିଫିଥ କହିଛନ୍ତି, ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ପାଇଁ ଏକ ଅଭିଜ୍ଞ ମ୍ୟାଚ୍ ଅଫିସିଆଲ୍ସ ନାଁ ଘୋଷଣା କରାଯାଇଛି। ଏହି ମହାମାରୀ ସମୟରେ ଏହା ସହଜ ନଥିଲା। କିନ୍ତୁ ଆମେ ଭାଗ୍ୟବାନ ଯେ ଆମେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ପାଇଁ ଭଲ ଅଫିସିଆଲ୍ସ ୟୁନିଟ୍ ଚୟନ କରିଛୁ, ଯେଉଁମାନେ ବର୍ଷ ବର୍ଷ ଧରି ଲଗାତର ଭଲ କାମ କରିଆସୁଛନ୍ତି। ଆମେ ସେମାନଙ୍କୁ ଶୁଭକାମନା ଜଣାଉଛୁ।

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପରେ ନ୍ୟୁଜିଲ୍ୟାଣ୍ଡ୍ ଟିମ୍ ଜୁନ୍ ୧୫ ତାରିଖରୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ପାଇଁ ବାୟୋ ବବଲରେ ପ୍ରବେଶ କରିବ। ଭାରତୀୟ ଟିମ୍ ଜୁନ୍ ୩ ତାରିଖରେ ଇଂଲଣ୍ଡରେ ପହଞ୍ଚିଛି। ନ୍ୟୁଜିଲ୍ୟାଣ୍ଡ୍ ଟିମ୍ ବର୍ତ୍ତମାନ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଖେଳୁଛି। ଦ୍ୱିତୀୟ ଟେଷ୍ଟ ୧୪ ତାରିଖରେ ଏଜବାଷ୍ଟନରେ ଶେଷ ହେବ। ଇଂଲଣ୍ଡ ବିପକ୍ଷ ସିରିଜ୍ ଖେଳୁଥିବାରୁ ନ୍ୟୁଜିଲ୍ୟାଣ୍ଡର ପଲା ଭାରି ଲାଗୁଛି । ଏହା ପରେ ଟିମ୍ ଇଣ୍ଡିଆ ଇଂଲଣ୍ଡ ବିପକ୍ଷ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ।

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ପାଇଁ ଜୁନ୍ ୨୩ ତାରିଖକୁ ରିଜର୍ଭ ଡେ’ ରଖାଯାଇଛି। ଯଦି ୫ ଦିନରେ ପୂରା ଓଭର ଶେଷ ନହେବ, ତାହେଲେ ଏହି ରିଜର୍ଭ ଡେ’ର ଉପଯୋଗ କରାଯିବ। ଏହାର ନିଷ୍ପତ୍ତି ମ୍ୟାଚ୍ ରେଫରୀ ନେବେ। ଯଦି ଏହି ମ୍ୟାଚ୍ ଡ୍ର’ ରୁହେ, ତାହେଲେ ଦୁଇ ଟିମକୁ ଯୁଗ୍ମ ବିଜେତା ଘୋଷଣା କରାଯିବ।

ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଓଭରଅଲ୍ ରେକର୍ଡକୁ ଦେଖିଲେ, ଟିମ୍ ଇଣ୍ଡିଆର ପଲା ଭାରୀ ରହିଛି। ଦୁଇ ଟିମ୍ ମଧ୍ୟରେ ତିନୋଟି ଫର୍ମାଟକୁ ମିଶାଇ ୧୮୫ ମ୍ୟାଚ୍ ଖେଳାଯାଇଛି। ଏଥିରୁ ଟିମ୍ ଇଣ୍ଡିଆ ୮୨ ମ୍ୟାଚ୍ ଜିତିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ୍ ୬୯ ମ୍ୟାଚ୍ ଜିତିଛି। ଉଭୟ ଟିମ୍ ମଧ୍ୟରେ ୫୯ ଟେଷ୍ଟ ଖେଳାଯାଇଥିବା ବେଳେ ସେଥିରୁ ଭାରତ ୨୧ଟି ଓ ନ୍ୟୁଜିଲ୍ୟାଣ୍ଡ୍ ୧୨ ମ୍ୟାଚ୍ ଜିତିଛି। ସେହିପରି ଉଭୟ ଦଳ ମଧ୍ୟରେ ୧୧୦ ଦିନିକିଆରୁ ଭାରତ ୫୫ଟି ଓ ନ୍ୟୁଜିଲ୍ୟାଣ୍ଡ୍ ୪୯ଟିରେ ବିଜୟୀ ହୋଇଛି। ଉଭୟ ଦଳ ମଧ୍ୟରେ ୧୬ ଟି-୨୦ ମ୍ୟାଚରେ ଭାରତ ୬ଟି ଓ ନ୍ୟୁଜିଲ୍ୟାଣ୍ଡ ୮ଟିରେ ବିଜୟ ଲାଭ କରିଛି।

Related story