ବାଂଲାଦେଶକୁ ହରାଇଲା ଭାରତୀୟ ମହିଳା ଦଳ, ଶେ‍ଫାଳି ବର୍ମା ମ୍ୟାନ ଅଫ ଦି ମ୍ୟାଚ୍‌

ଢାକା: ଦିନକ ତଳେ ଚୀର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଠାରୁ ଏସିଆ କପର ଗୋଟିଏ ମ୍ୟାଚ୍‌ରେ ପରାସ୍ତ ହୋଇଥିବା ଭାରତୀୟ ମହିଳା ଦଳ ଆଜି ଜବରଦସ୍ତ କମବ୍ୟାକ୍‌ କରିଛି। ବାଂଲାଦେଶ ବିପକ୍ଷ ଟି-୨୦ ମ୍ୟାଚ୍‌କୁ ଭାରତୀୟ ମହିଳା ଦଳ ୫୯ ରନରେ ଜିତି ଚଳିତ ଏସିଆ କପରେ ୪ର୍ଥ ବିଜୟ ହାସଲ କରିଛି। ନିୟମିତ ଅଧିନାୟକ ହରମନପ୍ରୀତ କୌର ଆଜିର ମ୍ୟାଚ୍‌ ଖେଳୁ ନଥିବା ବେଳେ ସ୍ମୃତି ମନ୍ଧାନା କ୍ୟାପ୍ଟେନ୍ସି କରିଥିଲେ। ତାଙ୍କ ନେତୃତ୍ୱରେ ଭାରତୀୟ ଟିମ୍‌ ଦମଦାର […]

Team-India

Team-India

Hemant Lenka
  • Published: Saturday, 08 October 2022
  • Updated: 08 October 2022, 06:20 PM IST

Sports

Latest News

ଢାକା: ଦିନକ ତଳେ ଚୀର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଠାରୁ ଏସିଆ କପର ଗୋଟିଏ ମ୍ୟାଚ୍‌ରେ ପରାସ୍ତ ହୋଇଥିବା ଭାରତୀୟ ମହିଳା ଦଳ ଆଜି ଜବରଦସ୍ତ କମବ୍ୟାକ୍‌ କରିଛି। ବାଂଲାଦେଶ ବିପକ୍ଷ ଟି-୨୦ ମ୍ୟାଚ୍‌କୁ ଭାରତୀୟ ମହିଳା ଦଳ ୫୯ ରନରେ ଜିତି ଚଳିତ ଏସିଆ କପରେ ୪ର୍ଥ ବିଜୟ ହାସଲ କରିଛି। ନିୟମିତ ଅଧିନାୟକ ହରମନପ୍ରୀତ କୌର ଆଜିର ମ୍ୟାଚ୍‌ ଖେଳୁ ନଥିବା ବେଳେ ସ୍ମୃତି ମନ୍ଧାନା କ୍ୟାପ୍ଟେନ୍ସି କରିଥିଲେ।

ତାଙ୍କ ନେତୃତ୍ୱରେ ଭାରତୀୟ ଟିମ୍‌ ଦମଦାର ପ୍ରଦର୍ଶନ କରି ନିଜର ଜଲୱା ଦେଖାଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ଶେଫାଳି ବର୍ମାଙ୍କ ୪୪ ବଲରେ ୫୫ ଓ ମନ୍ଧାନାଙ୍କ ୩୮ ବଲରେ ୪୭ ରନ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୧୫୯ ରନ କରିଥିଲା। ଏହାର ଜବାବରେ ବାଂଲାଦେଶ ୭ ୱିକେଟ ହରାଇ କେବଳ ୧୦୦ ରନ କରିପାରିଛି। ବ୍ୟାଟିଂରେ କମାଲ କରିଥିବା ଶେଫାଳି ବୋଲିଂରେ ମଧ୍ୟ ୪ ଓଭର ପକାଇ ୧୦ ରନରେ ୨ ୱିକେଟ ଦଖଲ କରିଛନ୍ତି। ଏହି ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି।

ଟସ୍‌ ପାଇ ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପାଇଁ ପ୍ରଥମ ୱିକେଟରେ ମନ୍ଧାନା ଓ ଶେଫାଳି ୯୬ ରନ ଯୋଡ଼ିଥିଲେ। ଏହି ସମୟରେ ମନ୍ଧାନା (୪୭) ରନ ଆଉଟ ହୋଇଥିଲେ। ଶେଫାଳି ବର୍ମା ମଧ୍ୟ ୫୫ ରନ କରି ପ୍ୟାଭିଲିୟନ ଫେରିଥିଲେ। ଜେମିମା ରରୋଡ୍ରିଗସ୍‌ ୩୫, ରିଚା ଘୋଷ ୪ ଓ ଶେଷ ଭାଗରେ ଦୀପ୍ତି ଶର୍ମା ୫ ବଲରେ ଅପରାଜିତ ୧୦ ରନ କରିବାରୁ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୫୯ ରନ କରିପାରିଥିଲା। ବାଂଲାଦେଶ ପକ୍ଷରୁ ରୁମାନା ଅହମଦ ୩ଟି ଓ ସଲମା ଖାତୁନ ଗୋଟିଏ ସଫଳତା ପାଇଛନ୍ତି।

୧୬୦ ରନର ଟାର୍ଗେଟ ପାଇଥିବା ଘରୋଇ ବାଂଲାଦେଶ ଭଲ ଆରମ୍ଭ ମିଳିଥିଲା। ଦଳର ଦୁଇ ଓପନର ଫରଗାନା ହକ ଓ ମୁର୍ଶିଦା ଖାତୁନ ପ୍ରଥମ ୱିକେଟ ପାଇଁ ୪୫ ରନ ଯୋଡ଼ିଥିଲେ। ଖାତୁନ(୨୧) ଓ ଫରଗାନା(୩୦) ଆଉଟ ହେବା ପରେ ବାଂଲାଦେଶ ବ୍ୟାଟିଂ ଲାଇନ ଅପ ଦୋହଲି ଯାଇଥିଲା। ଅଧିନାୟକ ନିଗାର ସୁଲତାନା ୩୬ ରନର ଇନିଂସ ଖେଳିଥିଲେ ମଧ୍ୟ ଅନ୍ୟ କୌଣସି ଖେଳାଳି ତାଙ୍କ ସାଥ ଦେଇ ନଥିଲେ। ଶେଷରେ ବାଂଲାଦେଶ ଟିମ୍‌ ୨୦ ଓଭରରେ ୭ ୱିକେଟ ହରାଇ ୧୦୦ ରନରେ ଅଟକି ଯାଇଥିଲା।

ଭାରତ ପକ୍ଷରୁ ଦୀପ୍ତି ଶର୍ମା ଓ ଶେଫାଳି ବର୍ମା ୨ଟି ଲେଖାଏ ୱିକେଟ ନେଇଥିବା ବେଳେ ରେଣୁକା ସିଂହ ଏବଂ ସେହ୍ନା ରାଣା ଗୋଟିଏ ଲେଖାଏ ସଫଳତା ପାଇଛନ୍ତି। ଆସନ୍ତାକାଲି ଭାରତ ତା’ର ଶେଷ ଲିଗ୍‌ ମ୍ୟାଚ୍‌ରେ ଥାଇଲ୍ୟାଣ୍ଡକୁ ଭେଟିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story