କ୍ରମାଗତ ତୃତୀୟ ଥର ପାଇଁ ଦୃଷ୍ଟିହୀନ ଟି-୨୦ ବିଶ୍ୱକପ ଜିତିଲା ଭାରତ

ବେଙ୍ଗାଲୁରୁ: ପୁଣିଥରେ ଦୃଷ୍ଟିହୀନ ଟି-୨୦ ବିଶ୍ୱକପ ଜିତିଛି ଟିମ ଇଣ୍ଡିଆ। ଆଜି ଫାଇନାଲ ମ୍ୟାଚ୍‌ରେ ଦଳ ବାଂଲାଦେଶକୁ ହରାଇ କ୍ରମାଗତ ତୃତୀୟ ଥର ପାଇଁ ଚାମ୍ପିୟନ ହୋଇଛି। ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳା ଯାଉଥିବା ଫାଇନାଲ ମ୍ୟାଚ୍‌ରେ ଭାରତ ୧୨୦ ରନରେ ବାଂଲାଦେଶକୁ ହରାଇ ବିଶ୍ୱ ବିଜେତା ହୋଇଛି। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭର୍‌ରେ ମାତ୍ର ୨ ୱିକେଟ ହରାଇ ୨୭୭ ରନ କରିଥିଲା। ଦଳ ପକ୍ଷରୁ ସୁନୀଲ ରମେଶ […]

Blind-cricket

Blind-cricket

Hemant Lenka
  • Published: Saturday, 17 December 2022
  • Updated: 17 December 2022, 09:25 PM IST

Sports

Latest News

ବେଙ୍ଗାଲୁରୁ: ପୁଣିଥରେ ଦୃଷ୍ଟିହୀନ ଟି-୨୦ ବିଶ୍ୱକପ ଜିତିଛି ଟିମ ଇଣ୍ଡିଆ। ଆଜି ଫାଇନାଲ ମ୍ୟାଚ୍‌ରେ ଦଳ ବାଂଲାଦେଶକୁ ହରାଇ କ୍ରମାଗତ ତୃତୀୟ ଥର ପାଇଁ ଚାମ୍ପିୟନ ହୋଇଛି। ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳା ଯାଉଥିବା ଫାଇନାଲ ମ୍ୟାଚ୍‌ରେ ଭାରତ ୧୨୦ ରନରେ ବାଂଲାଦେଶକୁ ହରାଇ ବିଶ୍ୱ ବିଜେତା ହୋଇଛି।

ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭର୍‌ରେ ମାତ୍ର ୨ ୱିକେଟ ହରାଇ ୨୭୭ ରନ କରିଥିଲା। ଦଳ ପକ୍ଷରୁ ସୁନୀଲ ରମେଶ ୬୩ ବଲରେ ଅପରାଜିତ ୧୩୬ ଓ ଅଜୟ କୁମାର ରେଡ୍ଡୀ ୫୦ ବଲରେ ଅପରାଜିତ ୧୦୦ ରନ କରିଛନ୍ତି।

ଉଭୟ ତୃତୀୟ ୱିକେଟ ପାଇଁ ୨୪୮ ରନ ଯୋଡ଼ିବାରୁ ଭାରତ ୨୭୭ ରନର ବିଶାଳ ସ୍କୋରରେ ପହଞ୍ଚିଥିଲା। ଦଳ ଏକଦା ୨୯ ରନରେ ଦୁଇ ୱିକେଟ ହରାଇଥିବା ବେଳେ ସୁନୀଲ ଓ ଅଜୟ ଯୋଡ଼ି ଭାରତକୁ ସମ୍ଭାଳି ଶେଷ ଯାଏ ବ୍ୟାଟିଂ କରିଥିଲେ। ନିଜର ବିସ୍ଫୋରକ ଇନିଂସରେ ସୁନୀଲ ୨୪ଟି ଚୌକା ଓ ଗୋଟିଏ ଛକା ମାରିଥିବା ବେଳେ ଅଜୟ କୁମାର ରେଡ୍ଡୀ ୧୮ଟି ଚୌକା ମାରିଛନ୍ତି।

୨୭୮ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ବାଂଲାଦେଶ ଟିମ୍ ରନ ସଂଗ୍ରହ କରିବାକୁ ଆଦୌ ସକ୍ଷମ ହୋଇ ନଥିଲା। ଶେଷରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ କେବଳ ୧୫୭ ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଟିମ ଇଣ୍ଡିଆ ୧୨୦ ରନରେ ମ୍ୟାଚ୍‌ ସହ ଚାମ୍ପିୟନ ହୋଇଛି।

ଭାରତ ପକ୍ଷରୁ ଲଳିତ ମୀନା ଓ ଅଜୟ କୁମାର ଗୋଟିଏ ଲେଖାଏ ୱିକେଟ ପାଇଛନ୍ତି। ଏହି ବିଜୟ ସହ ଭାରତ ଦୃଷ୍ଟିହୀନ ଟି-ଟ୍ୱେଣ୍ଟି ବିଶ୍ୱକପ ଟ୍ରଫି ହାତେଇବାରେ ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି। ଏହାପୂର୍ବରୁ ୨୦୧୨ରେ ଓ ୨୦୧୭ରେ ଭାରତ ବିଶ୍ୱକପ୍ ଜିତିଥିଲା। ଏହି ଚମତ୍କାର ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଟ୍ୱିଟ କରି ଟିମ୍ ଇଣ୍ଡିଆକୁ ଶୁଭେଛା ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story