ଶୀର୍ଷ ସ୍ଥାନ ପାଇଁ ଭାରତ-ଦକ୍ଷିଣ ଆଫ୍ରିକା ଲଢ଼େଇ, ବର୍ଷା ସାଜିବ କି ବାଧକ?

ପର୍ଥ: ଆସନ୍ତାକାଲି ଟି-୨୦ ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା। ପର୍ଥରେ ଭାରତୀୟ ସମୟ ଅପରାହ୍ନ ୪.୩୦ରେ ଏହି ମ୍ୟାଚ୍‌ ଆରମ୍ଭ ହେବ। ଗ୍ରୁପ ୨ରେ ଥିବା ଉଭୟ ଦଳ ଏଯାଏ ୨ଟି ଲେଖାଏ ମ୍ୟାଚ୍‌ ଖେଳିଛନ୍ତି। ଭାରତ ଦୁଇଟି ମ୍ୟାଚ୍‌ରୁ ୨ଟି ଯାକ ଜିତିଥିବା ବେଳେ ଦକ୍ଷିଣ ଆଫ୍ରିକା ଗୋଟିଏ ଜିତିଛି ଓ ଗୋଟିଏ ବର୍ଷା ଯୋଗୁ ବାତିଲ ହୋଇଛି। ଏହାର ଅର୍ଥ ଉଭୟ ଦଳ ଏଯାଏ ଟୁର୍ଣ୍ଣାମେଣ୍ଟରେ ହାରି ନାହାନ୍ତି। ଦକ୍ଷିଣ […]

BCCI

BCCI

Hemant Lenka
  • Published: Saturday, 29 October 2022
  • Updated: 29 October 2022, 04:19 PM IST

Sports

Latest News

ପର୍ଥ: ଆସନ୍ତାକାଲି ଟି-୨୦ ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା। ପର୍ଥରେ ଭାରତୀୟ ସମୟ ଅପରାହ୍ନ ୪.୩୦ରେ ଏହି ମ୍ୟାଚ୍‌ ଆରମ୍ଭ ହେବ। ଗ୍ରୁପ ୨ରେ ଥିବା ଉଭୟ ଦଳ ଏଯାଏ ୨ଟି ଲେଖାଏ ମ୍ୟାଚ୍‌ ଖେଳିଛନ୍ତି। ଭାରତ ଦୁଇଟି ମ୍ୟାଚ୍‌ରୁ ୨ଟି ଯାକ ଜିତିଥିବା ବେଳେ ଦକ୍ଷିଣ ଆଫ୍ରିକା ଗୋଟିଏ ଜିତିଛି ଓ ଗୋଟିଏ ବର୍ଷା ଯୋଗୁ ବାତିଲ ହୋଇଛି।

ଏହାର ଅର୍ଥ ଉଭୟ ଦଳ ଏଯାଏ ଟୁର୍ଣ୍ଣାମେଣ୍ଟରେ ହାରି ନାହାନ୍ତି। ଦକ୍ଷିଣ ଆଫ୍ରିକା ପାଖରେ ୩ ପଏଣ୍ଟ ରହିଛି। ସେହିପରି ଭାରତ ୪ ପଏଣ୍ଟ ସହ ଶୀର୍ଷରେ ରହିଛି। ତେଣୁ ଆସନ୍ତାକାଲି ଦୁଇ ଦଳ ଶୀର୍ଷ ସ୍ଥାନ ଦଖଲ ପାଇଁ ଲଢ଼େଇ କରିବେ।

T20 World Cup, Super 12 Group 1 preview: Australia, England, New Zealand  headline rivalries
ଭାରତ ଠାରୁ ହାରିଥିବା ପାକିସ୍ତାନର ନଜର ମଧ୍ୟ ଏହି ମ୍ୟାଚ୍‌ ଉପରେ ରହିବ। କାରଣ ଦକ୍ଷିଣ ଆଫ୍ରିକା ହାରିଲେ ହିଁ ପାକିସ୍ତାନର ସେମି ଫାଇନାଲରେ ଖେଳିବା ଆଶା ଉଜ୍ଜୀବିତ ରହିବ। ନଚେତ ପାକିସ୍ତାନକୁ ଟପ୍‌ ୪ରେ ସ୍ଥାନ ପାଇବା ପାଇଁ ଅନେକ ସଂଘର୍ଷ କରିବାକୁ ପଡ଼ିବ। ପାକିସ୍ତାନ ପ୍ରଥମ ମ୍ୟାଚ୍‌ରେ ଭାରତ ଠାରୁ ଓ ଦ୍ୱିତୀୟ ମ୍ୟାଚ୍‌ରେ ଜିମ୍ବାୱେ ଭଳି ଦଳ ଠାରୁ ହାରିଛି। ତେଣୁ ଆସନ୍ତାକାଲି ଭାରତର ବିଜୟ ପାଇଁ ପାକିସ୍ତାନ ପ୍ରାର୍ଥନା କରିବ।

ପେନପେପର ଓ ନିକଟ ପ୍ରଦର୍ଶନକୁ ଦେଖିଲେ ଦକ୍ଷିଣ ଆଫ୍ରିକା ତୁଳନାରେ ଭାରତର ପଲ୍ଲା ଭାରି ରହିଛି। ଟି-୨୦ ବିଶ୍ୱକପ ପୂର୍ବରୁ ଭାରତ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକାର ସମାନ ଟିମକୁ ମାତ ଦେଇଥିଲା। କିନ୍ତୁ ଦକ୍ଷିଣ ଆଫ୍ରିକା ପାଇଁ ପର୍ଥର ପରିବେଶ ବେଶୀ ଅନୁକୂଳ। ଭାରତ ଭଳି ଦକ୍ଷିଣ ଆଫ୍ରିକା ମଧ୍ୟ ବିଶ୍ୱକପ ଜିତିବା ଭୋକରେ ରହିଛି। ଜିମ୍ବାୱେ ବିପକ୍ଷ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ବିସ୍ଫୋରକ ବ୍ୟାଟିଂ କରିଥିଲା। ଅବଶ୍ୟ ବର୍ଷା ଯୋଗୁ ମ୍ୟାଚ୍‌ ଅଧାରୁ ବାତିଲ ହୋଇଯାଇଥିଲା।

Who will play against Pakistan? Dinesh Karthik or Rishabh Pant? Sunil  Gavaskar gives intersting solution - Check Here | Cricket News | Zee News

ସେହିପରି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲ୍ୟାଣ୍ଡ ପରେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦଳ ଭାବେ ୨୦୦ରୁ ଅଧିକ ରନ କରିଛି। ବାଂଲାଦେଶ ବିପକ୍ଷରେ ରିଲି ରୁସୋଙ୍କ ବିସ୍ଫୋରକ ଶତକ ଦଳୀୟ ଖେଳାଳିଙ୍କୁ ଉତ୍ସାହିତ କରିଛି। ଏହା ଚଳିତ ବିଶ୍ୱକପରେ ପ୍ରଥମ ଶତକ ଥିଲା। ସେହିପରି ରୁସୋ ଦକ୍ଷିଣ ଆଫ୍ରିକାର ପ୍ରଥମ କ୍ରିକେଟର ଭାବେ ଟି-୨୦ ବିଶ୍ୱକପରେ ପ୍ରଥମ ଶତକ ହାସଲ କରିଛନ୍ତି।

ରୁସୋଙ୍କ ବ୍ୟତୀତ କ୍ୱିଣ୍ଟନ ଡି’କକ ଜବରଦସ୍ତ ଲୟରେ ଅଛନ୍ତି। ଅବଶ୍ୟ ଅଧିନାୟକ ତେମ୍ବା ବଭୂମା ଓ ମଧ୍ୟକ୍ରମର ବିଫଳତାକୁ ନେଇ ଦକ୍ଷିଣ ଆଫ୍ରିକା ସାମାନ୍ୟ ଚିନ୍ତାରେ ରହିଛି। ହେଲେ ଡାଭିଡ ମିଲର ଓ ଏଡେନ ମାର୍କମ ଯେକୌଣସି ସମୟରେ ମ୍ୟାଚ୍‌ର ମୋଡ ବଦଳାଇ ଦେବାରେ ସକ୍ଷମ।

ଦକ୍ଷିଣ ଆଫ୍ରିକା ପାଖରେ ବିଶ୍ୱର ଶ୍ରେଷ୍ଠ ଦ୍ରୁତ ବୋଲିଂ ଆଟାକ ରହିଛି। ଅନରିଚ ନୋର୍ଖିୟା ଗତ ମ୍ୟାଚ୍‌ରେ ୪ ୱିକେ ନେଇଥିଲେ। ତାଙ୍କ ସହ କାଗିସୋ ରବାଡା ଓ ୱେନ ପାର୍ଣ୍ଣେଲ ରହିଛନ୍ତି। ସ୍ପିନ ବୋଲର ଭାବେ ଅଭିଜ୍ଞ କେଶବ ମହାରାଜଙ୍କ ସହ ତାରବାଇଜ ଶାମସୀ ଅଛନ୍ତି। ତେଣୁ ଭାରତ ପାଇଁ ମ୍ୟାଚ୍‌ ଜିତିବା ଆଦୌ ସହଜ ହେବନି।

India vs South Africa: When And Where To Watch 1st Ind Vs SA T20I Live  Online
ଭାରତୀୟ ମ୍ୟାନଜେମେଣ୍ଟ କେଏଲ ରାହୁଲଙ୍କ ଫର୍ମକୁ ନେଇ ଚିନ୍ତାରେ ରହିଛି। ରୋହିତ ଶର୍ମା ନେଦରଲ୍ୟାଣ୍ଡସ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ତାଙ୍କୁ ୩୯ ବଲ ସାମ୍ନା କରିବାକୁ ପଡ଼ିଥିଲା। ବିରାଟ କୋହଲି ଏଯାଏ ଟୁର୍ଣ୍ଣାମେଣ୍ଟରେ ନଟଆଉଟ ରହିବା ଦଳର ବ୍ୟାଟିଂ ଚିନ୍ତାକୁ ଦୂର କରିଛି। ହେଲେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ କିମ୍ବିନେସନ ବେଶ ଗୁରୁତ୍ୱପୂର୍ଣ୍ଣ।

ଦଳର ଅଧିକାଂଶ ବ୍ୟାଟର ବାମହାତୀ ହୋଇଥିବାରୁ ଅକ୍ଷର ପଟେଲଙ୍କୁ କାଲି ସୁଯୋଗ ନ ମିଳିପାରେ। ତାଙ୍କ ବଦଳରେ ଲେଗସ୍ପିନର ୟୁଜି ଚହଲଙ୍କୁ ଚୂଡ଼ାନ୍ତରେ ସ୍ଥାନ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି।

ବର୍ଷା ବିଗାଡ଼ିବ କି ଖେଳ

ଅଷ୍ଟ୍ରେଲିଆ ଚାଲିଥିବା ବିଶ୍ୱକପର ଅଧିକାଂଶ ମ୍ୟାଚ ବର୍ଷା ଯୋଗୁ ପ୍ରଭାବିତ ହେବାରେ ଲାଗିଛି। ଆସନ୍ତାକାଲି ଭାରତର ମ୍ୟାଚ୍‌ ଥିବାରୁ ପର୍ଥର ପାଗ କେମିତି ରହିବ, ସେ ବିଷୟରେ ଜାଣିବାକୁ ସମସ୍ତେ ଚାତକ ଭଳି ଚାହିଁ ରହିଛନ୍ତି।

ବର୍ତ୍ତମାନ ପର୍ଥରୁ ମିଳିଥିବା ପାଣିପାଗ ସୂଚନା ମ୍ୟାଚ୍‌ ବେଶ ସକାରାତ୍ମକ ରହିଛି। ଆସନ୍ତାକାଲି ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌କୁ ବର୍ଷା ବରାବାଦ କରିବାର ଆଶଙ୍କା ବହୁତ କମ।

Axar Patel Makes Big Revelation Over His Batting Position | Cricket News
ଅଷ୍ଟ୍ରେଲିଆ ସରକାରୀ ପାଣିପାଗ କେନ୍ଦ୍ରର ଅନୁଯାୟୀ, ଆସନ୍ତାକାଲି ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବ। ବର୍ଷାର ଆଶଙ୍କା ୩୦% ରହିଛି। ପବନ ଘଣ୍ଟାପ୍ରତି ୨୫ରୁ ୩୫ ବେଗରେ ଦକ୍ଷିଣରୁ ଦକ୍ଷିଣପଶ୍ଚିମ ଦିଗରେ ବହିବ। ସନ୍ଧ୍ୟା ବେଳକୁ ଏପରି ସ୍ଥିତି ଦେଖାଯାଇ ପାରେ।

ତେବେ ଆକ୍ୟୁୱେଦରର ସୂଚନା ଅନୁସାରେ, ଦିନ ୧୦ଟାରୁ ୧୨ଟା ମଧ୍ୟରେ ବର୍ଷାର ଯଥେଷ୍ଟ ସମ୍ଭାବନା ରହିଛି। ମ୍ୟାଚ୍‌ ସ୍ଥାନୀୟ ସମୟ ବା ଅଷ୍ଟ୍ରେଲିଆ ସମୟ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ। ଏହି ସମୟରେ ଆକାଶ ମେଘାଚ୍ଛନ୍ନ ରହିବାର ସମ୍ଭାବନା ଥିଲେ ମଧ୍ୟ ବର୍ଷାର ସମ୍ଭାବନା କ୍ଷୀଣ। ମ୍ୟାଚ୍‌ ସମୟରେ ପ୍ରବଳ ଗୁଳୁଗୁଳି ହୋଇପାରେ। ସର୍ବାଧିକ ତାପମାତ୍ରା ୧୪ ଡିଗ୍ରୀ ସେଲସିୟସ ରହିବ। ରାତି ୧୧ଟା ବେଳକୁ ଏହା ୧୨ ଡିଗ୍ରୀକୁ ଖସି ଆସିବ।

India and South Africa in a tussle for Group 2's top spot
ଦୁଇ ପାଣିପାଗ ସଂସ୍ଥା ବର୍ଷାର ସମ୍ଭାବନା କମ ଥିବା କହିଥିବାରୁ ଆସନ୍ତାକାଲି ଫ୍ୟାନ୍ସ ପୂରା ୪୦ ଓଭର ମ୍ୟାଚ୍‌କୁ ଉପଭୋଗ କରିପାରିବେ ବୋଲି ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story