ପନ୍ତଙ୍କ ୯୩ ଓ ଆୟରଙ୍କ ୮୭, ଟିମ ଇଣ୍ଡିଆ ୩୧୪ରେ ଅଲଆଉଟ

ଢାକା: ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଦମଦାର ବ୍ୟାଟିଂ କରିଛନ୍ତି ଋଷଭ ପନ୍ତ ଓ ଶ୍ରେୟସ ଆୟର। ଉଭୟ ଶତକ ହାସଲ କରିବାକୁ ବିଫଳ ହୋଇଥିଲେ ହେଁ ଭାରତକୁ ସାମାନ୍ୟ ମଜବୁତ ସ୍ଥିତିରେ ପହଞ୍ଚାଇବାକୁ ସକ୍ଷମ ହୋଇଛନ୍ତି। ପନ୍ତ ୯୩ ଓ ଆୟର ୮୭ ରନ କରିବାକୁ ଭାରତ ତା’ର ପ୍ରଥମ ଇନିଂସରେ ୩୧୪ ରନ କରିବାକୁ ସକ୍ଷମ ହୋଇଛି। ଫଳରେ ପ୍ରଥମ ଇନିଂସରେ ବାଂଲାଦେଶ ଠାରୁ ୮୭ ରନର ଅଗ୍ରଣୀ ହାସଲ କରି […]

pant

pant

Hemant Lenka
  • Published: Friday, 23 December 2022
  • Updated: 23 December 2022, 04:49 PM IST

Sports

Latest News

ଢାକା: ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଦମଦାର ବ୍ୟାଟିଂ କରିଛନ୍ତି ଋଷଭ ପନ୍ତ ଓ ଶ୍ରେୟସ ଆୟର। ଉଭୟ ଶତକ ହାସଲ କରିବାକୁ ବିଫଳ ହୋଇଥିଲେ ହେଁ ଭାରତକୁ ସାମାନ୍ୟ ମଜବୁତ ସ୍ଥିତିରେ ପହଞ୍ଚାଇବାକୁ ସକ୍ଷମ ହୋଇଛନ୍ତି। ପନ୍ତ ୯୩ ଓ ଆୟର ୮୭ ରନ କରିବାକୁ ଭାରତ ତା’ର ପ୍ରଥମ ଇନିଂସରେ ୩୧୪ ରନ କରିବାକୁ ସକ୍ଷମ ହୋଇଛି। ଫଳରେ ପ୍ରଥମ ଇନିଂସରେ ବାଂଲାଦେଶ ଠାରୁ ୮୭ ରନର ଅଗ୍ରଣୀ ହାସଲ କରି ନେଇଛି। ବାଂଲାଦେଶ ତା’ର ପ୍ରଥମ ଇନିଂସରେ ୨୨୭ ରନ କରିଥିଲା।

ଭାରତ ୩୧୪ ରନରେ ଅଲଆଉଟ ହେବା ପରେ ବାଂଲାଦେଶ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରିଛି। ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ବାଂଲାଦେଶ ୬ ଓଭର ବ୍ୟାଟିଂ କରି ବିନା କୌଣସି ୱିକେଟ ହରାଇ ୭ ରନ କରିଛି। ଜାକିର ହାସନ ୨ ଓ ନଜମୁଲ ହୁସେନ ସାଣ୍ଟୋ ୫ ରନ କରି ଷ୍ଟମ୍ପ ଅପସାରଣ ବେଳକୁ କ୍ରିଜ୍‌ରେ ରହିଛନ୍ତି। ଏବେ ବି ବାଂଲାଦେଶ ଭାରତର ପ୍ରଥମ ଇନିଂସ ସ୍କୋର ଠାରୁ ୮୦ ରନ ପଛରେ ରହିଛି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ବାଂଲାଦେଶ ୨୨୭ ରନ କରି ଅଲଆଉଟ ହୋଇଯିବାରୁ ଗତକାଲି ହିଁ ଭାରତ ତା’ର ଇନିଂସ ଆରମ୍ଭ କରିଥିଲା। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଟିମ ଇଣ୍ଡିଆ ବିନା କୌଣସି ୱିକେଟ ହରାଇ ୧୯ ରନ କରି ନେଇଥିଲା। ତେବେ ଆଜି ଦଳ ସାମାନ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।

ଖେଳ ଆରମ୍ଭର ମାତ୍ର ଘଣ୍ଟାଏ ଭିତରେ ତାଇଜୁଲ ଇସଲାମ ଓପନର କେଏଲ ରାହୁଲ(୧୦) ଓ ଶୁବମନ ଗିଲ୍‌(୨୦)ଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ସେହିପରି ଲଞ୍ଚ ପୂର୍ବରୁ ଚେତେଶ୍ୱର ପୂଜାରା (୨୪) ମଧ୍ୟ ଆଉଟ ହୋଇଯାଇଥିଲେ। ଲଞ୍ଚ ବେଳକୁ ଭାରତ ୩ ୱିକେଟ ହରାଇ ୮୬ ରନ କରିଥିଲେ। ଲଞ୍ଚ ପରେ ବିରାଟ କୋହଲି(୨୪)ଙ୍କୁ ତସ୍କିନ ଅହମଦ ଆଉଟ କରି ଭାରତକୁ ୪ର୍ଥ ଝଟକା ଦେଇଥିଲେ।

୯୪ ରନରେ ୪ ୱିକେଟ ହରାଇ ଭାରତ ସଙ୍କଟରେ ପଡ଼ିଥିଲା। ଏତିକି ବେଳେ ଦୁଇ ଯୁବ ବ୍ୟାଟର ପନ୍ତ ଓ ଆୟର ସବୁ ଦାୟିତ୍ୱ ନିଜ କାନ୍ଧକୁ ନେଇଥିଲେ। ଉଭୟ କେବଳ ୱିକେଟ ବଞ୍ଚାଇ ନଥିଲେ, ବରଂ ଦ୍ରୁତ ଗତିରେ ରନ ମଧ୍ୟ ସଂଗ୍ରହ କରିଥିଲେ। ପନ୍ତ ୪୯ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିବା ପରେ ଦିନିକିଆ ଷ୍ଟାଇଲରେ ବ୍ୟାଟିଂ କରିଥିଲେ। ତାଙ୍କୁ ଆୟର ମଧ୍ୟ ଭରପୂର ସହଯୋଗ କରିଥିଲେ। ଦୁଇ ବ୍ୟାଟର ନିଜ ନିଜର ଅର୍ଦ୍ଧଶତକ ହାସଲ କରିବା ସହ ଦଳୀୟ ସ୍କୋରକୁ ୨୫୦ ପାର କରାଇଥିଲେ। ଏତିକି ବେଳେ ୯୩ ରନ କରିଥିବା ପନ୍ତଙ୍କୁ ମେହଦୀ ହାସନ ମିରଜା ଆଉଟ କରି ଦେଇଥିଲେ। ପନ୍ତ ୧୦୪ ବଲରେ ୯୩ ରନ କରିଛନ୍ତି। ଏହି ଇନିଂସରେ ସେ ୫ଟି ଛକା ଓ ୭ଟି ଚୌକା ମାରିଛନ୍ତି।

ସେ ଆଉଟ ହେବାର ଆଉ ୯ ରନ ପରେ ଅର୍ଥାତ ଦଳୀୟ ସ୍କୋର ୨୬୪ ଥିବା ବେଳେ ଆୟର ମଧ୍ୟ ୮୭ ରନ କରି ସାକିବ ଅଲ ହାସନଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଶେଷ ଭାଗରେ ଅକ୍ଷର ପଟେଲ ୪, ରବିଚନ୍ଦ୍ରନ ଅଶ୍ୱିନ ୧୨, ଉମେଶ ଯାଦବ ୧୪ ଓ ଜୟଦେବ ଉନାଦକତ ଅପରାଜିତ ୧୪ ରନ କରିବାରୁ ଭାରତର ସ୍କୋର ୩୦୦ ପାର କରିଥିଲା।

ଦଳୀୟ ସ୍କୋର ୩୧୪ ଥିବା ବାଳେ ମହମ୍ମଦ ସିରାଜ(୭)ଙ୍କୁ ସାକିବ ଆଉଟ କରି ଭାରତର ପ୍ରଥମ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ଭାରତ ପ୍ରଥମ ଇନିଂସରେ ୩୧୪ ରନ କରିଥିବାରୁ ଦଳକୁ ୮୭ ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ମିଳିଛି।

ବାଂଲାଦେଶ ପକ୍ଷରୁ ସାକିବ ଓ ତାଇଜୁଲ ୪ ଟି ଲେଖାଏ ୱିକେଟ ନେଇଥିବା ବେଳେ ତସ୍କିନ ଓ ମିରଜା ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story